ETV Bharat / state

300 ତଳକୁ ଖସିଲା କୋରୋନା ସଂକ୍ରମିତ ସଂଖ୍ୟା, ଆଜି 207 ନୂଆ ପଜିଟିଭ ଚିହ୍ନଟ

author img

By

Published : May 13, 2021, 5:21 PM IST

ତାଲାବନ୍ଦର 8 ଦିନ ପରେ ନବରଙ୍ଗପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଗତକାଲି ଠାରୁ ଆଜି ଅର୍ଥାତ୍‌ ଗୁରୁବାର ଟିକେ କମିଛି । ଫଳରେ ଆଜି 207 ଜଣ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ଅଧିକ ପଢନ୍ତୁ ...

300 ତଳକୁ ଖସିଲା କୋରୋନା ସଂକ୍ରମିତ ସଂଖ୍ୟା, ଆଜି 207 ନୂଆ ପଜିଟିଭ ଚିହ୍ନଟ
300 ତଳକୁ ଖସିଲା କୋରୋନା ସଂକ୍ରମିତ ସଂଖ୍ୟା, ଆଜି 207 ନୂଆ ପଜିଟିଭ ଚିହ୍ନଟ

ନବରଙ୍ଗପୁର: ତାଲାବନ୍ଦର 8 ଦିନ ପରେ ନବରଙ୍ଗପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଗତକାଲି ଠାରୁ ଆଜି ଅର୍ଥାତ୍‌ ଗୁରୁବାର ଟିକେ କମିଛି । ଫଳରେ ଆଜି 207 ଜଣ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି l ତେବେ ଦିନକୁ ଦିନ କୋରୋନା ଆକ୍ରାନ୍ତ କମିବା ବଦଳରେ ବୃଦ୍ଧି ପାଇବା ସମସ୍ତ ଜିଲ୍ଲାବାସୀଙ୍କୁ ଚିନ୍ତା ବଢାଇ ଦେଇଥିଲା l ଆଜି କିଛି ମାତ୍ରାରେ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିବାରୁ ଜିଲ୍ଲାବାସୀଙ୍କୁ ଟିକିଏ ଆଶ୍ବସ୍ତି ମିଳିଛି l

ଗୁରୁବାର ଚିହ୍ନଟ 207 ଜଣ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଉମରକୋଟ ବ୍ଲକରୁ 39 ଜଣ, ଉମରକୋଟ ପୌରାଞ୍ଚଳରୁ 29 ଜଣ, ତେନ୍ତୁଳିଖୁଣ୍ଟି ବ୍ଲକରୁ 27 ଜଣ, ଝରିଗାଁ ବ୍ଲକରୁ 26 ଜଣ, ରାଇଘର ବ୍ଲକରୁ 19 ଜଣ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ନନ୍ଦାହାଣ୍ଡି 14 ଜଣ, ଚନ୍ଦାହାଣ୍ଡି ବ୍ଲକରୁ 13 ଜଣ, ପାପଡାହାଣ୍ଡି ବ୍ଲକରୁ 12 ଜଣ, ନବରଙ୍ଗପୁର ପୌରାଞ୍ଚଳରୁ 11 ଜଣ, ଡାବୁଗାଁ ବ୍ଲକରୁ 7 ଜଣ ଏବଂ ନବରଙ୍ଗପୁର ଓ କୋଷାଗୁମୁଡା ବ୍ଲକରୁ 5 ଜଣ ଲେଖାଁଏ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି l

ଜିଲ୍ଲାରେ ଆଜକୁ ମୋଟ 14293 ଜଣ କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ 11057 ଜଣ ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି l ଜିଲ୍ଲାରେ ବର୍ତ୍ତମାନ ମୋଟ 3134 ଜଣ କରୋନା ସଂକ୍ରମିତ ସକ୍ରିୟ ମାମଲା ମଧ୍ୟରୁ ମୋଟ 2991 ଜଣ ନିଜଘରେ ଏକାନ୍ତବାସରେ ରହି ଚିକିତ୍ସିତ ହେଉଛନ୍ତି । ଏବଂ ଅନ୍ୟମାନେ ଜିଲ୍ଲା ଓ ଜିଲ୍ଲା ବାହାରର ବିଭିନ୍ନ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି l ଜିଲ୍ଲାରେ ଆଜି ସୁଦ୍ଧା 2 ଲକ୍ଷ 54 ହଜାର 519 ଜଣଙ୍କ ନମୁନା ସଂଗ୍ରହ କରାଯାଇ କୋଭିଡ ପରୀକ୍ଷା କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.