ନବରଙ୍ଗପୁର : କୋରୋନା ପାଇଁ ସୋମବାର ଠାରୁ ନବରଙ୍ଗପୁର ସହରରେ ଲକଡାଉନ ଘୋଷଣା କରାଯାଇଛି । ପ୍ରଶାସନ ତରଫରୁ ଲୋକଙ୍କୁ ବାହାରକୁ ନ ବାହାରିବା ପାଇଁ ବାରଣ କରାଯାଇଛି । ହେଲେ ଲୋକେ ପ୍ରଶାସନିକ କଟକଣାକୁ ଖାତିର ନ କରି ବାହାରକୁ ବାହାରି ବେପରୁଆ ଭାବେ ବୁଲାବୁଲି କରିଥିଲେ ।
ଫଳରେ ପୋଲିସ ବାଧ୍ୟ ହୋଇ କଟକଣାକୁ ଭାଙ୍ଗିଥିବା ଲୋକଙ୍କ ଉପରେ ଲାଠି ମାଡ କରିଛି । ଯାହାର ଦୃଶ୍ୟ କ୍ୟାମେରାରେ କଏଦ ହେବା ପରେ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଭାଇରାଲ ଭିଡିଓକୁ ଦେଖିବା ପରେ ସାଧାରଣରେ ପୋଲିସର କାର୍ଯ୍ୟକଳାପକୁ ବେଶ ପ୍ରଶଂସା କରାଯାଇଛି ।
ନବରଙ୍ଗପୁରରୁ ତପନ ବିଷୋୟୀ, ଇଟିଭି ଭାରତ