ETV Bharat / state

ନବରଙ୍ଗପୁରରେ ନୂଆ 58 କୋରୋନା ଆକ୍ରାନ୍ତ ଚିହ୍ନଟ - ବଢି ଚାଲିଛି କୋରୋନେ ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟକୁ କବ୍ଜା କରିଛି କୋରୋନା । ଆଜି ନବରଙ୍ଗପୁରରେ ମୋଟ 58 ଆକ୍ରାନ୍ତ ହୋଇଥିବା ବେଳେ ସମୁଦାୟ ପଜିଟିଭ ସଂଖ୍ୟା ତିନି ହଜାର ପାର କରିଛି ।

increasing-corana-casess-in-nabarangpur
ନବରଙ୍ଗପୁରରେ ନୂଆ 58 କୋରୋନା ପଜିଟିଭ
author img

By

Published : Sep 29, 2020, 2:06 PM IST

ନବରଙ୍ଗପୁର: ରାଜ୍ୟରେ କାେରୋନା କାୟା ଜାରି ରହିଛି । ଦିନକୁ ଦିନ ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଆଜି ନବରଙ୍ଗପୁରରେ ମୋଟ 58ଜଣ କୋରୋନାରେ ଆକ୍ରାନ୍ତ ହେବା ଚିନ୍ତାର କାରଣ ହୋଇଛି ।

କୋରୋନାକୁ ମୁକାବିଲା କରିବା ପାଇଁ ପ୍ରାଶାସନ ଯେତେ ଚେଷ୍ଟା କଲେ ବି ସବୁ ବିଫଳ ହେଉଛି । କେରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ନବରଙ୍ଗପୁରରେ କୋରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି । ଆଜି ନୂଆ 58 ପଜିଟିଭ ଚିହ୍ନଟ ହୋଇଛନ୍ତି । 58ଜଣଙ୍କ ମଧ୍ୟରୁ ନବରଙ୍ଗପୁର ପୌରାଞ୍ଚଳରୁ 19ଜଣ,ତେନ୍ତୁଳିଖୁଣ୍ଟି ବ୍ଲକରୁ 15ଜଣ,ଚାନ୍ଦହାଣ୍ଡି ବ୍ଲକରୁ 4ଜଣ,କୋଷାଗୁମୁଡା ବ୍ଲକରୁ 3ଜଣ ସହ ନବରଙ୍ଗପୁର ବ୍ଲକରୁ 7ଜଣ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ।

ଏପଟେ ଉମରକୋଟ ପୌରାଞ୍ଚଳରୁ 3ଜଣ ପଜିଟିଭ ହୋଇଥିବା ବେଳେ ଝରିଗାଁ ଓ ନନ୍ଦାହାଣ୍ଡିରୁ ଜଣେ ଲେଖାଏଁ ଆକ୍ରାନ୍ତ ହୋଇଛନ୍ତି । ଅନ୍ୟପଟେ ପାପଡାହାଣ୍ଡି,ଡାବୁଗାଁ ଓ ରାଇଘର ବ୍ଲକରୁ ଜଣେ ଲେଖାଏଁ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ତେବେ ଜିଲ୍ଲାରେ ସମୁଦାୟ ପଜିଟିଭ ସଂଖ୍ୟା 3623ରେ ପହଞ୍ଚିଥିବା ବେଳେ 2795ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏ ଯାଏଁ ଜିଲ୍ଲାରେ 802ଟି ସକ୍ରିୟ କେସ ରହିଥିବା ବେଳେ 704ଜଣ ହୋମ ଆଇସୋଲେସନରେ ଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.