ETV Bharat / state

ଟ୍ରାକ୍ଟର ଧକ୍କାରେ ଯୁବତୀ ମୃତ, ଜଣେ ଆହତ - mayurbhnaja district news

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ଥାନା ଅନ୍ତର୍ଗତ ବଡ଼ଆମ୍ବଡା ପଞ୍ଚାୟତର ହଲଦୀଗୁଡା ଗ୍ରାମରେ ଦୁଇ ଜଣଙ୍କୁ ଧକ୍କା ଦେଲା ଟ୍ରାକ୍ଟର । ଜଣେ ଯୁବତୀ ମୃତ, ଅନ୍ୟ ଜଣେ ମହିଳା ଆହତ । ଅଧିକ ପଢନ୍ତୁ...

ଟ୍ରାକ୍ଟର ଧକ୍କାରେ ଯୁବତୀ ମୃତ, ଅନ୍ୟ ଜଣେ ଆହତ

author img

By

Published : Jul 29, 2021, 9:43 PM IST

ନବରଙ୍ଗପୁର: କୋଷାଗୁମୁଡା ଥାନା ଅନ୍ତର୍ଗତ ବଡ଼ଆମ୍ବଡା ପଞ୍ଚାୟତର ହଲଦୀଗୁଡା ଗ୍ରାମରେ ଏକ ଟ୍ରାକ୍ଟର ଧକ୍କାରେ ଜଣେ ଯୁବତୀ ପ୍ରାଣ ହରାଇଥିବାବେଳେ ଅନ୍ୟ ଜଣେ ମହିଳା ଆହତ ହୋଇଥିବା ସୂଚନା ମିଳିଛି । ମୃତ ଯୁବତୀ ଜଣକ ହଲଦୀଗୁଡା ଗ୍ରାମର କ୍ଷୀର ଭତରା ବୋଲି ଜଣାପଡିଛି ।

ସୂଚନା ଅନୁସାରେ, ପ୍ରତିଦିନ ଭଳି କ୍ଷୀର ପାଣି ଆଣିବା ପାଇଁ ନଳକୂପରେ ଯାଇଥିବା ବେଳେ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ନଳକୂପ ଉପରେ ମାଡି ଯାଇଥିଲା ।ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ସେହି ଗ୍ରାମର ଅନ୍ୟ ଜଣେ ୩୫ ବର୍ଷୀୟା ମହିଳା ସଇତ ହରିଜନ ଆହତ ହୋଇଥିଲେ।

ସୂଚନା ପାଇ ବଡ଼ ଆମ୍ବଡା ଫାଣ୍ଡି ଅଧିକାରୀ ଗୋପାଳ କୃଷ୍ଣ ହଲବା ଘଟଣାସ୍ଥଳରେ ପହଞ୍ଚି ଟ୍ରାକ୍ଟରକୁ ଜବତ କରିବା ସହ ଦୁହିଁଙ୍କୁ କୋଷାଗୁମୁଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ଡାକ୍ତର ସେଠାରେ କ୍ଷୀର ଭତ୍ରାଙ୍କୁ ମୃତ ଘୋଷଣା କରିଥିଲେ । ମୃତଦେହ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରିଛି ପୋଲିସ । ଏନେଇ ବଡଆମ୍ବଡା ପାଣ୍ଡିରେ ୧୩୨/୨୦୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଥିବା ASI ହଲବା ସୂଚନା ଦେଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.