ETV Bharat / state

ଅଚଳ ନଳକୂପ, ପାଣି ପାଇଁ ଛଟପଟ ଖୁଟୁପଡା ଗ୍ରାମବାସୀ - ଚନ୍ଦାହାଣ୍ଡି ବ୍ଲକ

ନଳକୂପ ଅଚଳ ଯୋଗୁଁ ପାନୀୟ ଜଳ ପାଇଁ ଛଟପଟ ହେଉଛନ୍ତି ଚନ୍ଦାହାଣ୍ଡି ବ୍ଲକ ଦଲବେଡା ପଞ୍ଚାୟତର ଖୁଟୁଗୁଡା ବନ୍ଧପଡ଼ାର ଜନସାଧାରଣ । ଗାଁରେ ଅନ୍ୟlନ୍ୟ ସମସ୍ୟା ରହିଥିବା ବେଳେ ଜଳ ସମସ୍ୟାକୁ ନେଇ ବାରମ୍ବାର ଅଭିଯୋଗ ସତ୍ତ୍ବେ ମଧ୍ୟ କୌଣସି ସୁଫଳ ମିଳିନଥିବା ଦୁଃଖର ସହ କହିଛନ୍ତି ଗ୍ରାମବାସୀ । ଅଧିକ ପଢନ୍ତୁ...

ପାଣିମୁନ୍ଦେ ପାଇଁ ଡହଳ ବିକଳ ହେଉଛନ୍ତି ଖୁଟୁପଡା ଗ୍ରାମବାସୀ

author img

By

Published : Apr 16, 2020, 6:30 PM IST

ନବରଙ୍ଗପୁର: ଚନ୍ଦାହାଣ୍ଡି ବ୍ଲକ ଦଲବେଡା ପଞ୍ଚାୟତର ଖୁଟୁଗୁଡା ବନ୍ଧପଡ଼ାର ଜନସାଧାରଣ ପାନୀୟଜଳ ଯନ୍ତ୍ରଣାରେ ହେଉଛନ୍ତି ଛଟପଟ । ଗାଁରେ ଥିବା ଦୁଇଟି ନଳକୂପ ମଧ୍ୟରୁ ଗୋଟିଏ ଦୀର୍ଘଦିନ ହେବ ଅଚଳ ହୋଇ ପଡିଥିବା ବେଳେ ଦୂରାବସ୍ଥାରେ ଅନ୍ୟ ଏକ ନଳକୂପ l ଘଣ୍ଟାଘଣ୍ଟା ସମୟ ବଳ ପ୍ରୟୋଗ କଲେ ବହୁ କଷ୍ଟରେ ପାଣି ବାହାରୁଥିବା ଦେଖିବାକୁ ମିଳିଛି l

ଅଚଳ ନଳକୂପ, ପାଣି ପାଇଁ ଛଟପଟ ଖୁଟୁପଡା ଗ୍ରାମବାସୀ

ପାନୀୟଜଳ ଯନ୍ତ୍ରଣାରେ ଛଟପଟ ହେଉଥିବା ଖୁଟୁଗୁଡା ଗ୍ରାମବାସୀ ପାଣି ସମସ୍ୟାର ଦୂରୀକରଣ ପାଇଁ ପଞ୍ଚାୟତ ସମିତି ଦୌଡ଼ି ଦୌଡ଼ି ନୟାନ୍ତ ହେଲେଣି । ତଥାପି କେହି ଶୁଣୁ ନାହାନ୍ତି ଏମାନଙ୍କ ଗୁହାରୀ l ଏପରିକି ସ୍ଥାନୀୟ ସରପଞ୍ଚ ମଧ୍ୟ ଏହି ସମସ୍ୟା ପ୍ରତି ଧ୍ୟାନ ଦେଉନଥିବା ଅଭିଯୋଗ ହୋଇଛି । ତେବେ ବର୍ତ୍ତମାନ ଗୋଟିଏ ପଟେ ଲକଡାଉନ ଚାଲିଥିବା ବେଳେ ଅନ୍ୟପଟେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରେ ଜନସାଧାରଣ ନାହିଁ ନଥିବା କଷ୍ଟ ଭୋଗୁଛନ୍ତି । ପାଣିମୁନ୍ଦେ ପାଇଁ ପୋଖରୀ ଓ ନଦୀର ଗୋଳିଆ ଦୂଷିତ ପାଣିକୁ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି ଗ୍ରାମବାସୀ ।

ଗାଁରେ ଅନ୍ୟାନ୍ୟ ସମସ୍ୟା ରହିଥିବା ବେଳେ ଜଳ ସମସ୍ୟାକୁ ନେଇ ବାରମ୍ବାର ଅଭିଯୋଗ ସତ୍ତ୍ବେ ମଧ୍ୟ କୌଣସି ସୁଫଳ ମିଳିନଥିବା ଦୁଃଖର ସହ କହିଛନ୍ତି ଗ୍ରାମବାସୀ । ବର୍ତ୍ତମାନ ସ୍ଥିତିରେ ଗ୍ରାମବାସୀ ପାଣି ପାଇଁ ଡହକ ବିକଳ ସହ ବହୁ ହନ୍ତସନ୍ତ ହେଉଛନ୍ତି l ତେବେ କେଉଁ ଦିନ ଖୁଟୁଗୁଡା ଗ୍ରାମବାସୀଙ୍କର ଏହି ଜଳ ସଙ୍କଟ ଦୂରହେବ ତାହା ଏବେ ଦେଖିବାକୁ ବାକି ରହିଲା ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.