ETV Bharat / state

ଭତ୍ତା ଟଙ୍କାରେ ହନୁମାନ ମନ୍ଦିର ନିର୍ମାଣ କଲେ ପୂର୍ବତନ ଅବକାରୀ ଅଧିକ୍ଷକ

ନିଜ ଅବସର କାଳୀନ ଭତ୍ତା ଟଙ୍କା ଓ ଜମିରେ ମନ୍ଦିର ନିର୍ମାଣ କଲେ ନବରଙ୍ଗପୁରର ଜଣେ ଅବସରପ୍ରାପ୍ତ ଅବକାରୀ ଅଧିକ୍ଷକ । ଅଧିକ ପଢ଼ନ୍ତୁ

author img

By

Published : Apr 15, 2022, 11:25 AM IST

Updated : Apr 15, 2022, 12:02 PM IST

retired superintendent of police built the hanuman temple in his allowance money in nabarangpur
ନିଜ ଭତ୍ତା ଟଙ୍କାରେ ନିର୍ମାଣ କଲେ ହନୁମାନ ମନ୍ଦିର

ନବରଙ୍ଗପୁର: ନିଜ ଅବସର କାଳୀନ ଭତ୍ତା ଟଙ୍କା ଓ ଜମିରେ ମନ୍ଦିର ନିର୍ମାଣ କଲେ ନବରଙ୍ଗପୁରର ଜଣେ ଅବସରପ୍ରାପ୍ତ ଅବକାରୀ ଅଧିକ୍ଷକ । ଦୁଇ ବର୍ଷ ଧରି ନିଜସ୍ବ ଉଦ୍ୟମରେ ମନ୍ଦିର କାର୍ଯ୍ୟ କରିବା ପରେ ହନୁମାନ ଜୟନ୍ତୀ ଅବସରରେ ପ୍ରତିଷ୍ଠା ଉତ୍ସବ କରିଛନ୍ତି । ମନ୍ଦିର ପ୍ରତିଷ୍ଠା କରି ସାଧାରଣ ଜନତା ନିକଟରେ ଉସ୍ଵର୍ଗ କରିଛନ୍ତି ।

ନବରଙ୍ଗପୁର ଜିଲ୍ଲାର ଶିବ ପ୍ରସାଦ ଗନ୍ତାୟତ ଅବକାରୀ ଅଧିକ୍ଷକ ପଦରୁ ଅବସର ନେଇଛନ୍ତି । ଅବସର ସମୟରେ ମିଳିଥିବା ଭତ୍ତା ଓ ନିଜ ଜମିରେ ଜନସାଧାରଣଙ୍କ ପାଇଁ ଏକ ମନ୍ଦିର ପ୍ରତିଷ୍ଠା କରିବାକୁ ଶିବ ପ୍ରସାଦ ମନସ୍ଥ କରିଥିଲେ । ନବରଙ୍ଗପୁର ମହିଳା ମହାବିଦ୍ୟାଳୟ ନିକଟରେ ଦୀର୍ଘ ଦୁଇ ବର୍ଷ ଧରି ନିର୍ମାଣଧିନ ଅବସ୍ଥାରେ ଥିବା ମନ୍ଦିର ହନୁମାନ ଜୟନ୍ତୀ ପରିପ୍ରେଷୀରେ ପ୍ରତିଷ୍ଠା କରାଯାଇଛି । ନୂତନ ଭାବରେ ପ୍ରତିଷ୍ଠା ଏହି ମନ୍ଦିର ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼ ପରିଲକ୍ଷିତ ହୋଇଥିବାବେଳେ ଶିବ ପ୍ରସାଦଙ୍କ ଏଭଳି ଜନକଲ୍ୟାଣ କାର୍ଯ୍ୟକୁ ଭୂରିଭୂରି ପ୍ରସଂଶା କରିଛନ୍ତି । ସେହି ଆଖପାଖ ଅଞ୍ଚଳରେ ହନୁମାନ ମନ୍ଦିର ନଥିବାବେଳେ ତାଙ୍କର ଏଭଳି ପ୍ରୟାସ ପାଇଁ ସ୍ଥାନୀୟ ବାସିନ୍ଦା ବେଶ ଖୁସିଥିବା ଜଣାପଡ଼ିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Apr 15, 2022, 12:02 PM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.