ନବରଙ୍ଗପୁର: ସଙ୍କଟରେ ଚିକେନ ବ୍ୟବସାୟ । ଚିକେନରୁ ବ୍ୟାପୁଛି କୋରୋନା । କେତେବେଳେ ଗୁଜବ ତ ଆଉ କେତେବେଳେ ବାର୍ଡ ଫ୍ଲୁ ଆତଙ୍କ ଭିତରେ ପେଷି ହେଉଛନ୍ତି ନବରଙ୍ଗପୁର ଚିକେନ ବ୍ୟବସାୟୀ । ମାଂସ ଭିତରେ ସାଧାରଣତଃ ଲୋକେ ଚିକେନ ଖାଇବାକୁ ବେଶ ପସନ୍ଦ କରୁଥିଲେ । କିନ୍ତୁ ଗୁଜବରେ ଲୋକେ ଆତଙ୍କିତ ହୋଇ ଚିକେନ ଖାଇବା ଛାଡି ଦେଇଛନ୍ତି । କୋରୋନାର ଭୟାବହତା ଭିତରେ ଲକଡାଉନ ହେତୁ କୁକୁଡ଼ା ବ୍ୟବସାୟରେ ମାନ୍ଦାବସ୍ତା ଦେଖାଦେଇଥିଲା । କୁକୁଡା ବ୍ୟବସାୟୀ ବାଧ୍ୟ ହୋଇ କମ ଦାମ୍ରେ କୁକୁଡା ବିକ୍ରି କରୁଥିଲେ ତ ଅନ୍ୟ କେହି କୁକୁଡା ମାଗଣାରେ ବିକ୍ରି କରୁଥିଲେ । ପୁଣି କେହି କେହି କୁକୁଡାକୁ ବାହାରେ ଛାଡି ଦେଇଥିଲେ । କିଛି ମାସ ଯାଏଁ କୁକୁଡ଼ା ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା । ଧୀରେ ଧୀରେ ଗୁଜବ ସନ୍ଦେହ ଦୂର ହେବା ପରେ କୁକୁଡ଼ା ବ୍ୟବସାୟ ଅଣ୍ଟା ସଳଖି ଛିଡା ହେବାର ସ୍ବପ୍ନ ଦେଖୁଥିବା ବେଳେ ପୁଣି ବାର୍ଡ ଫ୍ଲୁ ଆତଙ୍କ ଯୋଗୁଁ ବ୍ୟବସାୟ ଧିମେଇ ଯାଇଛି ।
ଚିନ୍ତା ବଢାଉଛି ଗୁଜବ, ଚିକେନ ବ୍ୟବସାୟରୁ ମୁହଁ ଫେରାଉଛନ୍ତି ଚାଷୀ
ସଙ୍କଟରେ ଚିକେନ ବ୍ୟବସାୟ । କେତେବେଳେ ଗୁଜବ ତ ଆଉ କେତେବେଳେ ବାର୍ଡ ଫ୍ଲୁ ଆତଙ୍କ ଭିତରେ ପେଷି ହୋଇଯାଇଛି ବ୍ୟବସାୟ । କୁକୁଡ଼ା ବ୍ୟବସାୟ କରି ରୋଜଗାରର ପନ୍ଥା ଆପଣେଇଥିବା ଲୋକଙ୍କ ପାଇଁ ବର୍ତ୍ତମାନ ନିଜ ବ୍ୟବସାୟର ସ୍ଥିତିକୁ ନେଇ ଚିନ୍ତାରେ ।