ETV Bharat / state

ଷ୍ଟେଚରରେ ଦେଢ କିଲୋମିଟର ବୁହାହେଲେ ଆଶା ଦିଦି, ରାସ୍ତାରେ ଜନ୍ମ ନେଲା ଶିଶୁ

author img

By

Published : Aug 31, 2022, 10:45 AM IST

Updated : Aug 31, 2022, 11:54 AM IST

ଗାଁକୁ ଭଲ ରାସ୍ତା ନଥିବାରୁ ଷ୍ଟେଚରରେ ଦେଢ କିଲୋମିଟର ବୁହାହେଲେ ଆଶା ଦିଦି । ଆମ୍ବୁଲାନ୍ସ ପାଖରେ ପହଞ୍ଚିବ ପୂର୍ବରୁ ରାସ୍ତା ଜନ୍ମ ହେଲା ଛୁଆ । ଅଧିକ ପଢନ୍ତୁ

ଷ୍ଟେଚରରେ ଦେଢ କିଲୋମିଟର ବୁହାହେଲେ ଆଶା ଦିଦି, ରାସ୍ତାରେ ଜନ୍ମ ନେଲା ଶିଶୁ
ଷ୍ଟେଚରରେ ଦେଢ କିଲୋମିଟର ବୁହାହେଲେ ଆଶା ଦିଦି, ରାସ୍ତାରେ ଜନ୍ମ ନେଲା ଶିଶୁ

ନବରଙ୍ଗପୁର: ରାଜ୍ୟରେ ଥମୁନି ଜନନୀ ଯନ୍ତ୍ରଣା । ହସ୍ପିଟାଲ ଯିବାକୁ ପୁଣି ଦେଢ଼ କିଲୋମିଟର ଷ୍ଟ୍ରେଚରରେ ବୁହା ହେଲେ ଗର୍ଭବତୀ । ଶେଷରେ ଆମୁଲାନ୍ସ ପାଖକୁ ଯିବା ପୂର୍ବରୁ ରାସ୍ତାରେ ଜନ୍ମ ନେଲା ଶିଶୁ (Asha Worker Gives Birth On Road) । ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଲମତାଗୁଡା ପଞ୍ଚାୟତ ଅନ୍ତର୍ଗତ ତଳଗୋଡି ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଗର୍ଭବତୀ ମହିଳା ସେହି ଗ୍ରାମର ଆଶା ଦିଦି ଭାବେ କାର୍ଯ୍ୟରତ ପ୍ରିୟଙ୍କା ହରିଜନ ଅଟନ୍ତି । ସେ ଅନେକ ସମୟରେ ଗର୍ଭବତୀଙ୍କୁ ମେଡିକାଲ ନେଇଥାନ୍ତି । ହେଲେ ତାଙ୍କୁ ରାସ୍ତା ଉପରେ ପ୍ରସବ କରିବାକୁ ପଡିଛି ।

ସୂଚନା ଅନୁଯାୟୀ, ଭୁବନ ହରିଜନଙ୍କ ପତ୍ନୀ ପ୍ରିୟଙ୍କା ହରିଜନ ଗର୍ଭବତୀ ଥିଲେ । ପ୍ରିୟଙ୍କା ସେହି ଗ୍ରାମର ଆଶା ଦିଦି ଭାବରେ କାର୍ଯ୍ୟ କରୁଛନ୍ତି l ତାଙ୍କର ପ୍ରସବ ବେଦନା ହେବାରୁ ପରିବାର ଲୋକେ ୧୦୨ ଆମ୍ବୁଲାନ୍ସଙ୍କୁ ଡାକିଥିଲେ l କିନ୍ତୁ ତଳଗୋଡି ଗ୍ରାମକୁ ଯିବାକୁ ଭଲ ରାସ୍ତା ନ ଥିବାରୁ ଓ ରାସ୍ତାରେ ନାଳ ପଡୁଥିବାରୁ ଆମ୍ବୁଲାନ୍ସଟି ଗ୍ରାମକୁ ଯାଇପାରି ନଥିଲା । ଆମ୍ବୁଲାନ୍ସ ଗାଁ ଠାରୁ ଦେଢ କିଲୋମିଟର ଦୂର ବଡବଡା ଗ୍ରାମ ନିକଟରେ ଅଟକି ରହିଥିଲା । ପରିବାର ଲୋକେ ଓ ଗ୍ରାମବାସୀ କୌଣସି ଉପାୟ ନ ପାଇ ପ୍ରିୟଙ୍କାଙ୍କୁ ଷ୍ଟ୍ରେଚର ଯୋଗେ ଆମ୍ବୁଲାନ୍ସ ନିକଟକୁ ନେବାକୁ ଚେଷ୍ଟା କରିଥିଲେ ।

ଏହାମଧ୍ୟ ପଢନ୍ତୁ: ରାଜଧାନୀରେ ବୀଭତ୍ସ ହତ୍ୟା, DCP ଅଫିସ ସାମ୍ନାରେ ଚା’ ଦୋକାନୀକୁ ହାଣିଲେ ଦୁର୍ବୃତ୍ତ

ହେଲେ ଆମ୍ବୁଲାନ୍ସ ପାଖରେ ପହଞ୍ଚିବା ପୂର୍ବରୁ ଆଶା ଦିଦି ରାସ୍ତା ଉପରେ ଗୋଟିଏ କନ୍ୟା ସନ୍ତାନ ଜନ୍ମ ଦେଇଥିଲେ । ତାଙ୍କ ସହିତ ମେଡିକାଲ ଯାଉଥିବା ମହିଳାମାନେ ରାସ୍ତାରେ ହିଁ ପ୍ରିୟଙ୍କାଙ୍କ ପ୍ରସବ କରାଇଥିଲେ l ପରେ ଉଭୟ ମାଆ ଓ ନବଜାତକୁ ଆମ୍ବୁଲାନ୍ସ ଯୋଗେ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ବର୍ତ୍ତମାନ ଉଭୟ ମାଆ ଓ ଛୁଆର ସ୍ବାସ୍ଥ୍ୟବସ୍ଥା ଠିକ୍ ଥିବା ଡାକ୍ତର ସୂଚନା ଦେଇଛନ୍ତି ।

ଏଠାରେ ପ୍ରଶ୍ନ ଉଠୁଛି, ଅନେକ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଏଭଳି ଜନନୀ ଯନ୍ତ୍ରଣା ଘଟଣା ସାମ୍ନାକୁ ଆସୁଥିବା ବେଳେ ସରକାରଙ୍କ କଲ୍ୟାଣକାରୀ ଯୋଜନା ସବୁ କାହା ପାଇଁ । ଏବେ ବି ଅନେକ ଗାଁକୁ ସଂଯୋଗ ହୋଇପାରୁନି ପକ୍କା ରାସ୍ତା । ସ୍ବାସ୍ଥ୍ୟସେବାରେ ଉନ୍ନତି ପାଇଁ ନାନା ଯୋଜନା ହେଉଥିଲେ ମଧ୍ୟ ଦୂର ହୋଇପାରୁନି ଜନନୀ ଯନ୍ତ୍ରଣା ।

ଇଟିଭି ଭାରତ, ନବରଙ୍ଗପୁର

Last Updated : Aug 31, 2022, 11:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.