ETV Bharat / state

ହଷ୍ଟେଲରୁ 3ଛାତ୍ର ନିଖୋଜ - ମୟୂରଭଞ୍ଜ

ସ୍ବାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ହଷ୍ଟେଲରେ ରହୁଥିବା 3ଜଣ ଛାତ୍ର ନିଖୋଜ ଅଛନ୍ତି । ନିଖୋଜ ହୋଇଥିବା ଛାତ୍ରମାନେ ନବମ ଶ୍ରେଣୀର ପଢୁଥିଲେ। ନିଖୋଜ ଛାତ୍ରମାନେ ହେଲେ ଅବିନାଶ ମହାକୁଡ, ହେମନ୍ତ ସାହୁ ଓ ଶୁଭଙ୍କର ମିଶ୍ର ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ
author img

By

Published : Aug 17, 2019, 9:29 PM IST

ମୟୂରଭଞ୍ଜ: ବାରିପଦା ସଦର ଥାନା ଅନ୍ତର୍ଗତ ଶିରିଷବାଣୀର ସ୍ବାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ରର ହଷ୍ଟେଲରେ ରହୁଥିବା 3 ଜଣ ଛାତ୍ର ନିଖୋଜ । ନିଖୋଜ ଛାତ୍ରମାନେ ହେଲେ ଅବିନାଶ ମହାକୁଡ, ହେମନ୍ତ ସାହୁ ଓ ଶୁଭଙ୍କର ମିଶ୍ର । ଏମାନେ ସମସ୍ତ ନବମ ଶ୍ରେଣୀରେ ଅଧ୍ୟୟନରତ ଥିବାବେଳେ ହଷ୍ଟେଲର ଗୋଟିଏ ରୁମରେ ରହୁଥିଲେ ବୋଲି ଜଣାପଡିଛି । ବାରିପଦା ସଦରଥାନା ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୂରଭଞ୍ଜ

ନିଖୋଜ ଛାତ୍ରମାନେ ସ୍କୁଲରେ 15 ଅଗଷ୍ଟ ଅବସରରେ ହୋଇଥିବା ସେଲିବ୍ରେସନ ଡେ ରେ ଉପସ୍ଥିତ ଥିଲେ । ତେବେ ରାତ୍ରି ଭୋଜନ ପରେ ହଷ୍ଟେଲ ମଧ୍ୟରେ ରୋଲ୍ କଲ୍ ସମୟରେ ମଧ୍ୟ ସେମାନେ ଉପସ୍ଥିତ ଥିବା ସ୍କୁଲର ଅଧ୍ୟକ୍ଷା ବୀଣା ଦାସ କହିଛନ୍ତି । କିନ୍ତୁ ସକାଳେ ୭ଟା ୩୦ ମିନିଟ ସମୟରେ ରୋଲ୍ କଲ୍ କରାଯିବା ସମୟରେ ଏ ତିନି ଜଣ ଅନୁପସ୍ଥିତ ଥିବା ଜଣାପଡିଛି ।

ଖୋଜାଖୋଜି କଲା ପରେ ଏହି ତିନି ଛାତ୍ରଙ୍କ ପତ୍ତା ନ ମିଳିବାରୁ ସେମାନଙ୍କ ଅଭିଭାବକଙ୍କୁ ଖବର ଦିଆଯାଇଥିଲା । ପିଲାମାନଙ୍କ ଅଭିଭାବକଙ୍କ ଉପସ୍ଥିତିରେ ସ୍କୁଲର ଅଧ୍ୟକ୍ଷା ବୀଣା ଦାସ ବାରିପଦା ସଦରଥାନାରେ ତିନି ଜଣ ଛାତ୍ର ନିଖୋଜ ଥିବାର ଲିଖିତ ଅଭିଯୋଗ କରିଥିଲେ । ଅବିନାଶଙ୍କ ଘର ରାଉରକେଲା ହୋଇଥିବାବେଳେ ହେମନ୍ତଙ୍କ ଘର ମୟୂରଭଞ୍ଜ ଜିଲ୍ଲାର ବହଳଦା ଓ ଶୁଭଙ୍କରଙ୍କ ଘର ବାଲେଶ୍ବର ଅଞ୍ଚଳରେ ବୋଲି ଜଣାପଡିଛି ।

ସ୍କୁଲ ପରିସରରେ ଥିବା ହଷ୍ଟେଲ ପାଚେରୀ ବର୍ଷାରେ ଭୁଶୁଡି ପଡିଥିବା ବେଳେ ଲାଗିଥିବା ସିସିଟିଭି କାମ କରୁନାହିଁ । ଏପରିକି ପିଲାଙ୍କ ଦେଖାରଖା ପାଇଁ ଆବଶ୍ୟକୀୟ ପରିଚାଳକ ଏବଂ ସିକ୍ୟୁରିଟି ଗାର୍ଡ ନ ଥିବା ଜଣାପଡିଛି । ଏଠାରେ 500ରୁ ଊର୍ଦ୍ଧ୍ବ ପିଲା ହଷ୍ଟେଲରେ ରହି ପଢୁଥିବା ବେଳେ ପିଲାମାନଙ୍କ ସୁରକ୍ଷାକୁ ନେଇ ସାଧାରଣରେ ସନ୍ଦେହ ଜାତ ହୋଇଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:ବାରିପଦା ସଦର ଥାନା ଅନ୍ତର୍ଗତ ଶିରିଷବଣୀ ଠାରେ ଅବସ୍ଥାପିତ ସ୍ବାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ର ହଷ୍ଟେଲରେ ରହୁଥିବା ୩ଜଣ ଛାତ୍ର ନିଖୋଜ ଅଛନ୍ତି । ଏମାନେ ସମସ୍ତେ ନବମ ଶ୍ରେଣୀର ଛାତ୍ର । ନିଖୋଜ ପୂର୍ବ ଦିନ ଅର୍ଥାତ ୧୫ ଅଗଷ୍ଟ ରେ ସ୍କୁଲ ରେ ସେଲିବ୍ରେସନ ଡେ ହୋଇଥାଏ । ଏମାନେ ସମସ୍ତେ ଏହି ନାଚଗୀତ ରେ ସାମିଲଥିଲେ ଏବଂ ରାତ୍ରି ଭୋଜନ ପରେ ହଷ୍ଟେଲ ମଧ୍ୟରେ ରୋଲ୍ କଲ୍ ସମୟରେ ଉପସ୍ଥିତ ଥିବା କହିଛନ୍ତି ସ୍କୁଲ ର ଅଧ୍ୟକ୍ଷା ବୀଣା ଦାସ । ପ୍ରତ୍ୟେକ ଦିନ ଭଳି ୧୬ ତାରିଖରେ ମଧ୍ୟ ସକାଳ ୫ଟା ୩୦ ମିନିଟ ସମୟରେ ହଷ୍ଟେଲ ର ଗେଟରୁ ଚାବି ଖୋଲାଯାଇଥିଲା । ହେଲେ ନିୟମାନୁସାରେ ସକାଳ ୭ଟା ୩୦ ମିନିଟ ସମୟରେ ରୋଲ୍ କଲ୍ କରାଯିବା ସମୟରେ ଏ ତିନି ଜଣ ଅନୁପସ୍ଥିତ ଥିବା ଜଣାପଡିଛି । ଖୋଜାଖୋଜି କଲା ପରେ ଏହି ତିନି ଛାତ୍ର ନ ମିଳିବାରୁ ସେମାନଙ୍କ ଅଭିଭାବକ ଙ୍କୁ ଖବର ଦିଆଯାଇଥିଲା । ପିଲାମାନଙ୍କ ଅଭିଭାବକ ଙ୍କ ଉପସ୍ଥିତି ସ୍କୁଲ ର ଅଧ୍ୟକ୍ଷା ବୀଣା ଦାସ ବାରିପଦା ସଦରଥାନାରେ ତିନି ଜଣ ଛାତ୍ର ନିଖୋଜ ଥିବାର ଲିଖିତ ଅଭିଯୋଗ କରିଥିଲେ ।
ନିଖୋଜ ଛାତ୍ର ମାନେ ହେଲେ ଅବିନାସ ମହାକୁଡ , ହେମନ୍ତ ସାହୁ , ଶୁଭଙ୍କର ମିଶ୍ର । ଏମାନେ ସମସ୍ତ ନବମ ଶ୍ରେଣୀରେ ଅଧ୍ୟୟନରତ ଥିବାବେଳେ ହଷ୍ଟଲର ଗୋଟିଏ ରୁମରେ ରହୁଥିଲେ ବୋଲି ଜଣାପଡିଛି ।ଅବିନାସ ଙ୍କର ଘର ରାଉରକେଲା ହୋଇଥିବାବେଳେ ହେମନ୍ତ ଙ୍କର ଘର ମୟୂରଭଞ୍ଜ ଜିଲ୍ଲାର ବହଳଦା ଅଞ୍ଚଳରେ ଏବଂ ଶୁଭଙ୍କର ଙ୍କର ଘର ବାଲେଶ୍ବର ଅଞ୍ଚଳରେ ବୋଲି ଜଣାପଡିଛି ।ସ୍କୁଲ ପରିସରରେ ବାରିପଦା ସଦରଥାନା ପୋଲିସ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି । ହଷ୍ଟେଲର ପାଚେରୀ ବର୍ଷା ରେ ଗଡିପଡିଚି ,ସ୍କୁଲ ରେ ଲାଗିଥିବା ସିସିଟିଭି କାମକରୁନାହିଁ । ପିଲାଙ୍କ ଦେଖରେଖ ପାଇଁ ପରିଚାରିକା ଏବଂ ସିକୁରିଟି ଗାର୍ଡ ମଧ୍ୟ ଉଚିତ ପରିମାଣର ନଥିବା ଜଣାପଡିଛି ।ଏଠାରେ ୫୦୦ରୁ ଉର୍ଦ୍ଧ ପିଲା ହଷ୍ଟେଲରେ ରହି ପଢୁଥିବା ବେଳେ ପିଲାମାନଙ୍କ ସୁରକ୍ଷା କୁ ନେଇ ସାଧାରଣ ରେ ସନ୍ଦେହ ଜାତ ହୋଇଛି ।Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.