ନୟାଗଡ଼ : ବ୍ୟାଙ୍କ ସମ୍ମୁଖରୁ ବାଇକ ଡ଼ିକି ଭାଙ୍ଗି 3 ଲକ୍ଷ ଟଙ୍କା ଲୁଟ l ଲୁଟର ଲାଇଭ ଭିଡ଼ିଓ କଏଦ ହେଲା ବ୍ୟାଙ୍କ ସିସିଟିଭି କ୍ୟାମେରାରେ l ଏଭଳି ଘଟଣା ଘଟିଛି ନୟାଗଡ଼ ଜିଲ୍ଲା ଗଣିଆ ଇଣ୍ଡିଆନ ବ୍ୟାଙ୍କ ସମ୍ମୁଖରେ l
ଗଣିଆ ଥାନା ଅଧୀନ ବେଲପାଟଣା ଗ୍ରାମର ଟିକିନି ମହାପାତ୍ର ନିଜ ଦୋକାନରୁ 3 ଲକ୍ଷ ଟଙ୍କା ଧରି ଘରକୁ ଫେରୁଥିଲାବେଳେ ଏପରି ଲୁଟର ଶିକାର ହୋଇଥିବା ଅଭିଯୋଗ କରିଛନ୍ତି l ଟିକିନି ଇଣ୍ଡିଆନ ବ୍ୟାଙ୍କ ସମ୍ମୁଖରେ ବାଇକ ରଖି ବ୍ୟାଙ୍କକୁ କିଛି କାମରେ ଆସିଥିଲେ ପରେ କାମ ସାରି ବାଇକ ପାଖକୁ ଆସିଲାବେଳକୁ ତାଙ୍କ ଡ଼ିକିରେ ଥିବା ୩ ଲକ୍ଷ ଟଙ୍କା ଲୁଟ ହୋଇସାରିଛି l
ଲୁଟ କରିଥିବାରୁ ଦୁବୁର୍ତ୍ତ ଜଣକ କିଏ ସେ ନେଇ ଗଣିଆ ପୋଲିସ ତଦନ୍ତ କରୁଛି l ବ୍ୟାଙ୍କ ସିସିଟିଭିରେ ଲୁଟର ଲାଇଭ ଭିଡ଼ିଓ କଏଦ ହୋଇଛି l 2 ଟି ବାଇକରେ 4 ଜଣ ଦୁବୁର୍ତ୍ତ ଆସିଥିବା ବେଳେ ଧଳା ସାର୍ଟ ପିନ୍ଧିଥିବା ଦୁବୁର୍ତ୍ତ ଜଣକ ଡ଼ିକି ଭାଙ୍ଗି ଟଙ୍କା ଲୁଟ କରିଛନ୍ତି l ଏ ନେଇ ଟିକିନା ମହାପାତ୍ର ଗଣିଆ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି l
ନୟାଗଡରୁ ଜୟେନ୍ଦ୍ର ବେହେରା, ଇଟିଭି ଭାରତ