ETV Bharat / state

ପାରିବାରିକ କଳହ ଯୋଗୁଁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ମାରଣାସ୍ତ୍ର ସାହାଯ୍ୟରେ ଆକ୍ରମଣ କରି ହତ୍ୟା କଲା ସ୍ବାମୀ । ଅଧିକ ପଢନ୍ତୁ...

author img

By

Published : Jun 29, 2021, 4:29 PM IST

ପାରିବାରିକ କଳହ ଯୋଗୁଁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ
ପାରିବାରିକ କଳହ ଯୋଗୁଁ ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

ନବରଙ୍ଗପୁର: ପାରିବାରିକ କଳହର କରୁଣ ପରିଣତି ଏମିତି ଯେ ସ୍ୱାମୀ ନେଲା ସ୍ତ୍ରୀର ଜୀବନ । ନବରଙ୍ଗପୁର ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଏକ ଅଭାବନୀୟ ଘଟଣା । ଜିଲ୍ଲାର କୋଷାଗୁମୁଡ଼ା ଥାନା ଅଧିନ ଉମର ଗାଁ ଗ୍ରାମର ବନମାଳୀ ଭତ୍ରା ତାର ସ୍ତ୍ରୀ ବୁଦମଣି ଭତ୍ରାକୁ ହତ୍ୟା କରିଥିବାର ଅଭିଯୋଗ ଆସିଛି ।

କୌଣସି ଏକ ପାରିବାରିକ ଘଟଣାକୁ ନେଇ ଉଭୟ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଏହା ଉଗ୍ରରୂପ ଧାରଣ କରି ଉଭୟଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ସ୍ୱାମୀ ତା ସ୍ତ୍ରୀକୁ ମାରଣାସ୍ତ୍ର ସାହାଯ୍ୟରେ ହତ୍ୟା କରିଥିବା ନେଇ ଅଭିଯୋଗ ହୋଇଛି । ପୂର୍ବରୁ ମଧ୍ୟ ଅନେକ ସମୟରେ ଉଭୟ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହୁଥିବା ପ୍ରକାଶ କରିଛନ୍ତି ଗ୍ରାମବାସୀ ।

ଏହି ଘଟଣା ସମ୍ପର୍କରେ ଅଭିଯୋଗ ପାଇ କୋଷାଗୁମୁଡ଼ା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ଅଭିଯୋଗ ଆଧାରରେ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ତଦନ୍ତ ଚଲାଇଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.