ETV Bharat / state

ରୟାଲ ସୋସାଇଟି ଅଫ୍‌ ଆର୍ଟ୍‌ସ୍‌ ପକ୍ଷରୁ ବିଭୁତି ପଟ୍ଟନାୟକ ସମ୍ବର୍ଦ୍ଧିତ - ବିଭୁତିଙ୍କୁ ମିଳିଲା ରୟାଲ ସୋସାଇଟି ଅଫ୍‌ ଆର୍ଟ୍‌ସ୍‌ ପୁରସ୍କାର

ଲଣ୍ଡନର ରୟାଲ ସୋସାଇଟି ଅଫ୍‌ ଆର୍ଟ୍‌ସ୍‌ ପକ୍ଷରୁ ପୁରସ୍କୃତ ହେଲେ ନବରଙ୍ଗପୁରର ବିଭୁତି ଭୂଷଣ ପଟ୍ଟନାୟକ । ସେ ଏହି ସମ୍ମାନ ହାସଲ କରିବା ସହ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି । ଅଧିକ ପଢ଼ନ୍ତୁ

ବିଭୁତିଙ୍କୁ ସମ୍ବର୍ଦ୍ଧିତ କଲା ରୟାଲ ସୋସାଇଟି ଅଫ୍‌ ଆର୍ଟ୍‌ସ୍‌

author img

By

Published : Dec 5, 2021, 4:41 PM IST

ନବରଙ୍ଗପୁର: ଲଣ୍ଡନର ରୟାଲ ସୋସାଇଟି ଅଫ୍‌ ଆର୍ଟ୍‌ସ୍‌(Royal Society of Arts) ପକ୍ଷରୁ ପୁରସ୍କୃତ ହେଲେ ନବରଙ୍ଗପୁରର ବିଭୁତି ଭୂଷଣ ପଟ୍ଟନାୟକ । ବୈଷୟିକ ଜ୍ଞାନ କୌଶଳର ଉପଯୋଗ, ପରିବେଶ ପରିବର୍ତ୍ତନର ବାର୍ତ୍ତାବହକ, ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ବ୍ୟକ୍ତିବିଶେଷଙ୍କୁ ଏହି ସଂସ୍ଥା ପକ୍ଷରୁ ପୁରସ୍କୃତ କରାଯାଉଛି । ଏହି କ୍ରମରେ ବିଭୁତି ଭୂଷଣ ପଟ୍ଟନାୟକ ଏହି ସମ୍ମାନ ହାସଲ କରିବା ସହ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ।

ବିଭୁତିଙ୍କୁ ସମ୍ବର୍ଦ୍ଧିତ କଲା ରୟାଲ ସୋସାଇଟି ଅଫ୍‌ ଆର୍ଟ୍‌ସ୍‌
ବିଭୁତିଙ୍କୁ ସମ୍ବର୍ଦ୍ଧିତ କଲା ରୟାଲ ସୋସାଇଟି ଅଫ୍‌ ଆର୍ଟ୍‌ସ୍‌
ବିଭୁତିଙ୍କୁ ସମ୍ବର୍ଦ୍ଧିତ କଲା ରୟାଲ ସୋସାଇଟି ଅଫ୍‌ ଆର୍ଟ୍‌ସ୍‌
ବିଭୁତିଙ୍କୁ ସମ୍ବର୍ଦ୍ଧିତ କଲା ରୟାଲ ସୋସାଇଟି ଅଫ୍‌ ଆର୍ଟ୍‌ସ୍‌

ଇଂଲଣ୍ଡରେ 'ହେଲ୍ପ ଦି ପୁର୍‌' ନାମକ ଏକ ସଂସ୍ଥା ଗଠନ କରି ପାଣ୍ଠି ସଂଗ୍ରହ କରୁଥିଲେ ବିଭୁତି ଭୂଷଣ । ଉକ୍ତ ପାଣ୍ଠିକୁ କୋଲକାତାସ୍ଥିତ କ୍ୟାନ୍ସର ହସ୍ପିଟାଲକୁ ସେ ଦାନ କରିଥିଲେ । ତା ସହିତ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ପାଣ୍ଠି ପ୍ରଦାନ କରିବା, ଶିଶୁଙ୍କ ବିକାଶ ପାଇଁ ବିଭିନ୍ନ ପ୍ରକଳ୍ପକୁ ପାଣ୍ଠି ପ୍ରଦାନ କରିବା, ଇଂଲଣ୍ଡରେ ବାସଗୃହହୀନ ପରିବାରଙ୍କୁ ସାହାଯ୍ୟ କରିବା ଆଦି କ୍ଷେତ୍ରରେ କାମ କରୁଛନ୍ତି ବିଭୁତି ଭୂଷଣ । ବିଭୁତି ଏବେ ଲଣ୍ଡନରେ ସିଟି ଓ ଗିଲ୍ସ ନାମକ ଏକ ସଂସ୍ଥାରେ କନସଲ୍‌ଟାଣ୍ଟ୍‌ ଭାବେ କାର୍ଯ୍ୟ କରୁଛନ୍ତି ।

ଏହାସହ ସେ ସେଭ୍ ପ୍ଲାନେଟ୍, ୱାନ୍ ଓଡ଼ିଶା ଟିଭି, ଲେଟ୍ ମାଷ୍ଟର ଡଟ୍‌.କମ୍ ଆଦି ପ୍ରତିଷ୍ଠା କରିଛନ୍ତି । ଏହି ସଂସ୍ଥା ମାଧ୍ୟମରେ ବିଶ୍ୱରେ ସାମାଜିକ ପରିବର୍ତ୍ତନ ପାଇଁ ଉଦ୍ୟମ ଜାରି ରଖିଛନ୍ତି । ସେହିପରି ସେ ମାମବୋଜି ନାମକ ଏକ ସଂସ୍ଥା ମାଧ୍ୟମରେ ନିଯୁକ୍ତି ସନ୍ଧାନରେ ଥିବା ଭାରତୀୟଙ୍କୁ ତାଲିମ ପ୍ରଦାନ କରିଛନ୍ତି । ବିଭୁତିଙ୍କ ଏହି ପୁରସ୍କାର ନବରଙ୍ଗପୁର ଜିଲ୍ଲା ଓ ରାଜ୍ୟ ପାଇଁ ଗୌରବ ଆଣିଦେଇଛି । ଓଡ଼ିଶାରେ ପୂର୍ବରୁ ଜଣେ ବ୍ୟକ୍ତି ଏହି ପୁରସ୍କାର ପାଇଥିବା ବେଳେ ସେ ଇଂଲଣ୍ଡର ନାଗରିକତ୍ୱ ଲାଭ କରିସାରିଛନ୍ତି । ରାଜ୍ୟର ଦ୍ବିତୀୟ ବ୍ୟକ୍ତି ଭାବରେ ବିଭୁତି ଏହି ପୁରସ୍କାର ହାସଲ କରିଛନ୍ତି ।

୧୭୪୫ ମସିହାରେ ଲଣ୍ଡନରେ ରୟାଲ ସୋସାଇଟି ଅଫ୍‌ ଆର୍ଟ୍‌ସ୍‌ ପ୍ରତିଷ୍ଠା ହୋଇଥିଲା । ୧୮୪୭ରେ ଏହି ସଂସ୍ଥାକୁ ରୟାଲ ଷ୍ଟାଟସ ମିଳିଥିଲା । ପ୍ରତିବର୍ଷ ବିଶ୍ୱର ସାମାଜିକ ପରିବର୍ତ୍ତନ, ଜଳବାୟୁ ପରିବର୍ତ୍ତନ ବିକାଶ ଆଦି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଥିବା ବିଶ୍ୱର ୧୦୦ ଜଣକୁ ଏହି ସଂଗଠନ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଉଛି । ୨୬୦ ବର୍ଷ ଧରି ଏପର୍ଯ୍ୟନ୍ତ ପ୍ରାୟ ୩୦ ହଜାର ଜଣଙ୍କୁ ଏହି ସଂସ୍ଥା ପୁରସ୍କୃତ କରିଛି । ସେମାନଙ୍କ ମଧ୍ୟରେ ବେଞ୍ଜାମିନ୍ ପ୍ରାଙ୍କଲିନ୍, ମାଡାମ କ୍ୟୁରୀ, କାର୍ଲ ମାସ୍କ, ଚାର୍ଲି ଡିକନେସ୍, ଷ୍ଟିଫେନ୍ ହକିଂ, ନେଲସନ୍‌ ମାଣ୍ଡେଲା, ଟିମ୍ ବର୍ନରସ୍ ଲି, ଜୁଡି ଡେଞ୍ଚ, ଆଲେକ୍ସ ଜେମ୍ସ ପ୍ରମୁଖ ଏହି ପୁରସ୍କାର ପାଇଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.