ETV Bharat / state

କୋରୋନା କଲା ବେସାହାର; 52 ଜଣ ଶିଶୁ ହେଲେ ଅନାଥ

ନବରଙ୍ଗପୁରରେ 52 ଜଣଙ୍କ ପିଲାଙ୍କୁ ଅନାଥ କଲା ମହାମାରୀ । ସଂକ୍ରମଣରେ ଯାଇଛି ବାପା ମାଆଙ୍କ ଜୀବନ । ଅଧିକ ପଢନ୍ତୁୁ...

author img

By

Published : Jun 25, 2021, 7:38 AM IST

52 childrens lost their parents due to corona in nabarangpur
କୋରୋନା କଲା ବେସାହାର; 52 ଜଣ ଶିଶୁ ହେଲେ ଅନାଥ

ନବରଙ୍ଗପୁର : ଜିଲ୍ଲାରେ ମହାମାରୀ କୋରୋନା ସମୟରେ ବହୁ ଶିଶୁ ସେମାନଙ୍କର ବାପା ମାଆଙ୍କୁ ହରାଇଛନ୍ତି। କିଏ ବାପାକୁ ହରାଇଛି ତ ଆଉକିଏ ମାଆଙ୍କୁ ହରାଇଛି। ନବରଙ୍ଗପୁରରେ ଏଭଳି ୫୨ ଜଣ ପିଲା ରହିଥିବା ସରକାରୀ ତଥ୍ୟରୁ ଜଣାପଡିଛି । କୋରୋନା କାଳରେ ଗତ ୨୦୨୦ ମସିହାର ଏପ୍ରିଲ ୨୦ ତାରିଖରୁ ଆଜି ପର୍ଯ୍ୟନ୍ତ ଜିଲ୍ଲାରେ ୫୨ ଶିଶୁ ଚିହ୍ନଟ ହୋଇଛନ୍ତି । ଏହି ସମସ୍ତଙ୍କୁ ଶିଶୁ ମଙ୍ଗଳ କେନ୍ଦ୍ରରେ ହାଜର କରାଯାଇ ସେମାନଙ୍କର ସମସ୍ତ ତଥ୍ୟ ଅନୁଧ୍ୟାନ କରି ପଦକ୍ଷେପ ନିଆଯାଇଛି।

ଜଣେ ବାଳିକା ବାପା ମାଆଙ୍କୁ ହରାଇଥିବାବେଳେ ୧୫ ଜଣ ବାପା ମାଆଙ୍କର ମଧ୍ୟରୁ ଜଣଙ୍କୁ ହରାଇଛନ୍ତି। ସେଥିମଧ୍ୟରୁ ୬ଜଣ ବାଳିକା ଓ ୯ଜଣ ବାଳକ ରହିଛନ୍ତି। ସେହିପରି ଅଣକୋଭିଡରେ ୩୬ଜଣ ନିଜ ବାପା ଓ ମାଆଙ୍କ ମଧ୍ୟରୁ ଜଣଙ୍କୁ ହରାଇଛନ୍ତି । ୨୧ ଜଣ ବାପାମାଙ୍କୁ ହରାଇ ଥିବାବେଳେ ସେଥି ମଧ୍ୟରେ ୧୬ଜଣ ବାଳିକା ଓ ୫ଜଣ ବାଳକ ରହିଛନ୍ତି । ୧୫ଜଣ ବାପାମାଙ୍କର ମଧ୍ୟରୁ ଜଣଙ୍କୁ ହରାଇଥିବାବେଳେ ସେଥିରୁ ୧୦ଜଣ ବାଳିକା ଓ ୫ଜଣ ବାଳକ ରହିଛନ୍ତିା ୫୨ ଜଣ ପିଲାଙ୍କର ମଧ୍ୟରୁ ୧୫ଜଣଙ୍କୁ ଶିଶୁ ଯତ୍ନ କେନ୍ଦ୍ରରେ ରଖାଯାଇଛି।

୨୨ଜଣଙ୍କୁ ମାସିକ ୨ହଜାର ଟଙ୍କା ଆର୍ଥୀକ ସହାୟତା ଦିଆଯାଉଛି। ୬ଜଣ ପିଲା ନିଜ ପରିବାରରେ ରହୁଥିବା ବେଳେ ୯ଜଣ ବାପା କିମ୍ବା ମାଆଙ୍କର ପାଖରେ ରହୁଥିବା ଜଣାଯାଇଛି। ନବରଙ୍ଗପୁର ବ୍ଳକରେ ୧୧ ଜଣ, ନନ୍ଦାହାଣ୍ଡି ବ୍ଳକରେ ୭ଜଣ, ତେନ୍ତୁଳିଖୁଣ୍ଟି ବ୍ଳକରେ ୩ଜଣ, ପାପଡାହାଣ୍ଡି ବ୍ଲକରେ ୩ଜଣ, ଉମରକୋଟ ବ୍ଳକରେ ୭ଜଣ, ରାଇଘର ବ୍ଲକରେ ୧୨ଜଣ, ଝରିଗାଁ ବ୍ଳକରେ ୭ଜଣ ଓ ଚନ୍ଦାହାଣ୍ଡି ବ୍ଲକରେ ୨ଜଣ ରହିଛନ୍ତି। ତେବେ କୋଷାଗୁମୁଡା ବ୍ଲକ ଓ ଡାବୁଗାଁ ବ୍ଲକରେ କେହି ଚିହ୍ନଟ ହୋଇ ନାହାନ୍ତି। ଏହି ୫୨ ଜଣଙ୍କର ମଧ୍ୟରୁ ଅନୁସୂଚୀତ ଜାତି(ଏସସି) ୬ଜଣ, ଅନୁସୂଚୀତ ଜନଜାତି(ଏସଟି) ୨୯ଜଣ, ପଛୁଆବର୍ଗ(ଓବିସି) ୬ଜଣ ଓ ସାଧାରଣ ବର୍ଗର ୧୧ ଜଣ ପିଲା ରହିଥିବା ଜଣାଯାଇଛି।

ନବରଙ୍ଗପୁରରୁ ତପନ ବିଶୋୟୀ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.