ETV Bharat / state

ଡଙ୍ଗରିଗୁଡା ପଞ୍ଚାୟତରେ ଦୋକାନ ଗୃହ ଆବଣ୍ଟନରେ ଅନିୟମିତତା ଆଶଙ୍କା - ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ଡଙ୍ଗରିଗୁଡା ପଞ୍ଚାୟତ

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧିନସ୍ଥ ଡଙ୍ଗରିଗୁଡା ଗ୍ରାମ ପଞ୍ଚାୟତ ହାଟପଦା ରାସ୍ତା ପାର୍ଶ୍ଵରେ ଥିବା ମାର୍କେଟ କଂପ୍ଲେକ୍ସ ଦୋକାନ ଗୃହ ଆବଣ୍ଟନ ବେଳେ ଏଭଳି ସ୍ଥିତି ଦେଖାଯାଇଛି ।

market complex distribution
ଦୋକାନ ଗୃହ ଆବଣ୍ଟନରେ ଅନିୟମିତତା
author img

By

Published : Dec 6, 2019, 4:46 AM IST

ନବରଙ୍ଗପୁର: ଗ୍ରାମ ପଞ୍ଚାୟତ ଦ୍ବାରା ନିର୍ମିତ ଦୋକାନ ଗୃହ ଆବଣ୍ଟନ ବେଳେ ଅନିୟମିତତା ଆଶଙ୍କା । ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧିନସ୍ଥ ଡଙ୍ଗରିଗୁଡା ଗ୍ରାମ ପଞ୍ଚାୟତ ହାଟପଦା ରାସ୍ତା ପାର୍ଶ୍ଵରେ ଥିବା ମାର୍କେଟ କଂପ୍ଲେକ୍ସ ଦୋକାନ ଗୃହ ଆବଣ୍ଟନ ବେଳେ ଏଭଳି ସ୍ଥିତି ଦେଖାଯାଇଛି ।

ଦୋକାନ ଗୃହ ଆବଣ୍ଟନରେ ଅନିୟମିତତା

କିଛି ବ୍ୟବସାୟୀ ବଣ୍ଟନ ପୂର୍ବରୁ କିଛି ଦୋକାନ ଗୃହରେ ଜିନିଷ ଆଣି ରଖିବା, ବିନା ସୂଚନାରେ କିମ୍ବା ତଥ୍ୟ ଗୁଡିକ ଗୁପ୍ତ ରଖି ଦୋକାନ ଗୃହ ଆବଣ୍ଟନ ହୋଇପାରେ ବୋଲି ଡଙ୍ଗରିଗୁଡାବାସୀ ଆଶଙ୍କା କରୁଛନ୍ତି । ଏହାକୁ ନେଇ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ହେଲେ ଆନ୍ଦୋଳନ କରିବାକୁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି । ବିଜେପି ଜିଲ୍ଲା କାର୍ଯ୍ୟକାରିଣୀ ସଭ୍ୟ ନରୁ ସିଂ ଏଦିଗରେ ପ୍ରଶାସନ ତତ୍ପର ନହେଲେ ,ଗଣତାନ୍ତ୍ରିକ ପଦ୍ଧତିରେ ଲୋକ ରାଜରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ।

ଏ ବିଷୟରେ ସ୍ଥାନୀୟ ଜିପିଓ ମହେଶ୍ବର ପ୍ରଧାନଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଆବଣ୍ଟନ ବେଳେ ନୋଟିସ ମାଧ୍ୟମରେ ସୂଚନା ଦିଆଯିବ ଏବଂ ସବୁ ନିୟମ ପାଳନ କରାଯିବ । ଅନ୍ୟପଟେ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୁଷ୍ଟି ଦେବାକୁ ଡ଼ଙ୍ଗରିଗୁଡାବାସୀ ଦାବି କରିଛନ୍ତି । କାରଣ କିଛିଦିନ ପୂର୍ବରୁ ଏହି ସାପ୍ତାହିକ ହାଟରେ ବେଆଇନ ଦୋକାନ ଗୃହ ନିର୍ମାଣକୁ ରୋକିବାରେ ସ୍ଥାନୀୟ ପ୍ରଶାସନ ବିଫଳ ହାଇଥିଲେ । ତେଣୁ ଏଥିପ୍ରତି ବିଶେଷ ଧ୍ୟାନ ଦେବାପାଇଁ ଡାବୁଗାଁ ଗ୍ରାମ ବାସୀ ଦାବି କରୁଛନ୍ତି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Intro:ରିପୋର୍ଟ-ତପନ କୁମାର ବିଷୟି, ନବରଙ୍ଗପୁର
ମାର୍କେଟ କଂପ୍ଲେକ୍ସ ଦୋକାନ ଗୃହ ଆବଣ୍ଟନ ବେଳେ ନିୟମ ପାଳନ କରିବାକୁ ଦାବି
ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଅଧିନସ୍ଥ ଡଙ୍ଗରିଗୁଡା ଗ୍ରାମ ପଞ୍ଚାୟତ ଦ୍ବାରା ନିର୍ମିତ ହାଟପଦା ରାସ୍ତା ପାର୍ଶ୍ଵରେ ଥିବା ମାର୍କେଟ କଂପ୍ଲେକ୍ସ ଦୋକାନ ଗୃହ ଆବଣ୍ଟନ ବେଳେ ସମ୍ପୂର୍ଣ ନିୟମକୁ ପାଳନ କରିବାକୁ ଦାବି ହେଉଛୁ । ଡଙ୍ଗରିଗୁଡା ବାସି ଆଶଙ୍କା କରୁଛନ୍ତି ବିନା ସୂଚନାରେ କିମ୍ବା ତଥ୍ୟ ଗୁଡିକୁ ଗୁପ୍ତ ରଖି ଆବଣ୍ଟନ ହୋଇପାରେ !!! ଏ ପରି ସ୍ଥଳେ ସେମାନେ ଆନ୍ଦୋଳନ କରିବାକୁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି । ବିଜେପି ଜିଲା କାର୍ଯ୍ୟକାରିଣୀ ସଭ୍ୟ ନରୁ ସିଂ ଏ ଦିଗରେ ପ୍ରଶାସନ ତତ୍ପର ନହେଲେ ,ଗଣତାନ୍ତ୍ରିକ ପଦ୍ଧତିରେ ଲୋକ ରାଜରାସ୍ତାକୁ ମଧ୍ୟ ଆଲ୍ହାଇବାକୁ ବାଧ୍ୟ ହେବେ ବୋଲି ଜଣାଇଛନ୍ତି । ନାମଫଳକକୁ ମଧ୍ୟ ଅଶ୍ୱଷ୍ଟ କରି ସୂଚନାକୁ ଗୁପ୍ତରଖିବାକୁ ଚେଷ୍ଟା କରାଯାଉଛୁ । କିଛି ଦୋକାନ ଗୃହରେ ବଣ୍ଟନ ପୂର୍ବରୁ ମଧ୍ୟ କିଛି ବ୍ୟବସାୟି ଜିନିଷ ରଖି ଥିବାରୁ ବଣ୍ଟନ ପୂର୍ବରୁ ଅନିୟମିତତା ର ଆଶଙ୍କା ବାଡିଯାଉଛି । ଏବିଷୟରେ ସ୍ଥାନୀୟ ଜିପିଓ ମହେଶ୍ୱର ପ୍ରଧାନ ଙ୍କୁ ପଚାରିବାରୁ ସେ ଆବଣ୍ଟନ ବେଳେ ନଟିସ ମାଧ୍ୟମରେ ସୂଚନା କରାଯିବ ଏବଂ ସମ୍ପୂର୍ଣ୍ଣ ନିୟମକୁ ପାଳନ କରାଯିବା ଉପରେ ଗୁରୁତ୍ୱ ଦେବା ସହ ଦାଇତ୍ୱ ରେ ଥିବା ସରକରୀ ଅଧିକାରୀ ବା ପଞ୍ଚାୟତ ଅଧିକାରୀଙ୍କୁ ନିୟମ ପ୍ରକାରେ ସବୁ କାମ କରିବା ପାଇଁ ସୂଚନା ଦେବେ ବୋଲି କହିଛନ୍ତି । ଜିଲା ପ୍ରଶାସନ ଏଥି ପ୍ରତି ବିଶେଷ ଦୁଷ୍ଟି ଦେବାପାଇଁ ଡ଼ଙ୍ଗରିଗୁଡା ବାସି ଦାବି କରୁଛନ୍ତି କାରଣ କିଛିଦିନ ପୂର୍ବେ ଏହି ସାପ୍ତାହିକ ହାଟ ମଧ୍ୟରେ ବେଆଇନ ଦୋକାନ ଗୃହ ନିର୍ମାଣ କୁ ରାକିବାରେ ସ୍ଥାନୀୟ ପ୍ରଶାସନ ବିଫଳ ହାଇଥିଲେ ତେଣୁ ଏଥି ପ୍ରତି ବିଶେଷ ଧ୍ୟାନ ଦେବାପାଇଁ ଡାବୁଗାଁ ଗ୍ରାମ ବାସୀ ଦାବି କରୁଛନ୍ତି ।Body:Tapan Kumar Bissoyi Conclusion:NABARANGPUR
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.