ନବରଙ୍ଗପୁର: ଝରିଗାଁ ବିଧାୟକ ପ୍ରକାଶ ମାଝୀଙ୍କ ବିରୋଧରେ ଆସିଥିବା ଯୌନ ନିର୍ଯାତନା ଘଟଣାକୁ ନେଇ ଗତକାଲି କଂଗ୍ରେସ ଓ ବିଜେପିର ବିକ୍ଷୋଭ ଓ ସାମ୍ବାଦିକ ସମ୍ମିଳନୀର ଜବାବ ଦେଇଛି ବିଜେଡି । ଆଜି ସ୍ଥାନୀୟ ଏକ ହୋଟେଲରେ ପ୍ରେସମିଟ କରି ଉଭୟ ବିରୋଧୀ ଦଳ ଉପରେ ବର୍ଷିଛି ନବରଙ୍ଗପୁର ଜିଲ୍ଲା ମହିଳା ବିଜୁ ଜନତା ଦଳ । ବିଜେଡି ଜିଲ୍ଲା ମହିଳା ମୋର୍ଚ୍ଚା କହିଛି କଂଗ୍ରେସ ଓ ବିଜେପି ହୀନ ରାଜନୀତି କରୁଛନ୍ତି । ବିଧାୟକ ପ୍ରକାଶ ମାଝୀଙ୍କ ପରିବାର ଦୀର୍ଘ ବର୍ଷ ହେବ ଲୋକଙ୍କ ସେବା କରି ଆସୁଛନ୍ତି । ତାଙ୍କ ପରିବାରରେ କୌଣସି ଦାଗ ନାହିଁ । ନବରଙ୍ଗପୁର ଜିଲ୍ଲାକୁ କଂଗ୍ରେସ ଓ ବିଜେପି ବଦନାମ କରୁଛନ୍ତି ।
ମୁଖ୍ୟମନ୍ତ୍ରୀ ସର୍ବଦା ନ୍ୟାୟ ସପକ୍ଷରେ ରୁହନ୍ତି । ପ୍ରକାଶ ମାଝୀଙ୍କ ନାଁରେ ଆସିଥିବା ଅଭିଯୋଗର ତଦନ୍ତ କରିବାକୁ ଦିଅନ୍ତୁ । ମହିଳା ଜଣକ ଦେଇଥିବା ଅଭିଯୋଗ ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି ଜିଲ୍ଲା ମହିଳା ବିଜୁ ଜନତା ଦଳ ସଭାନେତ୍ରୀ ମଞ୍ଜୁଳା ମାଝୀ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ