ETV Bharat / state

ମୟୂରଭଞ୍ଜରେ କାଳବୈଶାଖୀ ତାଣ୍ଡବ, ଶାଳ ଜଙ୍ଗଲ ନଷ୍ଟ - ମୟୂରଭଞ୍ଜ ନ୍ୟୁଜ

କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନରେ ବ୍ୟାପକ କ୍ଷୟକ୍ଷତି ହୋଇଛି ମୟୂରଭଞ୍ଜ ଜିଲ୍ଲା। ବିଭିନ୍ନ ସ୍ଥାନରେ ଚାଳ ଛପର ଉଡି ଯାଇଥିବା ବେଳେ ଭାଙ୍ଗିଛି ଅନେକ ଗଛ। ପଢନ୍ତୁ ସମ୍ପୂର୍ଣ୍ଣ ଖବର..

thunderstorm-rain-effect-in-mayurbhanj
ମୟୂରଭଞ୍ଜ ଜିଲ୍ଲାରେ କଳା ବୈଶାଖୀର ତାଣ୍ଡବ
author img

By

Published : Apr 25, 2020, 1:26 PM IST

Updated : Apr 25, 2020, 2:59 PM IST

ବାରିପଦା: କାଳବୈଶାଖୀ ପ୍ରଭାଵରେ ବର୍ଷା ପବନ । ଫଳରେ ମୟୂରଭଞ୍ଜ ଜିଲ୍ଲା ଉଦଳା ଉପଖଣ୍ଡର ଖୁଣ୍ଟା ବଜାର ନିକଟସ୍ଥ ଶିଳଘାଟି ଗାଁର ଛପର ଘର ଓ ସଂରକ୍ଷିତ ଶାଳ ଜଙ୍ଗଲର ବ୍ୟାପକ କ୍ଷୟକ୍ଷତି ଘଟିଛି ।

ମୟୂରଭଞ୍ଜରେ କାଳବୈଶାଖୀ ତାଣ୍ଡବ, ଶାଳ ଜଙ୍ଗଲ ନଷ୍ଟ

ଶୁକ୍ରବାର କାଳବୈଶାଖୀର ତାଣ୍ଡବ ଜନସାଧାରଣ ଅନୁଭବ କରିଥିଲେ । ପବନର ବେଗ ଅଧିକ ରହିବା ସହ ପ୍ରବଳ ବର୍ଷା ଓ କୁଆପଥର ମାଡ଼ ହୋଇଥିଲା । ଖୁଣ୍ଟାରୁ ଶିଳାଘାଟି ଛକ ମଧ୍ୟରେ ଘଞ୍ଚ ଶାଳ ଜଙ୍ଗଲର ଏକ କିଲୋମିଟର ମଧ୍ୟରେ ରାସ୍ତାର ଉଭୟ ପାର୍ଶ୍ବରେ ବ୍ୟାପକ କ୍ଷତି ଘଟିଛି । ଏହା ପ୍ରଭାବରେ ଶତାଧିକ ଶାଳଗଛ ଭାଙ୍ଗିବା ସହ ଉପୁଡି ପଡିଛି । ଫଳରେ ଖୁଣ୍ଟା ଜୟପୁର ପୂର୍ତ୍ତ ବିଭାଗ ସଡକ ଗମନାଗମନ ବାଧାପ୍ରାପ୍ତ ହୋଇଥିଲା ।

ବିଦ୍ୟୁତ ତାର ଛିଣ୍ଡି ପଡିଥିବା ଯୋଗୁଁ ବିଦ୍ୟୁତ ସରବରାହ ବାଧାପ୍ରାପ୍ତ ହୋଇଛି । ଶିଳାଘାଟି ଗ୍ରାମ ସମେତ ଗୋପବନ୍ଧୁ ନଗର, ଖୁଣ୍ଟା,ଉଦଳା ଓ କପ୍ତିପଦା ବ୍ଲକର ଅନ୍ୟାନ୍ୟ ଗାଁରେ କାଳବୈଶାଖୀରେ କେତେ ସଂଖ୍ୟକ ବାସଗୃହ କ୍ଷତିଗ୍ରସ୍ତ ହୋଇଛି । କ୍ଷୟକ୍ଷତିର ସବିଶେଷ ତଥ୍ୟ ଶନିବାର ସୁଦ୍ଧା ପ୍ରାପ୍ତ ହେବ ବୋଲି ପ୍ରଶାସନ କହିଛି । କ୍ଷତିଗ୍ରସ୍ତ ଲୋକଙ୍କୁ ପ୍ରଶାସନ ପକ୍ଷରୁ ପଲିଥିନ ଅନ୍ୟାନ୍ୟ ସାହଯ୍ୟ ସହଯୋଗ ଯୋଗାଇ ଦେବାକୁ ଦାବି ହେଉଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Last Updated : Apr 25, 2020, 2:59 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.