ନବରଙ୍ଗପୁର: କୋଷାଗୁମୁଡାରେ ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ର ଏକ ଶାଖା ଖୋଲିବାକୁ ଦାବି କରିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ । ଜିଲ୍ଲାର ବୃହତ ବ୍ଲକ ହେଉଛି କୋଷାଗୁମୁଡା ବ୍ଲକ । ଏଠାରେ ମୋଟ ୨୬ଟି ପଞ୍ଚାୟତ ରହିଛି ଓ ପ୍ରାୟ ୨ଲକ୍ଷ ଲୋକ ଏହି ବ୍ଲକରେ ବସବାସ କରନ୍ତି । ମାତ୍ର ଏଠାରେ ଷ୍ଟେଟ ବ୍ୟାଙ୍କର ଶାଖାଟିଏ ନାହିଁ ।
ଦୀର୍ଘଦିନଧରି କୋଷାଗୁମୁଡା ଅଞ୍ଚଳ ବାସୀଙ୍କ ଏହି ଦାବି କରିଆସୁଛନ୍ତି । ଏକାଧିକବାର ଆନ୍ଦୋଳନ ମଧ୍ୟ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖକୁ ଯାଇ ଦାବି ଉପସ୍ଥାପନ କରିଛନ୍ତି ।
ମାତ୍ର ଫଳ ଶୂନ । ମିଳିଥିବା ପ୍ରତିଶ୍ରୁତି ଏଯାବତ ବାସ୍ତବ ରୂପ ନେଇପାରିନି । ଫଳରେ ପୁନର୍ବାର ଅଞ୍ଚଳବାସୀ, କୋଷାଗୁମୁଡା ଠାରେ SBI ଶାଖା ଖୋଲିବାକୁ ସ୍ଥାନୀୟ BDOଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । BDOଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ, 5T ସଚିବ, ମୁଖ୍ୟ ଶାସନ ସଚିବ, ଓଡିଶା SBI ର ମୁଖ୍ୟ ପ୍ରବନ୍ଧକ, ନବରଙ୍ଗପୁର ଜିଲ୍ଲାର ସମସ୍ତ ବିଧାୟକ, ସାଂସଦ, ଜିଲ୍ଲାପାଳ, ଏସପି, ଜୟପୁର SBI ଆଞ୍ଚଳିକ ପ୍ରବନ୍ଧକ ପ୍ରମୁଖଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପଠାଯାଇଛି। ଶୀଘ୍ର ପୁରଣ ଦାବି ନହେଲେ ଆଗାମୀ ଦିନରେ ଏକ ବଡ଼ ଧରଣର ଆନ୍ଦୋଳନ କରିବାକୁ ଚେତାବନୀ ଦେଇଛନ୍ତି ।
ନବରଙ୍ଗପୁରରୁ ତପନ କୁମାର ବିଷୟି, ଇଟିଭି ଭାରତ