ETV Bharat / state

ଦିନକରେ ନବରଙ୍ଗପୁରରୁ 206 ଆକ୍ରାନ୍ତ ଚିହ୍ନଟ, ମୋଟ ସଂଖ୍ୟା 9000

author img

By

Published : Apr 27, 2021, 4:20 PM IST

ପୁଣି ନବରଙ୍ଗପୁରରୁ 206 ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 9000 ରେ ପହଞ୍ଚିଲା । ଧିକ ପଢନ୍ତୁ...

ଦିନକରେ ନବରଙ୍ଗପୁରରୁ 206 ଆକ୍ରାନ୍ତ ଚିହ୍ନଟ
ଦିନକରେ ନବରଙ୍ଗପୁରରୁ 206 ଆକ୍ରାନ୍ତ ଚିହ୍ନଟ

ନବରଙ୍ଗପୁର: ଜିଲ୍ଲାରୁ ଆଜି ପୁଣି 206 କୋରୋନା ପଜିଟିଭ ଚିହ୍ନଟ । ଯେତେ ଅଧିକ କୋରୋନା ପରୀକ୍ଷା ହେଉଛି ସଂକ୍ରମିତ ସଂଖ୍ୟା ସେତେ ଅଧିକ ବଢ଼ିବାରେ ଲାଗିଛି । କେବଳ ସହର କାହିଁକି ଗ୍ରାମାଞ୍ଚଳରେ ସ୍ଥିତି ମଧ୍ୟ ବିଗିଡିଗଲାଣି, ଯାହାକୁ ନେଇ ଚିନ୍ତାରେ ଜିଲ୍ଲା ପ୍ରଶାସନ ।

ଦିନକରେ ନବରଙ୍ଗପୁରରୁ 206 ଆକ୍ରାନ୍ତ ଚିହ୍ନଟ
ଦିନକରେ ନବରଙ୍ଗପୁରରୁ 206 ଆକ୍ରାନ୍ତ ଚିହ୍ନଟ
ମଙ୍ଗଳବାର ଜିଲ୍ଲାରୁ ଚିହ୍ନଟ 206 ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଝରିଗାଁ ବ୍ଲକରୁ 45 ଜଣ, ଉମରକୋଟ ବ୍ଲକରୁ 42 ଜଣ, ରାଇଘର ବ୍ଲକରୁ 41 ଜଣ, ଉମରକୋଟ ପୌରାଞ୍ଚଳରୁ 26 ଜଣ, ପାପଡାହାଣ୍ଡି ବ୍ଲକରୁ 10 ଜଣ ସର୍ବାଧିକ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇ ଥିବାବେଳେ ଚନ୍ଦାହାଣ୍ଡି ବ୍ଲକରୁ 8 ଜଣ, ତେନ୍ତୁଳିଖୁଣ୍ଟି ବ୍ଲକରୁ 6 ଜଣ, ଡାବୁଗାଁ ବ୍ଲକରୁ 4 ଜଣ, କୋଷାଗୁମୁଡା ଓ ନନ୍ଦାହାଣ୍ଡି ବ୍ଲକରୁ 5 ଜଣ ଲେଖାଏଁ, ଏବଂ ନବରଙ୍ଗପୁର ବ୍ଲକରୁ ଜଣେ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି lନୂଆ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 9000 ରେ ପହଞ୍ଚିଚି l 2281 ଜଣ ନୂଆ ସକ୍ରିୟ ମାମଲା ଥିବାବେଳେ 2191 ଜଣ ଗୃହ ସଙ୍ଗରୋଧରେ କିତ୍ସିତ ହେଉଛନ୍ତି l ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା 2 ଲକ୍ଷ 36 ହଜାର 698 ଜଣଙ୍କର ନମୁନା ସଂଗ୍ରହ କରାଯାଇ କୋଭିଡ ପରୀକ୍ଷା କରାଯାଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି l

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.