ETV Bharat / state

ପେନସନ ପାଇଁ କୋଷ ବାଟ, ସାହାରା ପାଲଟିଛି ଚଉକି - ବୃଦ୍ଧାଙ୍କ ପାଇଁ ସାହାରା ପାଲଟିଛି ଚଉକି

ମିଶୁନି ଆଙ୍ଗୁଠି ଚିହ୍ନ, ମିଳୁନି ଭତ୍ତା । ମିଳୁନି ପେନସନ ଟଙ୍କା । ପରିଣତ ବୟସରେ ଚଉକି ସାହାଯ୍ୟରେ ଚାଲିଚାଲି ପେନସନ ପାଇଁ ହଟହଟା ବୃଦ୍ଧା । ଅଧିକ ପଢ଼ନ୍ତୁ

woman struggling to get pension
ପରିଣତ ବୟସରେ ପେନସନ ପାଇଁ ହଟହଟା
author img

By

Published : Apr 17, 2023, 9:37 PM IST

Updated : Apr 17, 2023, 10:02 PM IST

ପରିଣତ ବୟସରେ ପେନସନ ପାଇଁ ହଟହଟା

ନବରଙ୍ଗପୁର: ବୟସ ପାଖାପାଖି ୭୦ରୁ ଉର୍ଦ୍ଧ ହେବ । ଦେହରେ ଚାଲିବା ଲାଗି ଶକ୍ତି ନାହିଁ, କି ପାଟିରୁ ଜୋରରେ କଥା ବି ବାହାରୁ ନାହିଁ । କଙ୍କାଳ ପ୍ରାୟ ଶରୀର ତାଙ୍କର, ହେଲେ ଖାଲି ପାଦରେ ଏକୁଟିଆ ଗୋଟିଏ ଚଉକି ଭରସାରେ ଚାଲିଚାଲି ଯାଉଥିବା ଦୃଶ୍ୟ ନିଶ୍ଚିତ ଭାବେ କେତେ ଯେ କଷ୍ଟଦାୟକ ତାହା ନ ଦେଖିଲେ ବିଶ୍ୱାସ କରିହେବନି । ପେନସନ ପାଇଁ ଯାଇ ଗୋଡ଼ ହରେଇଲେ ହେଲେ ପେନସନ ମିଳିଲା ନାହିଁ । ଯେଉଁଠିକୁ ଗଲେ ଆଙ୍ଗୁଠି ମିଶୁନଥିବା କହି ଫେରେଇ ଦେଲେ । ପରିଣତ ବୟସରେ ଭଙ୍ଗା ଗୋଡ଼ରେ ଚାଲିଚାଲି ହଟହଟା ହେଉଛନ୍ତି, କିନ୍ତୁ ପଡୁନି ପ୍ରଶାସନର ନଜର । ମାସ ଶେଷରେ ମିଳୁଥିବା ସରକାରୀ ପେନସନ ଟିକକୁ ନେଇ ଆଶାବାନ୍ଧି ରହିଥିବା ବୃଦ୍ଧା ଜଣକ ଚୌକି ସହାୟତାରେ ଏ ବ୍ୟାଙ୍କରୁ ସେ ବ୍ୟାଙ୍କକୁ ଯାଇ ହତାଶ ହେଉଛନ୍ତି ।

ବୃଦ୍ଧା ଜଣକ ହେଉଛନ୍ତି ଝରୀଗାଁ ବ୍ଲକ ବଣୁଆଗୁଡା ଗ୍ରାମ ପଞ୍ଚାୟତର ସୂର୍ଯ୍ୟ ହରିଜନ । ଅସହାୟ ଏହି ବୃଦ୍ଧା ଜଣକ ପେନସନ ଟିକକ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ହେଲେ ସବୁଠି ଗୋଟିଏ କଥା, ଆଙ୍ଗୁଠି ମିଶୁନି । ଏପରିକି ପେନସନ ପାଇଁ ଯାଇ ହତାଶ ହୋଇ ଫେରିବା ବାଟରେ ପଡି ଗୋଡ଼ ବି ଭାଙ୍ଗିଗଲା । ଏବେ ସେ ଚାଲିବା ବୁଲିବା ପାଇଁ ସକ୍ଷମ ନୁହଁନ୍ତି । ତଥାପି ବୃଦ୍ଧା ଜଣକ ପେନସନ ପାଇଁ ଚଉକି ସହାୟତାରେ କୋଷ କୋଷ ବାଟ ଚାଲି ଚାଲି ଯାଉଥିବା କହିଛନ୍ତି । ଏପଟେ ବଡପୁଅ ସୀତାରାମ ଦାଦନ ଖଟିବା ଲାଗି ଅନ୍ୟ ରାଜ୍ୟକୁ ଚାଲିଯାଇଥିବା ବେଳେ ସାନ ପୁଅ ମଶୁରାମ ଗାଁ ଲୋକଙ୍କ ଗାଈ ଚରାନ୍ତି । ଯିଏ ଯାହା ଦେଲା ସେଥିରେ ପେଟ ପୋଷୁଛନ୍ତି । ସେଥିରେ ଏହି ବୃଦ୍ଧାଙ୍କ ସ୍ଥିତି ଯେ କିପରି ଥିବ ତାହା ଅନୁମେୟ । ଅସହାୟ ବୃଦ୍ଧାଙ୍କ ଦୁଃଖ କହିଲେ ନସରେ, ଏଭଳି ସ୍ଥିତିରେ ସରକାର ସହାୟତାର ହାତ ବଢ଼େଇବା ଲାଗି ସର୍ବସାଧାରଣରେ ଦାବି ହୋଇଛି ।

ଏ ସମ୍ପର୍କ ନେଇ ବୃଦ୍ଧା ଜଣକ ଏସବିଆଇ ବ୍ୟାଙ୍କ ଯାଇଥିଲେ ଏବଂ ନିଜ ଦାବି ଜଣାଇଥିଲେ । ସେଠାକାର ବ୍ୟାଙ୍କ ମ୍ୟାନେଜର କହିଛନ୍ତି, "ବୃଦ୍ଧାଙ୍କ ଆଙ୍ଗୁଠି ମିଶୁନି । ତେଣୁ ଟଙ୍କା ନେବାରେ ସମସ୍ୟା ହେଉଛି । ମାନୁଆଲି ତାଙ୍କୁ ୩ ହଜାର ଟଙ୍କା ଦିଆଯାଇଛି । ଖୁବଶୀଘ୍ର ତାଙ୍କ ସମସ୍ୟା ଦୂର ହେବ ।" ଅନ୍ୟପଟେ ଗ୍ରାମରେ ଏଭଳି ଅସହାୟଙ୍କ ତାଲିକା କରି ସେମାନଙ୍କ ହାଚରେ ପେନସନ ଟଙ୍କା ଯୋଗେଇଦେବା ଲାଗି ଆଲୋଚନା କରାଯାଇଛି ବୋଲି ସରପଞ୍ଚ କହିଛନ୍ତି ।

ଇଟିଭି ଭାରତ, ନବରଙ୍ଗପୁର

Last Updated : Apr 17, 2023, 10:02 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.