ନବରଙ୍ଗପୁର: ଦେଶରେ କରୋନାଭାଇରସର ସଂକ୍ରମଣ ପ୍ରତିଦିନ ଲଗାତାର ଭାବେ ବଢ଼ିବାରେ ଲାଗିଛି । ସେହିପରି ଓଡିଶା ବାହାରେ ରହୁଥିବା ପ୍ରବାସୀମାନେ ଅନ୍ୟ ରାଜ୍ୟରେ ରହି ବିଭିନ୍ନ ଅସୁବିଧାର ସମୁଖୀନ ହେଉଛନ୍ତି ।
ଏନେଇ ପ୍ରବାସୀମାନଙ୍କୁ ଫେରାଇ ଆଣିବା ନିମନ୍ତେ ସରକାର ନିଷ୍ପତି ନେବା ପରେ ନବରଙ୍ଗପୁର ଜିଲ୍ଲାକୁ ବିଭିନ୍ନ ରାଜ୍ୟରୁ ଲୋକ ଆସିବା ପରେ 21 ଦିନ ସେମାନଙ୍କୁ ସଙ୍ଗରୋଧ ଗୃହରେ ରଖାଯାଉଛି । ଏହି ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ସେମାନଙ୍କୁ ଯୋଗ ଓ ବ୍ୟାୟାମ ଶିକ୍ଷା ଦିଆଯାଉଥିବାର ମଧ୍ୟ ଦେଖିବାକୁ ମିଳିଛି ।
ସଙ୍ଗରୋଧ ଗୃହରେ ରହି ମଧ୍ୟ କିପରି ନିଜ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବେ ସେଥି ନିମନ୍ତେ ଅସ୍ଥାୟୀ ସ୍ୱାସ୍ଥ୍ୟକେନ୍ଦ୍ର ଗୁଡିକରେ ବିଭିନ୍ନ ବ୍ୟବସ୍ଥା ମଧ୍ୟ କରାଯାଇଛି । ସେହିପରି
ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର କୁଟ୍ରିଛାପର ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ର ଠାରେ ବାହାର ରାଜ୍ୟରୁ ୫୪ ଜଣ ଆସି ରହିଛନ୍ତି ।
ସେହିପରି ଝରିଗାଁ ଗୋଷ୍ଠି ଉନ୍ନୟନ ଅଧିକାରୀଙ୍କ ଅନୁରୋଧ କ୍ରମେ ସଙ୍ଗରୋଧରେ ରହୁଥିବା ଶ୍ରମିକମାନଙ୍କ ରୋଗ ପ୍ରତିଶୋଧକ ଶକ୍ତି ବଢ଼େଇବା ନିମନ୍ତେ ଏକ ଖୁବ ସୁନ୍ଦର ବ୍ୟବସ୍ଥା କରିଛନ୍ତି । ଏକ ଏନଜିଓ ସଂସ୍ଥା ଶ୍ରମିକମାନଙ୍କୁ ଯୋଗ ଶିଖାଉଛନ୍ତି । ଏହାଦ୍ୱାରା ବାହାରୁ ଆସିଥିବା ଶ୍ରମିକମାନେ ସକାଳୁ ଉଠି ଯୋଗ ଅଭ୍ୟାସ କରୁଛନ୍ତି ।
ପ୍ରତିଦିନ ସକାଳୁ ଯୋଗ କରିବା ଦ୍ୱାରା ମନ ସହ ଶରୀର ସୁସ୍ଥ ରହୁଛି, ଆମେ କାମ କରିବା ଲୋକ ବସି ରହିଲେ ଶରୀର ଧିମା ହୋଇଯିବ ଏଣୁ ଯୋଗ କରିବା ଦ୍ୱାରା ଆମର ଉପକାର ହେଉଛି ବୋଲି କହୁଛନ୍ତି ପ୍ରବାସୀ ଓଡ଼ିଆ ।
ନବରଙ୍ଗପୁରରୁ ତପନ କୁମାର ବିଷୋୟି, ଇଟିଭି ଭାରତ