ETV Bharat / state

ଦୈନିକ ସଂକ୍ରମଣରେ ହ୍ରାସ, ନବରଙ୍ଗପୁରରେ 57 ନୂଆ ଆକ୍ରାନ୍ତ ଚିହ୍ନଟ - 57 new corona case identify in nabarangpur

ନବରଙ୍ଗପୁର କୋରୋନା ମହାମାରୀର ଦ୍ବିତୀୟ ଲହର ଥମିବାରେ ଲାଗିଥିବା ବେଳେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି l ଶନିବାର ଦିନ ଜିଲ୍ଲାରେ 60 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି 57 ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l ଅଧିକ ପଢନ୍ତୁ...

ଦୈନିକ ସଂକ୍ରମଣରେ ହ୍ରାସ, ନବରଙ୍ଗପୁରରେ 57 ନୂଆ ଆକ୍ରାନ୍ତ ଚିହ୍ନଟ

author img

By

Published : Jun 20, 2021, 3:04 PM IST

ନବରଙ୍ଗପୁର: ଜିଲ୍ଲାରେ କୋରୋନା ମହାମାରୀର ଦ୍ବିତୀୟ ଲହର ଥମିବାରେ ଲାଗିଥିବା ବେଳେ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି l ଶନିବାର ଦିନ ଜିଲ୍ଲାରେ 60 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଆଜି 57 ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l

ଦୈନିକ ସଂକ୍ରମଣରେ ହ୍ରାସ, ନବରଙ୍ଗପୁରରେ 57 ନୂଆ ଆକ୍ରାନ୍ତ ଚିହ୍ନଟ
ଦୈନିକ ସଂକ୍ରମଣରେ ହ୍ରାସ, ନବରଙ୍ଗପୁରରେ 57 ନୂଆ ଆକ୍ରାନ୍ତ ଚିହ୍ନଟ

ରବିବାର ଚିହ୍ନଟ 57 ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ଝରିଗାଁ ବ୍ଲକରୁ 14 ଜଣ ଚିହ୍ନଟ ହୋଇଥିବା ବେଳେ ରାଇଘର ବ୍ଲକରୁ 8 ଜଣ, ଉମରକୋଟ ବ୍ଲକରୁ 7 ଜଣ, ନନ୍ଦାହାଣ୍ଡି ବ୍ଲକରୁ 6 ଜଣ, ନବରଙ୍ଗପୁର ପୌରାଞ୍ଚଳ ଓ କୋଷାଗୁମୁଡା ଏବଂ ତେନ୍ତୁଳିଖୁଣ୍ଟି ବ୍ଲକରୁ 4 ଜଣ ଲେଖାଏଁ ଚିହ୍ନଟ ହୋଇଛନ୍ତି । ସେହିପରି ଚନ୍ଦାହାଣ୍ଡି ଓ ପାପଡାହାଣ୍ଡି ବ୍ଲକରୁ 3 ଜଣ ଲେଖାଏ, ନବରଙ୍ଗପୁର ବ୍ଲକରୁ 2 ଜଣ, ଉମରକୋଟ ପୌରାଞ୍ଚଳ ଏବଂ ଡାବୁଗାଁ ବ୍ଲକରୁ ଜଣେ ଲେଖାଏଁ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l

ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ସମୁଦାୟ 22 ହଜାର 649 ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ସମୁଦାୟ 21 ହଜାର 735 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି l ଏବଂ ଜିଲ୍ଲାରେ ଆଜିକୁ ମିଶାଇ ସମୁଦାୟ 750 ଜଣ ସକ୍ରିୟ ମାମଲା ରହିଥିବା ବେଳେ ସେଥିମଧ୍ୟରୁ ସମୁଦାୟ 674 ଜଣ ଗୃହ ସଂଗରୋଧରେ ରହି ଚିକିତ୍ସା ଜାରି ରଖିଛନ୍ତି l ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ସମୁଦାୟ 3 ଲକ୍ଷ 15 ହଜାର 739 ଜଣଙ୍କ କୋଭିଡ ପରୀକ୍ଷା କରାଯାଇଥିବା ଜିଲ୍ଲା ପ୍ରଶାସନ ସୂତ୍ରରୁ ସୂଚନା ମିଳିଛି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.