ETV Bharat / state

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଜଣେ ମୃତ, 4 ଆହତ

ନବରଙ୍ଗପୁର ଜିଲ୍ଲା ଡଙ୍ଗରଭେଜା ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଚାରିଜଣ ଆହତ ହୋଇଛନ୍ତି । ଅଧିକ ପଢନ୍ତୁ...

author img

By

Published : Mar 21, 2021, 9:19 AM IST

ଦୁଇ ବାଇକ ମୁହାଁମୁହିଁ ଧକ୍କା: ଜଣେ ମୃତ, 4 ଆହତ
ଜଣେ ମୃତ, 4 ଆହତ

ନବରଙ୍ଗପୁର: ଜିଲ୍ଲା ଡଙ୍ଗରଭେଜା ନିକଟରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହୋଇଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଚାରିଜଣ ଆହତ ହୋଇଛନ୍ତି ।

ଦୁଇ ବାଇକ ମୁହାଁମୁହିଁ ଧକ୍କା

ସୂଚନାଅନୁସାରେ,ଡଙ୍ଗରଭେଜା ଫାଣ୍ଡି ନିକଟରେ ଦୁଇଟି ବାଇକ ମୁହାଁମୁହିଁ ହେବା ଫଳରେ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ସାଗରମୁଣ୍ଡା ଗ୍ରାମର ଶ୍ରୀତମ କଚିମ ନାମକ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ବ୍ୟକ୍ତି ଜଣକ ଅନ୍ୟ ଦୁଇ ଜଣ ବନ୍ଧୁଙ୍କ ସହ ଘର ରଙ୍ଗ କାମ କରି ଫେରୁଥିଲେ । ଏହା ସହିତ ଅନ୍ୟ ଦୁଇ ଜଣ ଆହତ ନିଜ ସାଙ୍ଗମାନଙ୍କ ସହ ଗୋଟିଏ ଭୋଜିରେ ଯୋଗଦେଇ ଫେରୁଥିଲେ ବୋଲି ଜଣା ପଡିଛି।

ଦୁର୍ଘଟଣାରେ ଆହତ ସମସ୍ତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଠାରେ ଦୁଇଜଣଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜକୁ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ଡଙ୍ଗରଭେଜା ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.