ETV Bharat / state

ପିଲା ଚୋରି ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ମାଡ଼ - child abduction news

ପିଲା ଚୋରି କରୁଥିବା ଅଭିଯୋଗରେ ଗ୍ରାମବାସୀ ହାତରେ ଧରା ପଡ଼ିଲା ଯୁବକ। ଯୁବକଙ୍କୁ ଧରି ନିସ୍ତୁକ ପିଟିଲେ ଗ୍ରାମବାସୀ । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। ଅଧିକ ପଢନ୍ତୁ...

ପିଲା ଚୋରି ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ମାଡ଼

author img

By

Published : Jan 25, 2021, 3:01 PM IST

ବାରିପଦା:ପିଲା ଚୋରି କରୁଥିବା ଅଭିଯୋଗରେ ଗ୍ରାମବାସୀ ହାତରେ ଧରା ପଡ଼ିଲା ଯୁବକ । ଯୁବକଙ୍କୁ ଧରି ନିସ୍ତୁକ ପିଟିଲେ ଗ୍ରାମବାସୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ଥାନା ଅଞ୍ଚଳରେ ।

ପିଲା ଚୋରି ଅଭିଯୋଗରେ ଯୁବକଙ୍କୁ ନିସ୍ତୁକ ମାଡ଼

ବାଙ୍ଗରିପୋଷି ଥାନା ଅନ୍ତର୍ଗତ ରଙ୍ଗାମାଟିଆ ଅଞ୍ଚଳର କିସୁନ ମୁମୁଙ୍କ ୭ ବର୍ଷର ନାବାଳିକା କନ୍ୟାକୁ ଉକ୍ତ ଗ୍ରାମକୁ ଆସି ଥିବା ବିଶୋଇ ଥାନା ଫୁଲଝରା ଗ୍ରାମର ଜଣେ ଯୁବକ ପ୍ରଲୋଭିତ କରି ଅପହରଣ କରିବାକୁ ଉଦ୍ୟମ କରି ନିକଟସ୍ଥ ଏକ ଘଞ୍ଚ ବୁଦାକୁ ନେଇ ଯାଇଥିଲା । ଝିଅଟି ପାଟି କରିବାରୁ ଗ୍ରାମବାସୀ ଅଭିଯୁକ୍ତ ଯୁବକ ପାଖରୁ ନାବାଳିକାକୁ ଉଦ୍ଧାର କରି ପିଲା ଯୁବକକୁ ବାନ୍ଧି ନିର୍ଘାତ ମାଡ ମାରିଛନ୍ତି ।

ଘଟଣା ସମ୍ପର୍କରେ ସୂଚନା ପାଇ ବାଙ୍ଗିରିପୋଷି ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଅଭିଯୁକ୍ତ ଯୁବକକୁ ଥାନାକୁ ଆଣିବାକୁ ଚେଷ୍ଟା କରୁଥିବା ବେଳେ ଉତ୍ତେଜିତ ଗ୍ରାମବାସୀ ସେଠାରେ ବିଚାର କରାଯାଉ କହି ପୋଲିସ ଭ୍ୟାନକୁ ଅଟକାଇ ରଖିଥିଲେ। ତେବେ ସୂଚନା ଅନୁସାରେ ପୋଲିସ ଅଭିଯୁକ୍ତକୁ ଥାନାକୁ ଆଣି ଅଟକ ରଖି ପଚରାଉଚରା କରୁଛି। ତେବେ ଏନେଇ ପୋଲିସ ଅଧିକାରୀଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.