ETV Bharat / state

ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା, ପଚୁଛି ମୃତଦେହ ପ୍ରଶାସନର ନିଘା ନାହିଁ !

author img

By

Published : May 30, 2022, 10:42 AM IST

Updated : May 30, 2022, 5:54 PM IST

ଏବେ ସାମ୍ନାକୁ ଆସିଛି ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟର ମୃତଦେହ ରଖାଯାଉଥିବା ଗୃହର ଅବ୍ୟବସ୍ଥାର ଚିତ୍ର । ରାଇଘରରୁ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହକୁ ଆଣି ମୁଖ୍ୟ ଚିକିତ୍ସାଳୟ ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି କିନ୍ତୁ, ବର୍ତ୍ତମାନ ମୃତଦହରୁ ଦୁର୍ଗନ୍ଧ ବାହାରି ଆଖପାଖ ପରିବେଶ ଦୂଷିତ ହେଲାଣି । ଅଧିକ ପଢନ୍ତୁ

ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା, ପଚୁଛି ମୃତଦେହ ପ୍ରଶାସନର ନିଘା ନାହିଁ !
ଶବ ବ୍ୟବଚ୍ଛେଦ ଗୃହରୁ ମୃତଦହ ପଚି ଦୁର୍ଗନ୍ଧ ବାହାରୁଥିବା ଅଭିଯୋଗ

ନବରଙ୍ଗପୁର: ଅବ୍ୟବସ୍ଥା ଘେରରେ ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟ । ଅସ୍ୱାସ୍ଥ୍ୟକର ପରିବେଶ, ହନ୍ତସନ୍ତ ରୋଗୀ ଆଉ ମେଡିକାଲ କର୍ତ୍ତୃପକ୍ଷ ନିରବ ଦ୍ରଷ୍ଟା ପାଲଟିଥିବା ଅଭିଯୋଗ ହୋଇଛି । ଏହି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରୁଛନ୍ତି ୧୦ ଗୋଟି ବ୍ଲକର ଅଧିବାସୀ । ଆଉ ଅବ୍ୟବସ୍ଥା ଭିତରେ ମୃତଦେହକୁ ରଖିଥିବାର ଅଭିଯୋଗ ଆସିବା ପରେ କ୍ୟାମେରାରେ କଏଦ ହୋଇଛି ଅବ୍ୟବସ୍ଥାର ସ୍ପଷ୍ଟ ଚିତ୍ର । ସ୍ୱାସ୍ଥ୍ୟ ବିଭାଗ ପାଇଁ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା, ହେଲେ ଟଙ୍କା କେଉଁ ଦିଗରେ ଖର୍ଚ୍ଚ ହେଉଛି ତାହା ଆଜି ସବୁଠୁ ବଡ଼ ପ୍ରଶ୍ନ । ଦୀପ ତଳ ଅନ୍ଧାର ସଦୃଶ ପାଲଟିଯାଇଛି ମୁଖ୍ୟ ଚିକିତ୍ସାଳୟ ।

ନବରଙ୍ଗପୁର ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା, ପଚୁଛି ମୃତଦେହ ପ୍ରଶାସନର ନିଘା ନାହିଁ !

ସ୍ୱଚ୍ଛତା ହିଁ ସେବା ଓ ସ୍ୱଚ୍ଛତା ପାଇଁ କାୟାକଳ୍ପ ଭଳି ଯୋଜନା କିନ୍ତୁ, ଏଠାକାର ଚିତ୍ର ସମ୍ପୂର୍ଣ୍ଣ ଅଲଗା । ସ୍ୱଚ୍ଛତା ବଦଳରେ ଦେଖାଦେଉଛି ଅସ୍ୱାସ୍ଥ୍ୟକର ପରିବେଶ, ହେଲେ ଏଥିପ୍ରତି କାହାର ନିଘା ମଧ୍ୟ ନାହିଁ । ଡାକ୍ତରଖାନାରେ ଅସୁରକ୍ଷିତ ଭାବେ ପଡିରହୁଛି ମୃତଦେହ, କେତେବେଳେ ମେଡିକାଲରେ ଡାକ୍ତର ଅଭାବ ଦେଖିବାକୁ ମିଳୁଛି ତ କେତେବେଳେ ରୋଗୀଙ୍କୁ ନିର୍ଯାତନା ଦେବାର ଖବର ଆସୁଛି ।

ଆଉ ଏବେ ସାମ୍ନାକୁ ଆସିଛି ମୃତଦେହ ରଖାଯାଉଥିବା ଗୃହର ଅବ୍ୟବସ୍ଥାର ଚିତ୍ର । ଶନିବାର ଠାରୁ ରାଇଘରରୁ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହକୁ ଆଣି ମୁଖ୍ୟ ଚିକିତ୍ସାଳୟ ଶବ ବ୍ୟବଚ୍ଛେଦ ଗୃହରେ ରଖାଯାଇଛି କିନ୍ତୁ, ବର୍ତ୍ତମାନ ମୃତଦେହରୁ ଦୁର୍ଗନ୍ଧ ବାହାରି ଆଖପାଖ ପରିବେଶ ଦୂଷିତ ହେଲାଣି । ମୃତଦେହ ରଖିବା ପାଇଁ ଫ୍ରିଜର ଖରାପ ଥିବା ବେଳେ ତଷୁ ଓ ଗୋଟିଏ ଆଇସ ଖଣ୍ଡ ଦେଇ ମୃତଦେହ ରଖାଯାଇଛି । ଯହାଦ୍ୱାରା ମୃତଦେହ ପଚିବାକୁ ବସିଲାଣି । ବିଗତ ଦିନରେ ଉମରକୋଟ ମେଡିକାଲରେ ମଧ୍ୟ ଏପରି ଏକ ଚିତ୍ର ସାମ୍ନାକୁ ଆସିଥିଲା, ଯେଉଁଠାରେ କି ମୃତଦେହକୁ ମୂଷା ଖାଇ କ୍ଷତବିକ୍ଷତ କରିଥିଲା । ଏନେଇ ସିଡିଏମଓଙ୍କୁ ପଚାରିବାରୁ ଖୁବଶୀଘ୍ର ସମସ୍ୟାର ସମାଧାନ କରିବା ସହ ଫ୍ରିଜର ପାଇଁ ଉପରିସ୍ଥ ଅଧିକାରୀଙ୍କୁ ପତ୍ର ଲେଖିଥିବା କଥା କହିଛନ୍ତି ।

ଶବ ବ୍ୟବଚ୍ଛେଦ ଗୃହରୁ ପାଣି ବାହାରିବା ପାଇଁ ମଧ୍ୟ ଉତ୍ତମ ଡ୍ରେନ ବ୍ୟବସ୍ଥା ନଥିବାରୁ ସେଠାକାର ପାଣି ଆସି ଦୁର୍ଗନ୍ଧରେ ଫାଟି ପଡୁଛି । ଗତକାଲି ଠାରୁ କରେଣ୍ଟ ନଥିବା ଯୋଗୁଁ ବାଧ୍ୟ ହୋଇ ଆଇସ ଦିଆଯାଇଛି ବୋଲି କହିଛନ୍ତି । ତେବେ ପ୍ରଶ୍ନ ଉଠୁଛି ଯେ, ମୁଖ୍ୟ ମେଡିକାଲରେ ଇଲେକ୍ଟ୍ରିକ ବ୍ୟବସ୍ଥା ଖରାପ ଯୋଗୁଁ ମୃତଦେହ ପଚି ଦୁର୍ଗନ୍ଧ ହୋଇ ପରିବେଶ ପ୍ରଦୂଷଣ କରିବା ସହ ଏକପ୍ରକାର ମୃତଦେହକୁ ଅସମ୍ମାନ ମଧ୍ୟ କରାଯାଇଛି । ମୃତଦେହକୁ ଅସମ୍ମାନ ଚିତ୍ରକୁ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯାଇଥିବା ବେଳେ ଉପାନ୍ତ ଅଞ୍ଚଳର ସ୍ୱାସ୍ଥ୍ୟାବସ୍ଥା କେବେ ସୁଧୁରିବ ତାକୁ ନେଇ ଏବେ ବଡ଼ ପ୍ରଶ୍ନ ।

ସରକାର ଏତେ ସୁବିଧା ପ୍ରଦାନ କରିବା ପରେ ମଧ୍ୟ ବିଭାଗୀୟ କର୍ମଚାରୀଙ୍କ ଚରମ ଅବହେଳା ଏବେ ଦାଣ୍ଡରେ ପଡି ହାଟରେ ଗଡ଼ିଲାଣି । ତେବେ ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଜିଲ୍ଲାର ସ୍ୱାସ୍ଥ୍ୟାବ୍ୟବସ୍ଥାରେ କେବେ ସୁଧାର ଆସୁଛି ତାହା ହିଁ ଦେଖିବାକୁ ବାକି ରହିଲା ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : May 30, 2022, 5:54 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.