ETV Bharat / state

ବାଙ୍ଗିରିପୋଷିରେ ମାତିଲେ ଗଜରାଜ, ଆକ୍ରମଣରେ ୨ ମୃତ

author img

By

Published : Jun 20, 2022, 3:46 PM IST

ଜୋକା ପଞ୍ଚାୟତରେ ଗତ ୪ ଦିନ ହେଲା ହାତୀ ଉପଦ୍ରବ ଜାରି ରହିଛି । ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଅଧିକ ପଢ଼ନ୍ତୁ

ବାଙ୍ଗିରିପୋଷିରେ ମାତିଛନ୍ତି ଗଜରାଜ, ହାତୀ ଆକ୍ରମଣରେ ୨ ମୃତ

ବାରିପଦା: ହାତୀ ଆକ୍ରମଣରେ ଦୁଇଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଛି । ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ରେଞ୍ଜ ଅନ୍ତର୍ଗତ ଜୋକା ପଞ୍ଚାୟତରେ ଗତ ୪ ଦିନ ହେଲା ହାତୀ ଉପଦ୍ରବ ଜାରି ରହିଛି । ହାତୀପଲ ପଲ ଲୋକଙ୍କ ଚାଷଜମି ଓ ଘର ଭାଙ୍ଗି ନଷ୍ଟ କରୁଥିବା ବେଳେ ଗତକାଲି(ରବିବାର) ଦିଗାରିଶଳ ଗ୍ରାମରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି ।

ମୃତକ ଦିଗାରିଶଳ ଗ୍ରାମର ୫୫ବର୍ଷୀୟ ବୃଦ୍ଧା ଫୁଲମଣି ମୁଣ୍ଡା ଓ ୩୮ ବର୍ଷୀୟ ଯୁବକ ବୁଦ୍ଧିଆ ମୁଣ୍ଡା ବୋଲି ଜଣାପଡ଼ିଛି । ରବିବାର ରାତିରେ ଗ୍ରାମ ଭିତରକୁ ଏକ ୫୦ ଜଣିଆ ହାତୀ ପଲ ପଶି ଆସିଥିଲା । ଅନେକ ଘର ଭାଙ୍ଗି ଦେଇଥିଲେ ହାତୀପଲ । ଫୁଲମଣି ମୁଣ୍ଡା ଶୋଇଥିବା ବେଳେ ହାତୀ ତାଙ୍କ ଘର ଉପରକୁ ଆକ୍ରମଣ କରିଥିଲା କାନ୍ଥ ପଡ଼ିଯିବାକୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ସେହିଭଳି ବୁଦ୍ଧିଆ ମୁଣ୍ଡା ହାତୀପଲ ହାବୁଡ଼ରେ ପଡ଼ି ଯାଇଥିବାବେଳେ ହାତୀ ତାଙ୍କୁ ଦଳି ଦେଇଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.