ETV Bharat / state

କୂଅ ସଫା ବେଳେ ଅଘଟଣ: ଶ୍ବାସରୁଦ୍ଧ ହୋଇ 2 ମୃତ, ଜଣେ ଗୁରୁତର - Two dead in nabarangapur

ରାଇଘର ବ୍ଲକ ଅନ୍ତର୍ଗତ ହାଟଭରାଣ୍ଡି ପଞ୍ଚାୟତର ସୋନାରପାରା ଗ୍ରାମରେ କୂଅ ସଫା କରିବାକୁ ଯାଇ ଅଘଟଣ । ଦୁଇ ମୃତ, ଜଣେ ଗୁରୁତର । ଅଧିକ ପଢନ୍ତୁ...

କୂଅ ସଫା ବେଳେ ଅଘଟଣ; ଶ୍ବାସରୁଦ୍ଧ ହୋଇ 2 ମୃତ, ଜଣେ ଗୁରୁତର

author img

By

Published : Jun 1, 2021, 9:23 PM IST

ନବରଙ୍ଗପୁର: ରାଇଘର ବ୍ଲକ ଅନ୍ତର୍ଗତ ହାଟଭରାଣ୍ଡି ପଞ୍ଚାୟତର ସୋନାରପାରା ଗ୍ରାମରେ କୂଅ ସଫା କଲାବେଳେ ଅଘଟଣ । କୂଅ ଭିତରେ 2 ଜଣଙ୍କ ଶ୍ବାସରୁଦ୍ଧ ଯୋଗୁଁ ମୃତ୍ୟୁ ଘଟିଥିବାବେଳେ ଅନ୍ୟ ଜଣେ ଗୁରୁତର ଅବସ୍ଥାରେ ହାଟଭରାଣ୍ଡି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଥିବା ସୂଚନା ରହିଛି ।

କୂଅ ସଫା ବେଳେ ଅଘଟଣ; ଶ୍ବାସରୁଦ୍ଧ ହୋଇ 2 ମୃତ, ଜଣେ ଗୁରୁତର

ସୂଚନା ଅନୁଯାୟୀ ଆଜି ସୋନାରପାରା ଗ୍ରାମର ରାଜୁ କେଉଟଙ୍କ କୂଅଟିକୁ ସଫା କରିବାକୁ ସେହି ଗ୍ରାମର ହେମରଜ ହାଲବା ଓ ଅନୁପ କେଉଟ କୂଅ ଭିତରେ ପଶି ଥିଲେ l କୂଅ ଭିତରେ ପାଣି କମ ଥିବାବେଳେ ସେଠାରେ ସେମାନେ ସଫେଇ କାମ ଆରମ୍ଭ କରିଥିଲେ | କିଛି ସମୟ ମଧ୍ୟରେ ସେମାନେ ଶ୍ବାସରୁଦ୍ଧ ହୋଇ ଛଟପଟ ହୋଇଥିଲେ । କୂଅ ବାହାରେ ଥାଇ ଦେଖୁଥିବା ଲୋକେ ଉଦ୍ଧାର କରିବାକୁ ଯାଇ ବିଫଳ ହେବା ପରେ କୁନ୍ଦେଇ ପୁଲିସ ଓ ରାଇଘର ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ | ଘଟଣାସ୍ଥଳରେ ଦମକଳ ବାହିନୀ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବାବେଳକୁ ହେମରାଜ ଓ ଅନୁପଙ୍କର ମୃତ୍ୟୁ ହୋଇ ସାରିଥିଲା ।

ଅପରପକ୍ଷରେ ଅନ୍ୟ ଜଣେ ଯୁବକ ରାଜୁଙ୍କୁ ଉଦ୍ଧାର କରିବା ପରେ ସେ ଗୁରୁତର ଥିବାରୁ ତାଙ୍କୁ ହାଟଭରାଣ୍ଡି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଖବର ପାଇ କୁନ୍ଦେଇ ଥାନା ଅଧିକାରୀ ଫକୀରମୋହନ ଖରା, ରାଇଘର ତହସିଲଦାର ଜଗୁ ପୁଜାରୀ, ବିଡିଓ ଦେବେନ୍ଦ୍ର ପ୍ରସାଦ ବଳ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ l ରାଜୁ କେଉଟଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।

ନବରଙ୍ଗପୁରରୁ ତପନ କୁମାର ବିଷୋୟୀ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.