ETV Bharat / state

Panchayat Polls: ମୈଦାନରେ ବିଦେଶ ଫେରନ୍ତା ସଫ୍ଟୱେୟାର ଇଞ୍ଜିନିୟର - ପଞ୍ଚାୟତ ନିର୍ବାଚନରେ ସଫ୍ଟୱେର ଇଞ୍ଜିନିୟର

ପଞ୍ଚାୟତ ମୈଦାନରେ ବିଦେଶ ଫେରନ୍ତା । ନବରଙ୍ଗପୁରରେ ଜିଲ୍ଲା ପରିଷଦ ପ୍ରାର୍ଥୀ ପାଇଁ ନାମାଙ୍କନ ପତ୍ର ଦାଖଲ କଲେ ବିଦେଶ ଫେରନ୍ତା ସଫ୍ଟୱେୟାର ଇଞ୍ଜିନିୟର । ଅଧିକ ପଢନ୍ତୁ

ପଞ୍ଚାୟତ ମୈଦାନରେ ବିଦେଶ ଫେରନ୍ତା ସଫ୍ଟୱେୟାର ଇଞ୍ଜିନିୟର

author img

By

Published : Jan 21, 2022, 8:41 AM IST

ନବରଙ୍ଗପୁର: ପଞ୍ଚାୟତ ମୈଦାନରେ ଏଣ୍ଟ୍ରି ମାରୁଛନ୍ତି ଉଚ୍ଚ ଶିକ୍ଷିତ ଯୁବପିଢି । ନବରଙ୍ଗପୁର ରାଜନୀତିରେ ପ୍ରାର୍ଥୀପତ୍ର ଦାଖଲ କରୁଛନ୍ତି ଶିକ୍ଷିତ ଯୁବକ ଯୁବତୀ । ଡାକ୍ତର ପରେ ଜିଲ୍ଲା ପରିଷଦ ପ୍ରାର୍ଥୀ ହୋଇଛନ୍ତି ବିଦେଶ ଫେରନ୍ତା ସଫ୍ଟୱେୟାର ଇଞ୍ଜିନିୟର । ସଫ୍ଟୱେୟାର ଇଞ୍ଜିନିୟର ଭାବେ ବିଦେଶରେ ବିଭିନ୍ନ ନାମୀ କମ୍ପାନୀରେ ଚାକିରି କରି ଫେରିଥିବା ଜଣେ ବିଦେଶ ଫେରନ୍ତା ବର୍ତ୍ତମାନ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଜିଲ୍ଲା ପରିଷଦ ଜୋନ ୨ ରେ ବିଜେଡିର ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏହି ବିଦେଶ ଫେରନ୍ତା ଜଣକ ହେଉଛନ୍ତି ଦିଗିସଲପା ଗ୍ରାମର ରତିକାନ୍ତ ପଣ୍ଡା ।

ପଞ୍ଚାୟତ ମୈଦାନରେ ବିଦେଶ ଫେରନ୍ତା ସଫ୍ଟୱେୟାର ଇଞ୍ଜିନିୟର

ରତିକାନ୍ତ ସଫ୍ଟୱେୟାର କମ୍ପ୍ୟୁଟର ଇଞ୍ଜିନିୟରିଂରେ ଶିକ୍ଷା ଗ୍ରହଣ କରିବା ପରେ ଦେଶ ବିଦେଶର ନାମୀଦାମୀ କମ୍ପାନୀରେ ଚାକିରି କରିଛନ୍ତି । ବିଭିନ୍ନ ମେଟ୍ରୋ ପଲିଟିଆନ ସହରରେ କାମ କରିବା ବେଳେ ସେଠାରେ ବିଭିନ୍ନ କ୍ଷେତ୍ରରେ ଉନ୍ନତ ଜ୍ଞାନ କୌଶଳ ପ୍ରୟୋଗ କରାଯିବା ତାଙ୍କୁ ବେଶ ପ୍ରଭାବିତ କରିଥିଲା । ଯାହା ନବରଙ୍ଗପୁର ଭଳି ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପ୍ରୟୋଗ ହୋଇପାରୁନଥିଲା । ତେଣୁ ନିଜ ଅଞ୍ଚଳର ଉନ୍ନତି ସହ ଉନ୍ନତ ଜ୍ଞାନ କୌଶଳର ପ୍ରୟୋଗ ନେଇ ସେ ଦେଖିଥିବା ସ୍ବପ୍ନକୁ ରାଜନୀତିରେ ପ୍ରବେଶ କରି ପୂରଣ କରିବେ ବୋଲି ଲକ୍ଷ୍ୟ ରଖଥିବା କହିଛନ୍ତି ରତିକାନ୍ତ ।

ନିଜ ଜନ କଲ୍ୟାଣକାରୀ କାର୍ଯ୍ୟ ପାଇଁ ବିଜେଡି ନବୀନ ପଟ୍ଟନାୟକଙ୍କ ନେତୃତ୍ବରେ ଓଡ଼ିଶାରେ ନିରବଚ୍ଛିନ୍ନ ଭାବେ ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଶାସନ କରିଆସୁଛନ୍ତି । ରତିକାନ୍ତ ଏଥିରେ ଗଭୀର ପ୍ରଭାବିତ ହୋଇଥିଲେ । ତେଣୁ ବିଜେଡିରେ ଯୋଗଦାନ କରି ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିବା ସେ ପ୍ରକାଶ କରିଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.