ETV Bharat / state

ଘରକୁ ଫେରିବାକୁ ନାହିଁ ବ୍ୟବସ୍ଥା, ପ୍ରଚଣ୍ଡ ଖରାରେ ଖାଲି ପାଦ ସାଜିଛି ସାହା - ନବରଙ୍ଗପୁରରେ ପ୍ରବାସୀ ଶ୍ରମିକ

ଲକଡାଉନ ଯୋଗୁଁ ବାହାର ରାଜ୍ୟରେ ନିର୍ଯାତନା ହେଉ ଅବା ଭୋକର ଜ୍ଵାଳା, କିମ୍ବା ନିଜ ଜିଲ୍ଲାକୁ ଆସି କ୍ବାରେନଣ୍ଟାଇନ ଅବଧି ସାରି ଚାଲି ଚାଲି ଘରକୁ ଫେରିବା, ସବୁଠି କେବଳ ଶ୍ରମିକଙ୍କ ଦୁଃଖ । ପୁଣି ଥରେ ଏଭଳି ଏକ କରୁଣ ଚିତ୍ର ଚନ୍ଦାହାଣ୍ଡିଠାରେ ଦେଖିବାକୁ ମିଳିଛି ।

nabarangpur latest news, migrant labour under problem in nabarangpur, migrant labours in nabarangpur, migrant labours return home completing quarantine, ନବରଙ୍ଗପୁର ଲାଟେଷ୍ଟ ନ୍ୟୁଜ୍‌, ନବରଙ୍ଗପୁରରେ ହଇରାଣ ହେଉଛନ୍ତି ପ୍ରବାସୀ, ନବରଙ୍ଗପୁରରେ ପ୍ରବାସୀ ଶ୍ରମିକ, କ୍ବାରେଣ୍ଟାଇନ ସାରି ଘରକୁ ଫେରିଲେ ପ୍ରବାସୀ
ଘରକୁ ଫେରିବାକୁ ନାହିଁ ବ୍ୟବସ୍ଥା, ପ୍ରଚଣ୍ଡ ଖରାରେ ଖାଲି ପାଦ ସାଜିଛି ସାହା
author img

By

Published : May 29, 2020, 9:18 PM IST

Updated : May 30, 2020, 1:02 PM IST

ନବରଙ୍ଗପୁର: କୋରୋନା ମହାମାରୀ ଯଦି କାହାକୁ ଅଧିକ ଦୁଃଖ ଦେଉଛି ତେବେ ସେମାନେ ହେଉଛନ୍ତି ସାଧାରଣ ପ୍ରବାସୀ ଶ୍ରମିକ । ଲକଡାଉନ ଯୋଗୁଁ ବାହାର ରାଜ୍ୟରେ ନିର୍ଯାତନା ହେଉ ଅବା ଭୋକର ଜ୍ଵାଳା, କିମ୍ବା ନିଜ ଜିଲ୍ଲାକୁ ଆସି କ୍ବାରେନଣ୍ଟାଇନ ଅବଧି ସାରି ଚାଲି ଚାଲି ଘରକୁ ଫେରିବା, ସବୁଠି କେବଳ ଶ୍ରମିକଙ୍କ ଦୁଃଖ । ପୁଣି ଥରେ ଏଭଳି ଏକ କରୁଣ ଚିତ୍ର ଚନ୍ଦାହାଣ୍ଡିଠାରେ ଦେଖିବାକୁ ମିଳିଛି ।

ଘରକୁ ଫେରିବାକୁ ନାହିଁ ବ୍ୟବସ୍ଥା, ପ୍ରଚଣ୍ଡ ଖରାରେ ଖାଲି ପାଦ ସାଜିଛି ସାହା

ଚନ୍ଦାହାଣ୍ଡି ବ୍ଲକ ଦଳବେଡା ଓ ଧୋଡିପାଣି ଅଞ୍ଚଳର ପ୍ରାୟ 30 ଜଣ ଶ୍ରମିକ ତେଲେଙ୍ଗାନାର ବିଭିନ୍ନ ଉଦ୍ୟୋଗରେ ଶ୍ରମିକ ଭାବେ ନିୟୋଜିତ ହୋଇ କାର୍ଯ୍ୟ କରି ଆସୁଥିଲେ । ତେବେ ଲକଡାଉନ ଯୋଗୁଁ ସେମାନେ ଜୀବିକା ହରାଇଥିବା ବେଳେ କୌଣସି ପ୍ରକାରେ ନିଜ ରାଜ୍ୟକୁ ଫେରି ଆସିବା ପାଇଁ ମନସ୍ଥ କରିଥିଲେ । ସେମାନଙ୍କୁ ଫେରାଇ ଆଣିବା ପାଇଁ କୌଣସି ସରକାରୀ ବ୍ୟବସ୍ଥା ହୋଇନଥିବା ବେଳେ ଏମାନେ ନିଜ ଜିଲ୍ଲା ନବରଙ୍ଗପୁରକୁ ଆସି ଝରିଗାଁ ବ୍ଲକର ଫୁପୁଗାଁ ଟିଏମସିରେ ରହିଥିଲେ ।

ଏବେ ଏହି ଶିବିରରେ କ୍ବାରେନଣ୍ଟାଇନ ଅବଧି ସରିଥିବା ବେଳେ ଏମାନଙ୍କୁ ନିଜ ଘରକୁ ଛାଡ଼ିବା ବ୍ୟବସ୍ଥା କରିନାହିଁ ଜିଲ୍ଲା ପ୍ରଶାସନ । ଫଳରେ ଅନ୍ୟ ଶ୍ରମିକମାନଙ୍କ ସହ ଟଙ୍କଧର ଧୂରୁଆ, ସ୍ତ୍ରୀ ଗୌରୀ ଧୂରୁଆ, ଦୁଇ ପୁଅ ଦିବେଶ୍ବର(6) ଓ କୃଷ୍ଣ (10) ପ୍ରଚଣ୍ଡ ଖରାରେ ବିନା ଚପଲରେ ଚାଲି ଚାଲି ଯାଉଥିବା ହୃଦୟ ବିଦାରକ ଦୃଶ୍ୟ ସମସ୍ତଙ୍କୁ ବ୍ୟଥିତ କରିଛି । ଏମାନେ ପ୍ରଚଣ୍ଡ ଖରାରେ ପିଲା ଛୁଆଙ୍କୁ ଧରି ରାସ୍ତାରେ ଚାଲି ଚାଲି ଫେରୁଥିବାର ଦେଖିବାକୁ ମିଳିଛି । ପ୍ରବାସୀମାନେ ଫେରିବା ପାଇଁ କୌଣସି ଗାଡିର ବ୍ୟବସ୍ଥା କରାଯାଇନଥିବା ଅଭିଯୋଗ କରି ପ୍ରଶାସନ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।

ତେବେ ଜିଲ୍ଲା ମଧ୍ୟରେ ଥିବା ପ୍ରବାସୀମାନେ ଯଦି ଏପରି ଅସୁବିଧାର ସମ୍ମୁଖୀନ ହେଉଛନ୍ତି ତେବେ ବାହାର ରାଜ୍ୟରେ ଫସିଥିବା ପ୍ରବାସୀ ଓଡିଆମାନେ କିପରି ହଇରାଣ ହେଉନଥିବେ ତାହା ଏଥିରୁ ସ୍ପଷ୍ଟ ଅନୁମେୟ ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : May 30, 2020, 1:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.