ETV Bharat / state

3ଟି ଗାଁରେ ସଟଡାଉନ ଘୋଷଣା କଲେ 3 ସରପଞ୍ଚ

ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କଲେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ୩ ସରପଞ୍ଚ । ଡ଼ଙ୍ଗରିଗୁଡା ଗାଁକୁ 28 ତାରିଖ ଠାରୁ ଆସନ୍ତା 7 ତାରିଖ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ସଟଡାଉନ । ଅଧିକ ପଢନ୍ତୁ....

The three sarpanches of Nabarangpur exercised the power of the district magistrate and shut down various villages
ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କଲେ ନବରଙ୍ଗପୁରର ୩ ସରପଞ୍ଚ
author img

By

Published : Jun 29, 2020, 9:00 AM IST

ନବରଙ୍ଗପୁର : ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କଲେ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ୩ ସରପଞ୍ଚ । ଡ଼ଙ୍ଗରିଗୁଡା ପଞ୍ଚାୟତର ସରପଞ୍ଚ ଅମ୍ବିକା ମାଝୀ ଜିଲ୍ଲାପାଳ କ୍ଷମତା ପ୍ରୟୋଗ କରି ଡ଼ଙ୍ଗରିଗୁଡା ଗାଁକୁ 28 ତାରିଖ ଠାରୁ ଆସନ୍ତା 7 ତାରିଖ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି | ଏହାସହ ଗ୍ରାମବାସୀଙ୍କୁ ସତର୍କ ରହିବାକୁ ପଞ୍ଚାୟତ ପକ୍ଷରୁ କୁହାଯାଇଛି । ସମସ୍ତ ଦୋକାନ ବଜାର ବନ୍ଦ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କଲେ ନବରଙ୍ଗପୁରର ୩ ସରପଞ୍ଚ

ଆଗାମୀ ଦିନରେ ପଞ୍ଚାୟତର ସମସ୍ତ ଗାଁଗୁଡିକ ସଟଡାଉନ କରାଯିବ ଵୋଲି ଡଙ୍ଗରିଗୁଡା ସରପଞ୍ଚ ଅମ୍ବିକା ମାଝୀ ସୂଚନା ଦେଇଛନ୍ତି | ସେହିପରି ଘୋଡାଖୁଣ୍ଟା ପଞ୍ଚାୟତର ଡଙ୍ଗରା ଓ କଇଲାରି ପଞ୍ଚାୟତର ବଡ଼ କଇଲାରି ଗାଁକୁ ପ୍ରଥମେ ଜିଲ୍ଲା ପ୍ରଶାସନ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଥିଲା । ପରେ ଘୋଡାଖୁଣ୍ଟା ସରପଞ୍ଚ ଧନସିଂ ଭତ୍ରା ପଞ୍ଚାୟତର ସମସ୍ତ ଗାଁକୁ ୩ ଦିନ ସଟଡାଉନ ଘୋଷଣା କରିଛନ୍ତି । କଇଲାରୀ ସରପଞ୍ଚ ଚନ୍ଦ୍ରି ଭତ୍ରା ମଧ୍ୟ ୩ ଦିନ ପାଇଁ ସଟଡାଉନ ଘୋଷଣା କରିଛନ୍ତି । ଏହାସହ ଆଗାମୀ ଦିନରେ ଡାବୁଗାଁ ବ୍ଲକର ସମସ୍ତ ପଞ୍ଚାୟତର ସରପଞ୍ଚମାନେ ନିଜ ନିଜ ପଞ୍ଚାୟତ ଗୁଡିକୁ ସଟଡାଉନ କରିବେ ବୋଲି ସୂଚନା ମିଳିଛି । କୋରୋନାର ଭୟାବହତାକୁ ଦେଖି ସ୍ଥାନୀୟ ପ୍ରଶାସନ ସଟଡାଉନକୁ ଅଧିକ କଡାକଡି କରିବ ବୋଲି ସାଧାରଣରେ ଚର୍ଚ୍ଚା ମଧ୍ୟ ହେଉଛି ।

ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ

For All Latest Updates

TAGGED:

shortdown
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.