ETV Bharat / state

କିଷାନ ପଦଯାତ୍ରାରେ ଚାଷୀ ଓ ପୋଲିସ ଧସ୍ତାଧସ୍ତି - nabaranga district news

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟକୁ ଚାଷୀ ଧସେଇ ପଶିବାକୁ ଉଦ୍ୟମ କରିବା ସମୟରେ ଧସ୍ତାଧସ୍ତି ହୋଇଛି । ଅଧିକ ପଢନ୍ତୁ...

କିଷାନ ପଦଯାତ୍ରାରେ ଚାଷୀ ଓ ପୋଲିସ ଧସ୍ତାଧସ୍ତି

author img

By

Published : Mar 8, 2021, 9:30 PM IST

ନବରଙ୍ଗପୁର : ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟକୁ ଚାଷୀ ଧସେଇ ପଶିବାକୁ ଉଦ୍ୟମ କରିବା ସମୟରେ ହୋଇଥିଲା ଧସ୍ତାଧସ୍ତି ହୋଇଛି । ଗତ ମାର୍ଚ୍ଚ ୩ ତାରିଖ ଦିନ ନବରଙ୍ଗପୁର ଜିଲ୍ଲାର ସୀମାବର୍ତୀ ବ୍ଲକ ଚନ୍ଦାହାଣ୍ଡିରୁ ବାହାରିଥିବା କିଷାନ ପଦଯାତ୍ରା ଆଜି ନବରଙ୍ଗପୁରରେ ପହଁଚିଛି । ଚଳିତ ବର୍ଷ ଧାନ ମଣ୍ଡିରେ ପ୍ରକୃତ ଚାଷୀଙ୍କ ପ୍ରତି ହୋଇଥିବା ଅନ୍ୟାୟ, ଦୁର୍ନୀତିର ପ୍ରତିବାଦ ସହ ମଣ୍ଡି ଦୁର୍ନୀତିର ପ୍ରକୃତ ଦୋଷୀଙ୍କୁ ଗିରଫ କରିବା ଦାବି ନେଇ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିବା ପାଇଁ କିଷାନ ନେତା ଖେମରାଜ ବାଘଙ୍କ ନେତୃତ୍ବରେ ଚନ୍ଦାହାଣ୍ଡିରୁ ଶତାଧିକ ପୁରୁଷ ଓ ମହିଳାଚାଷୀ ୧୨୧ କିଲୋମିଟର ରାସ୍ତା ଅତିକ୍ରମ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ପରେ କାର୍ଯ୍ୟାଳୟ ମଧ୍ୟକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବାବେଳେ ସେଠାରେ ଥିବା ପୋଲିସ ଓ ଚାଷୀଙ୍କ ମଧ୍ୟରେ ଧସ୍ତା ଧସ୍ଥି ହୋଇଥିବା ଖବର ସାମ୍ନାକୁ ଆସିଛି ।

କିଷାନ ପଦଯାତ୍ରାରେ ଚାଷୀ ଓ ପୋଲିସ ଧସ୍ତାଧସ୍ତି

ଏହାପରେ ଜିଲ୍ଲାପାଳ ଚାଷୀଙ୍କ ଏକ ପ୍ରତିନିଧି ଦଳକୁ କାର୍ଯ୍ୟାଳୟ ଆସି ଦାବିପତ୍ର ପ୍ରଦାନ କରିବାକୁ ଅନୁମତି ଦେବାପରେ ପରିବେଶ ଶାନ୍ତ ପଡିଥିଲା। ଏହାପରେ ଏକ ପ୍ରତିନିଧି ଦଳ ଯାଇ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଥିଲେ। ଚଳିତ ବର୍ଷ ନବରଙ୍ଗପୁର ଜିଲ୍ଲାରେ ୪୫ ,ହଜାର କୁଇଣ୍ଟାଲ ଧାନ ଉତ୍ପାଦନ ହୋଇଥିବାବେଳେ ସରକାର ୨୦ ହଜାର କୁଇଣ୍ଟାଲ ଧାନ ଚାଷୀଙ୍କ ଠାରୁ କିଣିଛନ୍ତି,ବଳକା ରହିଯାଇଥିବା ପ୍ରକୃତ ଚାଷୀଙ୍କ ୨୦ ହଜାର କୁଇଣ୍ଟାଲ ଧାନକୁ ସରକାର କେବେ କିଣିବେ ତାକୁ ନେଇ ଉଠିଛି ପ୍ରଶ୍ନ ।

୨୦ ହଜାର କୁଇଣ୍ଟାଲ ଧାନରୁ ୧୦ ହଜାର କୁଇଣ୍ଟାଲ ଧାନକୁ ମଧ୍ୟ ବାଟମାରଣା କରାଯାଇଥିବା ଅଭିଯୋଗ କରିଛନ୍ତି ଚାଷୀ । ଜିଲ୍ଲାରେ ହୋଇଥିବା ମଣ୍ଡି ଦୁର୍ନୀତି ପଛରେ ଥିବା ପ୍ରକୃତ ଦୋଷୀଙ୍କୁ ଗିରଫ କରାଯାଉ ବୋଲି ଚେତାବନୀ ଦେଇଛନ୍ତି କଂଗ୍ରସ ନେତା ପ୍ରଦୀପ ମାଝୀ। ଏପଟେ ନବରଙ୍ଗପୁର ଜିଲ୍ଲାପାଳ ଡଃ. ଅଜିତ କୁମାର ମିଶ୍ର ଚାଷୀଙ୍କ ଦାବିକୁ ନେଇ ତଦନ୍ତ କରାଯିବ ଏବଂ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ପ୍ରକୃତ ଚାଷୀଙ୍କ ଯେଉଁ ଧାନ ଗୁଡିକ ରହିଛି ସେ ବିଷୟରେ ସରକାରଙ୍କ ସହ ଆଲୋଚନା କରି ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି ।

ଏହି କିଷାନ ପଦଯାତ୍ରାରେ ରାଜ୍ୟ କଂଗ୍ରେସ କାର୍ଯ୍ୟକାରୀ ସଭାପତି ତଥା ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି ସଭାପତି ମୁନ୍ନା ତ୍ରିପାଠୀ, ପୂର୍ବତନ ବିଧାୟକ ଭୁଜବଳ ମାଝୀ, ସଦନ ନାୟକ ମଧ୍ୟ ଯୋଗ ଦେଇଥିଲେ

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.