ବାରିପଦା: ମୟୂରଭଞ୍ଜ ଜିଲ୍ଳାରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୧ରେ ପହଞ୍ଚିଛି । ସବୁଠାରୁ ବଡ କଥା ହେଉଛି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜର ଜଣେ ଡାକ୍ତରଙ୍କ ସମେତ ମେଡ଼ିକାଲର ଅନ୍ୟ 2କର୍ମଚାରୀଙ୍କ ମଧ୍ୟରେ ଏପିଡୋମିଓଲୋଜିଷ୍ଟ ଏବଂ ଜଣେ ମହିଳା ଡାଟା ଏଣ୍ଟ୍ରି ଅପରେଟର ଅଛନ୍ତି ।
ମହାମାରୀ ଭୂତାଣୁରେ 3ଜଣ କୋରୋନା ଯୋଦ୍ଧା ଆକ୍ରାନ୍ତ ହେବା ପରେ ବାରିପଦା ମେଡ଼ିକାଲରେ ଆତଙ୍କ ଖେଳିଯାଇଛି । ତେବେ ମିଳିଥିବା ସୂଚନାଅନୁଯାୟୀ, ତିନି ଜଣ କୋରୋନା ଯୋଦ୍ଧା ଲୋକାଲ କଣ୍ଟାକ୍ଟରୁ ପଜିଟିଭ ଚିହ୍ନଟ ହୋଇଛନ୍ତି ।
ଏଥିପାଇଁ ଏଡିଏମ୍ଓ ପବ୍ଲିକ ହେଲଥ ଆଇ ଡି ଏସ ପି ଅଫିସକୁ 3ଦିନ ପାଇଁ ବନ୍ଦ କରାଯାଇଥିବା ବେଳେ ସମସ୍ତ କର୍ମଚାରୀଙ୍କୁ ହୋମ କ୍ୟାରେଣ୍ଟଇନରେ ରହିବାକୁ ପରାମର୍ଶ ଦିଆଯାଇଛି । ଅନ୍ୟପକ୍ଷରେ ସଂପୃକ୍ତ ଅଞ୍ଚଳକୁ ସାନିଟାଇଜ କରାଯାଇଛି ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ