ETV Bharat / state

କୋରୋନା ସହାୟତା: ନବରଙ୍ଗପୁର ସାଂସଦ ଦେଲେ 30ଲକ୍ଷ - ନବରଙ୍ଗପୁର ସାଂସଦ

କୋରୋନା ମୁକାବିଲା ପାଇଁ ନବରଙ୍ଗପୁର ସାଂସଦଙ୍କ ଆର୍ଥିକ ସହାୟତା । ସାଂସଦ ପାଣ୍ଠିରୁ ପ୍ରଦାନ କଲେ 30 ଲକ୍ଷ ଟଙ୍କା । ଅଧିକ ପଢନ୍ତୁ...

କୋରୋନା ମୁକାବିଲା
କୋରୋନା ମୁକାବିଲା
author img

By

Published : Mar 27, 2020, 3:02 PM IST

ନବରଙ୍ଗପୁର: କୋରୋନା ମୁକାବିଲାରେ ହାତ ବଢାଇଲେ ନବରଙ୍ଗପୁର ସାଂସଦ । ସାଂସଦ ପାଣ୍ଠିରୁ ଜିଲ୍ଲା ମୁଖ୍ୟଚିକିତ୍ସାୟକୁ 30 ଲକ୍ଷ ଟଙ୍କା ପ୍ରଦାନ କଲେ ସାଂସଦ ରମେଶ ମାଝୀ । ଏନେଇ ସେ ନବରଙ୍ଗପୁର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ।

ଏହି ଅର୍ଥରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ 2ଟି ଆଇସିୟୁ ଭେଣ୍ଟିଲେଣ୍ଟର, ଡାକ୍ତର, ସ୍ବାସ୍ଥ୍ୟ କର୍ମଚାରୀଙ୍କ ପାଇ ଶହେଟି ଇନଫ୍ରା-ରେଡ ଥର୍ମୋମିଟର, ସ୍ବାସ୍ଥ୍ୟ ବିଭାଗ କର୍ମଚାରୀମାନଙ୍କୁ ଆବଶ୍ୟକ ସହାୟକ କିଟ କ୍ରୟ କରିବାକୁ କହିଛନ୍ତି । ସ୍ବାସ୍ଥ୍ୟ କର୍ମଚାରୀଙ୍କ ପାଇଁ ଆବଶ୍ୟକ ସୁରକ୍ଷା କିଟ ସ୍ବାସ୍ଥ୍ୟ ବିଭାଗ ଯୋଗାଇ ପାରୁନଥିବାରୁ ଏନେଇ ବିଭିନ୍ନ ମହଲରେ ଅଭିଯୋଗ ହୋଇଆସୁଥିଲା । ତେବେ ସାଂସଦଙ୍କ ପାଣ୍ଠି ଘୋଷଣା ପରେ ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀମାନେ ଆଶ୍ବସ୍ତି ଲାଭ କରିଛନ୍ତି ।

ସାଂସଦ ରମେଶ ଚନ୍ଦ୍ର ମାଝୀଙ୍କ ଏହି ଘୋଷଣା ପରେ ତାଙ୍କୁ ଜିଲ୍ଲାବାସୀ ଓ ଜିଲ୍ଲାସ୍ବାସ୍ଥ୍ୟ ବିଭାଗ କର୍ମଚାରୀମାନେ କୃତଜ୍ଞତା ଜଣାଇଛନ୍ତି ।

ନବରଙ୍ଗପୁରରୁ ତପନ ବିଷୋୟୀ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.