ETV Bharat / state

ପୁଣି ଦାଦନ ଯନ୍ତ୍ରଣା, ତେଲେଙ୍ଗାନା ଇଟାଭାଟିରୁ ଉଦ୍ଧାର ହୋଇ ଓଡିଶା ଫେରିଲେ ୮ ଶ୍ରମିକ - nabarangpur district administration

ତେଲେଙ୍ଗାନାକୁ ଦାଦନ ଖଟିବାକୁ ଯାଇ ଇଟାଭାଟିରେ ଫସିଥିଲେ ୮ ଶ୍ରମିକ । ଦୀର୍ଘ ୮ ମାସ ହେଲା ପାରିଶ୍ରମିକ ବଦଳରେ ମିଳୁଥିଲା ନିର୍ଯାତନା । ଜିଲ୍ଲା ପ୍ରଶାସନର ଉଦ୍ୟମରେ ସମସ୍ତ ୮ ଶ୍ରମିକ ଉଦ୍ଧାର । ଅଧିକ ପଢନ୍ତୁ...

ତେଲେଙ୍ଗାନାର ଇଟାଭାଟିରେ ଫସିଥିଲେ ୮ ଦାଦନ ଶ୍ରମିକ, ଉଦ୍ଧାର କଲା ପ୍ରଶାସନ

author img

By

Published : Oct 10, 2021, 8:59 PM IST

ନବରଙ୍ଗପୁର: ରୋଜଗାର ଆଶାରେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯିବା ପଡିଲା ମହଙ୍ଗା । ଇଟାଭାଟି ମାଲିକ ପାଖରେ ଦୀର୍ଘ ୮ ମାସ ବନ୍ଧା ପଡିଥିଲେ ଦାଦନ ଶ୍ରମିକ । ତେବେ ଜିଲ୍ଲା ପ୍ରଶାସନର ଉଦ୍ୟମରେ ବନ୍ଧକ ପଡିଥିବା ସମସ୍ତ ୮ ଦାଦନ ଶ୍ରମିକ ଉଦ୍ଧାର ହୋଇ ଓଡିଶା ଫେରିଥିବା ସୂଚନା ରହିଛି । ଉଦ୍ଧାର ସମସ୍ତ ଶ୍ରମିକ ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଓ ଉମରକୋଟ ବ୍ଲକର ବୋଲି ସୂଚନା ମିଳିଛି । ଜିଲ୍ଲା ପ୍ରଶାସନ ଓ ଶ୍ରମ ବିଭାଗର ଏକ ଟିମ ତେଲେଙ୍ଗାନା ଯାଇ ଏମାନଙ୍କୁ ଉଦ୍ଧାର କରି ଓଡିଶା ଫେରାଇ ଆଣିଥିବା ସୂଚନା ରହିଛି ।

ପୁଣି ଦାଦନ ଯନ୍ତ୍ରଣା, ତେଲେଙ୍ଗାନା ଇଟାଭାଟିରୁ ଉଦ୍ଧାର ହୋଇ ଓଡିଶା ଫେରିଲେ ୮ ଶ୍ରମିକ

ମିଳିଥିବା ସୂଚନା ଅନୁସାରେ, ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ଓ ଉମରକୋଟ ବ୍ଲକର ବିଭିନ୍ନ ଅଞ୍ଚଳରୁ ୧୧ ଜଣ ଯୁବକ ଯୁବତୀ ମାଲକାନଗିରି ଜିଲ୍ଲାର ଏମଭି-୭୯ ର ଛୋଟୁ ମଣ୍ଡଳ ନାମକ ଜଣେ ଦଲାଲ ସାହାଯ୍ୟରେ ତେଲେଙ୍ଗାନା ରାଜ୍ୟର ରଙ୍ଗାରେଡ୍ଡୀ ଜିଲ୍ଲା ହିମାଏତ ସାଗର ଅଞ୍ଚଳରେ ଥିବା ଏକ ସିମେଣ୍ଟ ଇଟା ଫ୍ୟାକ୍ଟ୍ରି କାମ ପାଇଁ ଯାଇଥିଲେ । ଏହି ଶ୍ରମିକମାନଙ୍କ ଅସହାୟତାର ସୁଯୋଗ ନେଇ ସମ୍ପୃକ୍ତ ଇଟାଭାଟି ମାଲିକ ଏମାନଙ୍କୁ ବିନା ପାରିଶ୍ରମିକରେ କାମ କରାଇବା ସହ ନିର୍ଯାତନା ଦେଇ ଆସୁଥିଲା । ସେଥିମଧ୍ୟରୁ ୩ ଜଣ ଶ୍ରମିକ କୌଶଳକ୍ରମେ ଖସି ଆସିଥିବାବେଳେ ଅନ୍ୟ ୮ ଜଣ ବନ୍ଧକ ରହିଥିଲେ । ଖସି ଆସିଥିବା ଶ୍ରମିକ ଗାଁରେ ପହଞ୍ଚିବା ପରେ ସେମାନଙ୍କ ଠାରୁ ସମସ୍ତ ଘଟଣା ସମ୍ପର୍କରେ ଜାଣିବାକୁ ପାଇ ଫସି ରହିଥିବା ଶ୍ରମିକଙ୍କ ପରିବାର ତରଫରୁ ଜିଲ୍ଲା ପ୍ରଶାସନ ନିକଟରେ ଅଭିଯୋଗ କରିବା ସହ ଉଦ୍ଧାର କରାଯିବା ପାଇଁ ନିବେଦନ କରାଯାଇଥିଲା ।

ଅଭିଯୋଗ ଆଧାରରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଶ୍ରମ ବିଭାଗର ଏକ ମିଳିତ ଟିମ ତେଲେଙ୍ଗାନା ଯାଇ ସେଠାକାର ସ୍ଥାନୀୟ ପ୍ରଶାସନର ସହଯୋଗରେ ଅଟକ ରହିଥିବା ସମସ୍ତ ୮ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବା ସହ ଓଡିଶା ଫେରାଇ ଆଣିଛନ୍ତି । ବର୍ତ୍ତମାନ ସେମାନଙ୍କୁ ନବରଙ୍ଗପୁର ଶ୍ରମ ବିଭାଗ କାର୍ଯ୍ୟାଳୟକୁ ଆଣି ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯିବା ନେଇ ସୂଚନା ରହିଛି । ଶ୍ରମବିଭଗ ଇଟା ଫେକ୍ଟ୍ରୀ ମାଲିକ ଠାରୁ ଶ୍ରମିକଙ୍କ ବକେୟା ପାରିଶ୍ରମିକ ବାବଦକୁ ୫ଲକ୍ଷ ଟଙ୍କା ମଧ୍ୟ ଅଣିଛନ୍ତି । ଅନ୍ୟପଟେ ଶ୍ରମବିଭାଗ ପକ୍ଷରୁ ଅନ୍ତରାଜ୍ୟ ଶ୍ରମିକ ଚାଲାଣ ଅଭିଯୋଗରେ ମାମଲା ରୁଜୁ କରାଯିବା ସହ ତଦନ୍ତ ଆରମ୍ଭ ହୋଇଥିବା ନେଇ ମଧ୍ୟ ସୂଚନା ରହିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.