ETV Bharat / state

ନାଳରେ ଖସିପଡିଲା ବାଇକ, 2 ମୃତ - ସଡକ ଦୁର୍ଘଟଣାରେ 2 ମୃତ

ନବରଙ୍ଗପୁର ସଡକ ଦୁର୍ଘଟଣାରେ 2 ଜଣ ବାଇକ ଆରୋହୀଙ୍କ ମୃତ୍ୟୁ । ଅଧିକ ପଢନ୍ତୁ...

ନବରଙ୍ଗପୁର ସଡକ ଦୁର୍ଘଟଣାରେ 2 ମୃତ
ନବରଙ୍ଗପୁର ସଡକ ଦୁର୍ଘଟଣାରେ 2 ମୃତ
author img

By

Published : Nov 24, 2020, 3:16 PM IST

Updated : Nov 24, 2020, 3:36 PM IST

ନବରଙ୍ଗପୁର: ଜିଲ୍ଲାସ୍ଥିତ ଝରିଗାଁ ବ୍ଲକରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏଥିରେ ଦୁଇ ବାଇକ୍ ଆରୋହୀ ପ୍ରାଣ ହରାଇଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । 2 ଜଣ ଯୁବକ ଉମରକୋଟ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଥିବା ଜଣାପଡିଛି ।

ନାଳରେ ଖସିପଡିଲା ବାଇକ, 2 ମୃତ

ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ଝରୀଗାଁ ବ୍ଲକ ଚିକିଲି ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଦୁଇଜଣ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ପରିଚୟ ମିଳିନଥିବାବେଳେ ମୃତଦେହ ନିକଟରୁ ମିଳିଥିବା ଆଧାରକାର୍ଡ ଓ ଭୋଟର ପରିଚୟ ପତ୍ର ଅନୁଯାୟୀ ମୃତକଙ୍କ ଘର ଉମରକୋଟ ବ୍ଲକ ମୁର୍ତ୍ତୁମା ଅଞ୍ଚଳର ମୁକୁନ୍ଦ ଜାନି ବୋଲି ଜଣାପଡିଛି । ଅନ୍ୟଜଣେ ମୃତକଙ୍କ କୌଣସି ପରିଚୟ ମିଳିପାରି ନାହିଁ ।

ସ୍ଥାନୀୟ ଲୋକେ ଦୁର୍ଘଟଣା ବାବଦରେ ଝରିଗାଁ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଥାନା ଆଇଆଇସି ଉମେଶ କୁମାର ସାହୁ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛନ୍ତି । ଅନ୍ୟପଟେ ଦୁର୍ଘଟଣାର କାରଣ ସ୍ପଷ୍ଟ ହୋଇ ନ ଥିବାବେଳେ ବାଇକଟି ଭାରସାମ୍ୟ ହରାଇ ବାମୁଣୀ ନାଳରେ ପଡିଯାଇଥିବା ସନ୍ଦେହ କରାଯାଉଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

Last Updated : Nov 24, 2020, 3:36 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.