ETV Bharat / state

Smart Card ବଣ୍ଟନ କାର୍ଯ୍ୟକ୍ରମକୁ ବିରୋଧ, କଂଗ୍ରେସ-ବିଜେପି ନେତାଙ୍କୁ ଉଠାଇନେଲା ପୋଲିସ

author img

By

Published : Nov 27, 2021, 9:07 PM IST

ନବରଙ୍ଗପୁର ଜିଲ୍ଲାକୁ ହେଲଥ କାର୍ଡ ବଣ୍ଟନ ପାଇଁ ମୁଖ୍ୟମନ୍ତ୍ରୀ ନ ଆସି ନିଜେ ଭର୍ଚ୍ଚୁଆଲରେ ରହି ମନ୍ତ୍ରୀଙ୍କ ଦ୍ଵାରା କାର୍ଡ ବଣ୍ଟନ କୁ ବିରୋଧ କରିଛି ଜିଲ୍ଲା କଂଗ୍ରେସ । ଅଧିକ ପଢନ୍ତୁ

Police detained congress and bjp leader in nabarangpur
କଂଗ୍ରେସ ଓ ବିଜେପି ନେତାଙ୍କୁ ଉଠାଇ ନେଲା ପୋଲିସ

ନବରଙ୍ଗପୁର: କଂଗ୍ରେସ ଓ ବିଜେପି ନେତାଙ୍କୁ ଉଠାଇ ନେଲା ପୋଲିସ । ନବରଙ୍ଗପୁର ଜିଲ୍ଲାକୁ ହେଲଥ କାର୍ଡ ବଣ୍ଟନ ପାଇଁ ମୁଖ୍ୟମନ୍ତ୍ରୀ ନ ଆସି ନିଜେ ଭର୍ଚ୍ଚୁଆଲରେ ରହି ମନ୍ତ୍ରୀଙ୍କ ଦ୍ଵାରା କାର୍ଡ ବଣ୍ଟନକୁ ବିରୋଧ କରିଛି ଜିଲ୍ଲା କଂଗ୍ରେସ ( Nabarangpur congress protest against BSKY Smart Card) ।

ନବରଙ୍ଗପୁର ଜିଲ୍ଲାରେ BSKY ସ୍ମାର୍ଟ ହେଲଥ କାର୍ଡ଼ ବଣ୍ଟନ କାର୍ଯ୍ୟକ୍ରମରେ ମନ୍ତ୍ରୀମାନଙ୍କ ଗସ୍ତକୁ କଂଗ୍ରେସର ବିରୋଧ । ପ୍ଲାକାର୍ଡ ଧରି କାର୍ଯ୍ୟକ୍ରମସ୍ଥଳକୁ ଯିବାବେଳେ ରାସ୍ତାରୁ ଉଠାଇନେଲା ପୋଲିସ । ପୂର୍ବତନ ବିଧାୟକ ଭୁଜବଳ ମାଝୀ ଏବଂ ଜିଲ୍ଲା ସଭାପତି ମୁନା ତ୍ରିପାଠୀଙ୍କ ସହ ୧୭ ଜଣ କଂଗ୍ରେସ କର୍ମୀ ଅଟକ । ମୁଖ୍ୟମନ୍ତ୍ରୀ ନବରଙ୍ଗପୁର ଜିଲ୍ଲା ଗ୍ରସ୍ତ କରିଥିଲେ ଜିଲ୍ଲାର ପ୍ରକୃତ ସ୍ଥିତି ଜାଣି ପାରିଥାନ୍ତେ ବୋଲି କହିଛି ଜିଲ୍ଲା କଂଗ୍ରେସ । ଜିଲ୍ଲାର ବିଜେଡିର ତିନୋଟି ବିଧାୟକ, ଲୋକସଭା ଓ ରାଜ୍ୟସଭା ସାଂସଦ ରହିଥିଲେ ମଧ୍ୟ ଜିଲ୍ଲାର ସ୍ଥିତରେ କୌଣସି ଉନ୍ନତି ହୋଇନାହିଁ ।

ଲୋକେ ମୌଳିକ ସୁବିଧାରୁ ବଞ୍ଚିତ ହେଉଥିବା ଅଭିଯୋଗ କରିଛି କଂଗ୍ରେସ । ଏଥିସହ ଜିଲ୍ଲାରେ ମେଡିକାଲ ମାନଙ୍କରେ ଡକ୍ଟର ଅଭାବ ସମସ୍ୟା ରହିଥିବା ସହ ସରକାରୀ ମେଡିକାଲ ମାନଙ୍କରେ ଔଷଧ ମହଜୁଦ ନ ଥିବା ବେଳେ ଲୋକେ ବାହାରୁ ଟଙ୍କା ଦେଇ ଔଷଧ କିଣି ସେବନ କରୁଛନ୍ତି ଏବଂ ଜିଲ୍ଲାର ସରକାରୀ ମେଡିକାଲରେ ଲୋକେ ଉପଯୁକ୍ତ ଚିକିତ୍ସା ନ ପାଇ ବାରମ୍ବାର ବାହାର ଜିଲ୍ଲା ଓ ବାହାର ରାଜ୍ୟକୁ ଚିକିତ୍ସା ପାଇଁ ଯାଉଛନ୍ତି । ଯାହାଫଳରେ ଏହି ମାଗଣା ସ୍ବାସ୍ଥ୍ୟ ସେବା ହେଉଛି ଏକ ପ୍ରହସନ ବୋଲି କଂଗ୍ରେସ ଅଭିଯୋଗ କରିଛି । ସେହିପରି ବିଜେପି ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଭର୍ଚ୍ଚୁଆଲ କାର୍ଯ୍ୟକ୍ରମକୁ ବିରୋଧ କରିଛି। କଳା ପତାକା ଓ ଅଣ୍ଡା ମାଡ଼ ଭୟରେ ବିଜେପି ନେତା କାହ୍ନୁ ଦାସଙ୍କୁ ମଧ୍ୟ ପୋଲିସ ଥାନାରେ ଅଟକ ରଖିଛି।

ନବରଙ୍ଗପୁରରୁ ତପନ କୁମାର ଦାସ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.