ETV Bharat / state

ନବରଙ୍ଗପୁରରେ ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳିତ - ନବରଙ୍ଗପୁରରେ ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ବୈଠକ

ଆରମ୍ଭ ହୋଇଛି ଜିଲ୍ଲା ପ୍ରଶାସନ ପକ୍ଷରୁ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳନ। ୧୯୯୯ ମହାବାତ୍ୟାକୁ ଆଖି ଆଗରେ ରଖି ଏହି ଦିବସ ପାଳନର ଆୟୋଜନ କରିଛି ଜିଲ୍ଲା ପ୍ରଶାସନ । ଅଧିକ ପଢ଼ନ୍ତୁ

ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ : ସଚେତନ ହେଲେ କ୍ଷୟକ୍ଷତିରୁ ଅଳ୍ପକେ ବର୍ତ୍ତି ପାରିବା କହିଲେ ଜିଲ୍ଲା ପ୍ରଶାସନ

author img

By

Published : Oct 29, 2022, 7:20 PM IST

ନବରଙ୍ଗପୁର : ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳନ ହୋଇଯାଇଛି l ୧୯୯୯ ମହାବାତ୍ୟା ପରେ ପ୍ରତିବର୍ଷ ପରି ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଓ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ପାଳନ କରୁଛି ଓଡିଶା । ଏହି ଅବସରରେ ଏକ ସଚେତନତା ପଦଯାତ୍ରା ସ୍ଥାନୀୟ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ମିଶନ ଶକ୍ତି ସଭା ଗୃହ ଠାରେ ପହଞ୍ଚିଥିଲା । ଏହି ସଚେତନତା କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଅଧ୍ୟକ୍ଷତା କରିଥିବାବେଳେ ସ୍ଥାନୀୟ ବିଧାୟକ, SHG ସଦସ୍ୟ, ଶିକ୍ଷକ, ଛାତ୍ରଛାତ୍ରୀଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ ।

ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ : ସଚେତନ ହେଲେ କ୍ଷୟକ୍ଷତିରୁ ଅଳ୍ପକେ ବର୍ତ୍ତି ପାରିବା କହିଲେ ଜିଲ୍ଲା ପ୍ରଶାସନ

ଆଜିର ଏହି ଦିନରେ ଅର୍ଥାତ ୧୯୯୯ ମହାବାତ୍ୟାକୁ ଆଖି ଆଗରେ ଏହି ଦିବସ ପାଳନର ଆୟୋଜନ କରିଛି ଜିଲ୍ଲା ପ୍ରଶାସନ । ବିପର୍ଯ୍ୟୟବେଳେ ପରିସ୍ଥିତିକୁ ମୁକାବିଲା ପାଇଁ ସଚେତନତାର ବାର୍ତ୍ତା ଦିଆ ଯାଇଥିଲା l ବିପର୍ଯ୍ୟୟକୁ ଏଡାଇ ଦିଆଯାଇ ପାରିବ ନାହିଁ କିନ୍ତୁ ସଚେତନ ହେଲେ କ୍ଷୟ କ୍ଷତିରୁ ଅଳ୍ପକେ ବର୍ତ୍ତିହେବ । ତେଣୁ ଗୋଷ୍ଠୀସ୍ତରରେ ଯଦି ସମସ୍ତେ ମିଳିମିଶି କାମ କରିପାରିବା ତାହେଲେ ଦୈବୀ ଦୁର୍ବିପାକ ଦୁର୍ଘଟଣାରୁ ଧନ ଜୀବନ ରକ୍ଷା କରିପାରିବା l

ତେନ୍ତୁଳୀଖୁଣ୍ଟି ବ୍ଲକରେ ଗତ ବର୍ଷ ପଥର ସନ୍ଧିରେ ଏକ ବାଳକ ଫସି ଯାଇଥିଲା ଯାହାକୁ କି ସ୍ଥାନୀୟ ବିଡ଼ିଓ ନିଜେ ଉପସ୍ଥିତ ରହି ପଥର କାଟି ଅଗ୍ନିଶମ ବାହିନୀର ବହୁ ଘଣ୍ଟାର କସରତ ପରେ ବାଳକକୁ ଉଦ୍ଧାର କରି ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ଆଜି ସେଇ ଘଟଣା ପାଇଁ ତେନ୍ତୁଳୀଖୁଣ୍ଟି ବିଡ଼ିଓଙ୍କୁ ସମ୍ମାନିତ ମଧ୍ୟ କରିଛନ୍ତି ଜିଲ୍ଲାପାଳ l ମୋଟାମୋଟି ଭାବେ କହିବାକୁ ଗଲେ ସମସ୍ତେ ମିଳିମିଶି ଯଦି କାର୍ଯ୍ୟ କରିବା ତାହେଲେ ଯେକୌଣସି ବିପତ୍ତିରୁ ମଧ୍ୟ ରକ୍ଷା ପାଇ ପାରିବା ଏହା ହିଁ ଥିଲା ଆଜିର କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଜିଲ୍ଲାପାଳ କହିଥିଲେ ।

ଜିଲ୍ଲାପାଳ ଡ଼. କମଳ ଲୋଚନ ମିଶ୍ର କହିଛନ୍ତି, ''୧୯୯୯ ମହାବାତ୍ୟାର ପରିପ୍ରେକ୍ଷୀରେ ପ୍ରତିବର୍ଷ ଭଳି ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳନ କରାଯାଉଛି । ଏହି ଅବସରରେ ଆଜି ନବରଙ୍ଗରପୁରରେ ଏକ ରାଲିର ଆୟୋଜନ କରାଯାଇଥିଲା । ତେବେ ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ବିପର୍ଯ୍ୟୟ ପ୍ରସ୍ତୁତି । ବିପର୍ଯ୍ୟୟ ପ୍ରସ୍ତୁତି କେବଳ ସରକାରୀସ୍ତରରେ ସୀମିତ ହୋଇ ରହିପାରିବ ନାହିଁ ଏହା ସମସ୍ତଙ୍କର ସହଯୋଗ ଏବଂ ଯୋଗଦାନରେ ହିଁ ହୋଇପାରିବ । ଏନେଇ ପଞ୍ଚାୟତସ୍ତରରେ ଏବଂ ବ୍ଲକ୍‌ସ୍ତରରେ ସମସ୍ତ ପ୍ରସ୍ତୁତି କରାଯାଇଛି । ପ୍ରତ୍ୟେକ ସ୍ତରରେ ବିପର୍ଯ୍ୟୟ ପାଇଁ ଯୋଜନା ଓ ପ୍ରସ୍ତୁତି ରହିବା ଆବଶ୍ୟକ ।"

ଇଟିଭି ଭାରତ, ସୁବର୍ଣ୍ଣପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.