ETV Bharat / state

ରାଜସ୍ଥାନୀ ଯାଯାବରଙ୍କୁ ସାହାଯ୍ୟର ହାତ ବଢାଇଲେ ବନ କର୍ମଚାରୀ - coronavirus news

ମହାମାରୀ କୋରୋନାକୁ ନେଇ ଚାରିଆଡେ ଲକଡାଉନ ଖାଁ ଖାଁ କିନ୍ତୁ ଏଭଳି ଅସମୟରେ ରାଜସ୍ଥାନୀ ଯାଯାବରଙ୍କୁ ମଣିଷପଣିଆ ଦେଖାଇ ସାହାଯ୍ୟର ହାତ ବଢାଇଛନ୍ତି ନବରଙ୍ଗପୁର ଜିଲ୍ଲାର ବନକର୍ମଚାରୀ । ଅଧିକ ପଢନ୍ତୁ...

foresters-extend-a-helping-hand-to-rajasthani-jajabar
ରାଜସ୍ଥାନୀ ଯାଯାବରଙ୍କୁ ସାହାଯ୍ୟର ହାତବଢାଇଲେ ବନକର୍ମଚାରୀ
author img

By

Published : Mar 28, 2020, 5:53 PM IST

ନବରଙ୍ଗପୁର: ରାଜସ୍ଥାନୀ ଯାଯାବରଙ୍କୁ ସାହାଯ୍ୟର ହାତବଢାଇଲେ ବନକର୍ମଚାରୀ । ମହାମାରୀ କୋରୋନା ମୁକାବିଲା ପାଇଁ ସମଗ୍ର ଦେଶରେ 21ଦିନ ପର୍ଯ୍ୟନ୍ତ ଲକଡାଉନ ଘୋଷଣା କରାଯାଇଛି l ଏଭଳି ଅସମୟରେ ନବରଙ୍ଗପୁର ଜିଲ୍ଲା ତାରାଗାଁରେ ଯାଯାବରଙ୍କୁ ସାହାର୍ଯ୍ୟର ହାତବଢାଇଲେ ବନକର୍ମଚାରୀ ।

ନବରଙ୍ଗପୁର ସଦର ବ୍ଲକ ଅନ୍ତର୍ଗତ ତାରାଗାଁ ଛକ ନିକଟରେ ଆଶ୍ରୟ ନେଇଛନ୍ତି ରାଜସ୍ଥାନରୁ ଆସିଥିବା ଯାଯାବର ପରିବାର । ସେମାନଙ୍କ ମଧ୍ୟରେ 6 ଟି ପରିବାରର ପ୍ରାୟ 30ରୁ ଊର୍ଦ୍ଧ୍ବ ସଦସ୍ୟ l ଏମାନେ ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଜଡିବୁଟି ଔଷଧ ବିକ୍ରୟ କରି ଜୀବିକା ନିର୍ବାହ କରୁଥିଲେ । ସାରା ଜିଲ୍ଲା ତାଲା ବନ୍ଦ ଘୋଷଣା ହୋଇଯିବାରୁ ବେପାର ବନ୍ଦ ହୋଇଯାଇଛି ଫଳରେ ୩ ଦିନ ହେବ ଭୋକ ଉପାସରେ ଦିନ ବିତାଉଛନ୍ତି l ଏନେଇ ପାପଡାହାଣ୍ଡି ବନବିଭାଗର ମୃଗ ବିହାରରେ କାର୍ଯ୍ୟରତ ବନରକ୍ଷୀ ଏ. ମନୋଜ କୌଣସି ସୂତ୍ରରୁ ଖବର ପାଇବା ପରେ ସେମାନଙ୍କ ପାଖରେ ପହଞ୍ଚିଥିଲେ ।

ରାଜସ୍ଥାନୀ ଯାଯାବରଙ୍କୁ ସାହାଯ୍ୟର ହାତବଢାଇଲେ ବନକର୍ମଚାରୀ

ବନ୍ୟଜନ୍ତୁ ଉଦ୍ଧାରକାରି ଦଳର ସଦସ୍ୟ ଲୋହିତ କୁମାର ବିଷୋୟୀ, ନୀଳାଞ୍ଚଳ ବିଷୋୟୀ,ଜଗଦୀଶ ଭତରା ପ୍ରମୁଖ ସେମାନଙ୍କ ପାଖରେ ପହଞ୍ଚି ସମସ୍ତ ପରିବାର ବିଷୟରେ ପଚାରି ବୁଝିଥିଲେ l ସେମାନଙ୍କୁ ମହାମାରୀ କୋରୋନା ବିଷୟରେ ସଚେତନ କରିବା ସହ ଅଟା, ବିସ୍କୁଟ, ପନିପରିବା ଓ ବିଭିନ୍ନ ତେଜରାଜି ସାମଗ୍ରୀ ଯୋଗାଇ ଦେଇଛନ୍ତି l ବନ କର୍ମଚାରୀ ମାନଙ୍କ ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.