ETV Bharat / state

ବିଶ୍ବାସର ପୀଠରେ ଅବିଶ୍ୱସନୀୟ ଘଟଣା, ନାଗସାପ ଗୁଡାଇ ମା'ଙ୍କ ପୂଜାରେ ମାନସିକଧାରୀ

ମୟୂରଭଞ୍ଜ ମାଟିରେ ଅଦ୍ଭୁତ ପରମ୍ପରା । ବିଷଧର ନାଗସାପକୁ ଗଳାରେ ଗୁଡାଇ ମା'ଙ୍କ ପୂଜାର୍ଚ୍ଚନା ପାଇଁ ଘଟ ଉତ୍ତୋଳନ କରୁଛନ୍ତି ଶ୍ରଦ୍ଧାଳୁ । ୧୫ ବର୍ଷ ଧରି ଚାଲିଆସୁଛି ଏଭଳି ଅସାଧାରଣ ତଥା ନିଆରା ପରମ୍ପରା । ଜାଣନ୍ତୁ କେଉଁଠି...

ଅଦ୍ଭୁତ ପରମ୍ପରା; ଗଳାରେ ନାଗସାପ ଗୁଡାଇ ମା'ଙ୍କ ଘଟ ଉତ୍ତୋଳନ

author img

By

Published : Oct 27, 2021, 3:45 PM IST

Updated : Oct 27, 2021, 3:53 PM IST

ବାରିପଦା: ସାଧରଣତଃ ସାପର ନାଁ ଶୁଣିବା ମାତ୍ରେ ଛାତିରେ ଛନକା ପଶେ । ସମସ୍ତେ ଭୟ କରନ୍ତି ବିଷଧର ସାପକୁ । କିନ୍ତୁ ଓଡିଶାର ଏକ ଦେବୀ ପୀଠରେ ଏମିତି ଏକ ପରମ୍ପରା ରହିଛି ଯେଉଁଠି ବିଷଧର ସାପକୁ ଗଳାର ମାଳ ଭଳି ପିନ୍ଧି ଘଟ ଉତ୍ତୋଳନ କରନ୍ତି ଶ୍ରଦ୍ଧାଳୁ । ଭୟ ଓ ବିସ୍ମୟର ଉର୍ଦ୍ଧ୍ବରେ ବିଶ୍ବାସର ଏଭଳି ଅସାଧାରଣ ଚିତ୍ର ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଫୁଲଝରୀ ଗାଁର ମା' ମନସାଙ୍କ ପୂଜାରେ । ଏଠାରେ ମା'ଙ୍କ ପୂଜା ପାଇଁ ଘଟ ଉତ୍ତୋଳନ ସମୟରେ ଶ୍ରଦ୍ଧାଳୁ ବେକରେ ସାପ ଗୁଡାଇ ନିର୍ଭୟରେ ଶୋଭାଯାତ୍ରାରେ ଆସିଥାନ୍ତି । ସବୁଠୁ ବଡ କଥା ହେଉଛି ୨୦୦୭ ମସିହାରୁ ଏହି ପରମ୍ପରା ଚାଲିଆସୁଥିଲେ ମଧ୍ୟ ଏ ଯାଏଁ କେବେ ହେଲେ କୌଣସି ଅଘଟଣ ଘଟିନାହିଁ ।

ବିଶ୍ବାସର ପୀଠରେ ଅବିଶ୍ୱସନୀୟ ଘଟଣା, ନାଗସାପ ଗୁଡାଇ ମା'ଙ୍କ ପୂଜାରେ ମାନସିକଧାରୀ

ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ବ୍ଲକ ଚିକିଟାମାଟିଆ ଗ୍ରାମ ପଞ୍ଚାୟତର ଫୁଲଝରୀ ଗାଁରେ ରହିଛି ମା' ମନସାଙ୍କ ପୀଠ । ମା'ଙ୍କ ପୀଠରେ ହେଉଥିବା ପୂଜାରେ ଏଭଳି ଅଦ୍ଭୁତ ଓ ଅସାଧାରଣ ପରମ୍ପରା ଦେଖାଯାଏ । ପରମ୍ପରା ଅନୁଯାୟୀ, ମା'ଙ୍କ ପୂଜା ପାଇଁ ମାନସିକଧାରୀ କିଛି ଦିନ ନିଷ୍ଠାରେ ରୁହନ୍ତି । ଏହାପରେ ଗାଁଠୁ ଦୁଇ କିଲୋମିଟର ଦୂର ଜଙ୍ଗଲରେ ଥିବା ଏକ ପୋଖରୀରରୁ ଘଟ ଉଠାଯାଏ । ଏଥିରେ ସାମିଲ ଶ୍ରଦ୍ଧାଳୁ ବିଷଧର ନାଗସାପକୁ ମାଳ ପରି ଗଳାରେ ଗୁଡାଇଥାନ୍ତି ଓ ପୋଖରୀରୁ ମା' ମନସାଙ୍କ ମନ୍ଦିର ଯାଏଁ ଘଟ ଉତ୍ତୋଳନ ଶୋଭାଯାତ୍ରାରେ ଆସିଥାନ୍ତି ।

ବର୍ଷ ବର୍ଷ ଧରି ଏଭଳି ଅଦ୍ଭୁତ ପରମ୍ପରା ଚାଲିଆସୁଛି ମା' ମନସାଙ୍କ ପୀଠରେ । ତେବେ ମା'ଙ୍କ ଆର୍ଶିବାଦରେ କେବେ କାହାର କିଛି ଅନିଷ୍ଟ ହୋଇନାହିଁ । କାରଣ ସାପ ନୁହେଁ ସ୍ବୟଂ ମା ହିଁ ସାପ ରୂପରେ ପୋଖରୀରୁ ଆସିଥାନ୍ତି ବୋଲି ଶ୍ରଦ୍ଧାଳୁ ବିଶ୍ବାସ କରନ୍ତି । ଶ୍ରଦ୍ଧାଳୁମାନେ ମା' ମନସାଙ୍କ ପାଖରେ ମାନସିକ କରନ୍ତି ଏବଂ ମାନସିକ ପୂରଣ ହେଲେ ଏଠାରେ ଆସି ଘଟ ଉତ୍ତୋଳନରେ ସାମିଲ ହୁଅନ୍ତି ବୋଲି ଏଠାକାର ପୂଜକ କୁହନ୍ତି । ଏହି ନିଆରା ପୂଜାର୍ଚ୍ଚନା ଦେଖିବାକୁ ରାଜ୍ୟ ତଥା ରାଜ୍ୟବାହାରୁ ଶ୍ରଦ୍ଧାଳୁଙ୍କୁ ଭିଡ ଛୁଟୁଥିବାବେଳେ ଏଥର କିନ୍ତୁ କୋରୋନା କଟକଣା ପାଇଁ ଅନେକ ଶ୍ରଦ୍ଧାଳୁ ଆସି ପାରିନାହାନ୍ତି ।

ତେବେ ଲୋକେ ସାପ ନାଁ ଶୁଣିଲେ ଭୟଭୀତ ହେଉଥିବାବେଳେ ଏଠାରେ ଜଣେ କି ଦୁଇ ଜଣ ନୁହେଁ ବହୁ ଶ୍ରଦ୍ଧାଳୁ ବିଷଧର ନାଗକୁ ଗଳାରେ ପିନ୍ଧି ନିର୍ଭୟରେ ଘଟ ଉତ୍ତୋଳନ ଶୋଭାଯାତ୍ରାରେ ସାମିଲ ହେଉଥିବା ଦେଖାଯାଏ ।

ସୂଚନା କି- ‘ଇଟିଭି ଭାରତ’ ବିଷଧର ନାଗକୁ ଗଳାରେ ପିନ୍ଧିବା ଭଳି କାର୍ଯ୍ୟକୁ ପ୍ରୋତ୍ସାହନ ହେଉନାହିଁ, କିନ୍ତୁ ସ୍ଥାନୀୟ ଅଞ୍ଚଳର ପ୍ରଥା ଏବଂ ପରମ୍ପରା ମୁତାବକ ଏଠାରେ ଏହି ଉତ୍ସବ ପାଳନ ହୋଇଥାଏ ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Oct 27, 2021, 3:53 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.