ବାରିପଦା : ରାଜ୍ୟରେ ପରୀ ହତ୍ୟାକାଣ୍ଡକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ l ସାରା ରାଜ୍ୟରେ ବିଜେପି ପକ୍ଷରୁ ନୟାଗଡ଼ର କୁନି ଝିଅ ପରୀକୁ ନ୍ୟାୟ ପାଇଁ ପଦଯାତ୍ରା ଚାଲିଥିବାବେଳେ ଆଜି(ଶନିବାର) ମୟୂରଭଞ୍ଜ ଜିଲ୍ଲା ଉଦଳା ବିଜେପି ପକ୍ଷରୁ ପରୀକୁ ନ୍ୟାୟ ଦାବିରେ ପଦଯାତ୍ରା ଅନୁଷ୍ଠିତ ହୋଇଛି l
ଉଦଳା ସ୍ନେହା ତୁଳସୀ କଲ୍ୟାଣ ମଣ୍ଡପରୁ ବିଜେପି କର୍ମୀଙ୍କୁ ନେଇ ଉଦଳା ବଜାରରେ ଏକ ବିଶାଳ ପଦଯାତ୍ରା କରିବା ସହ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରି ମନ୍ତ୍ରୀ ଅରୁଣ ସାହୁଙ୍କୁ ତୁରନ୍ତ ବହିଷ୍କାର କରିବା ଦାବିରେ ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ବିଜେପି l ଏପରିକି ରାଜ୍ୟ ସରକାରଙ୍କ ଏସଆଇଟି ତଦନ୍ତରେ ସନ୍ତୁଷ୍ଟ ନଥିବା ସହ ସିବିଆଇ ତଦନ୍ତ ପାଇଁ ଦଳ ପକ୍ଷରୁ ଦାବି ଜୋର ଧରିଛି l ତେବେ ପରୀକୁ ନ୍ୟାୟ ନମିଳିବା ପର୍ଯ୍ୟନ୍ତ ଆଗକୁ ଆନ୍ଦୋଳନ ଜାରି ରହିବ ବୋଲି ବିଜେପି ବିଧାୟକ ଭାସ୍କର ମଢେଇ ପ୍ରକାଶ କରିଛନ୍ତି l
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ