ETV Bharat / state

ଡାକ୍ତରଙ୍କ ଭୁଲ ଇଞ୍ଜେକ୍ସନ ଯୋଗୁଁ ଶିଶୁ ପୁତ୍ରର ମୃତ୍ୟୁ ଅଭିଯୋଗ - ନବରଙ୍ଗପୁର ଖବର

ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଡାକ୍ତରଙ୍କ ଅନଲାଇନ ଇଞ୍ଜେକ୍ସନ ବ୍ୟବହାର କରିଥିବା ଯୋଗୁଁ ଏକ ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ଅଧିକ ପଢନ୍ତୁ...

wrong injection child death complaint in dabuaon of nabarangpur
ଡାକ୍ତରଙ୍କ ଭୁଲ ଇଞ୍ଜେକସନ ଯୋଗୁଁ ଶିଶୁ ପୁତ୍ରର ମୃତ୍ୟୁ ଅଭିଯୋଗ
author img

By

Published : Apr 1, 2021, 10:16 AM IST

ନବରଙ୍ଗପୁର: ଜିଲ୍ଲା ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ଡାକ୍ତରଙ୍କ ଅନଲାଇନ ଇଞ୍ଜେକ୍ସନ ବ୍ୟବହାର କରିଥିବା ଯୋଗୁଁ ଏକ ଶିଶୁପୁତ୍ରର ମୃତ୍ୟୁ ଘଟିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।

ଡାକ୍ତରଙ୍କ ଭୁଲ ଇଞ୍ଜେକସନ ଯୋଗୁଁ ଶିଶୁ ପୁତ୍ରର ମୃତ୍ୟୁ ଅଭିଯୋଗ

ସୂଚନାଯୋଗ୍ୟ ପାପଡାହାଣ୍ଡି ବ୍ଲକ ନିଳାବତୀ ଗୁଡା ଗ୍ରାମର ପ୍ରଶାନ୍ତ ବିଶୋଇ ଓ ପତ୍ନୀ ଅମ୍ରିତା ବିଶୋଇ ୬ ମାସ ତଳେ ଏକ ଶିଶୁ ପୁତ୍ର ଜନ୍ମ କରିଥିଲେ । ଜନ୍ମ ହେବା ପରେ ଅମ୍ରିତା ନିଜ ପୁଅ ଶ୍ରୀଅଂଶ ବିଶୋଇକୁ ନେଇ ନିଜ ବାପା ଘରେ ୬ ମାସ ହେଲା ରହୁଥିଲେ । ସେମାନେ ପୁତ୍ରକୁ ନେଇ ବହୁତ ଖୁସିରେ ଥିଲେ । ହଠାତ ୩୦/୩/୨୦୨୧ ତାରିଖ ରାତ୍ରିରେ ଶିଶୁର ଦେହ ଖରାପ ହୋଇଥିଲା। ୩୧ ତାରିଖ ବୁଧବାର ବାପା ଓ ମା ଶିଶୁକୁ ଧରି ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ସେଠାରେ ଚିକିତ୍ସା ସମୟରେ ଡାକ୍ତର ସନଲପ ପଟ୍ଟନାୟକ ଶିଶୁକୁ ଚିକିତ୍ସା କରିବା ନେଇ ଫୋନରେ ଅନଲାଇନରେ ଇଞ୍ଜେକ୍ସନ ଦେଖି ଡ୍ୟୁଟିରେ ଥିବା ନର୍ସଙ୍କୁ ଶିଶୁକୁ ଇଞ୍ଜେକ୍ସନ ଦେବାପାଇଁ କହିଥିଲେ । ହେଲେ କିଏ ଜାଣିଥିଲା ନିଷ୍ଠୁର ଡାକ୍ତରଙ୍କ ଇଞ୍ଜେକ୍ସନ ଛୁଞ୍ଚିରେ ଶିଶୁର ଜୀବନ ଚାଲିଯିବ ବୋଲି ? କିଛି ସମୟ ପରେ ଶିଶୁଟିର ଜୀବନ ଚାଲି ଯାଇଥିବା ପରିବାର ଲୋକେ କହିଥିଲେ । ଶିଶୁ ମରିଯିବା ପରେ ଡାକ୍ତର ସେଠାରୁ କୁଆଡେ ଲୁଚି ଚାଲିଯାଇଥିଲେ ।

ତେବେ ମୃତ ଶିଶୁଙ୍କ ପରିବାର ଲୋକେ ଓ ସମ୍ପର୍କୀୟ ଡାକ୍ତରଖ।ନା ପହଞ୍ଚିବା ପରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଡ଼ାକ୍ତର ଙ୍କ ଭୁଲ୍ ଇଞ୍ଜେ୍ସନ ଯୋଗୁଁ ଶିଶୁର ମୃତୁ ବରଣ କରିଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି। ଖବର ପାଇ ପୋଲିସ ପହଞ୍ଚି ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା। ଭୁଲ୍ ଇଞ୍ଜେକ୍ସନ ଦେଇ ଥିବା ଡ଼ାକ୍ତର ବିରୋଧରେ କାର୍ଯାନୁଷ୍ଠାନ ଗ୍ରହଣ କରି ବାକୁ ଦାବୀ କରିଛନ୍ତି।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.