ETV Bharat / state

ଶିମିଳିପାଳରେ କୁମ୍ବିଂ ଅପରେସନ, ବନ୍ଧୁକ ସହ ୩ ଶିକାରୀ ଗିରଫ

author img

By

Published : Jul 14, 2023, 7:38 PM IST

ଶିମିଳିପାଳ ଅଭୟାରଣ୍ୟର ପାଦଦେଶଗୁଡିକରେ କୁମ୍ବିଂ ଅପରେସନକୁ ଜୋରଦାର କରିଛି ପୋଲିସ । ତିନି ଜଣ ଶିକାରୀଙ୍କୁ ଗିରଫ କରିଛି ପୋଲିସ । ଅଧିକ ପଢ଼ନ୍ତୁ

ଆକ୍ସନ ମୋଡରେ ପୋଲିସ
ଆକ୍ସନ ମୋଡରେ ପୋଲିସ
ଆକ୍ସନ ମୋଡରେ ପୋଲିସ, ୩ ଶିକାରୀ ସହ ୩ଟି ବନ୍ଧୁକ ଜବତ

ରାଇରଙ୍ଗପୁର: ଶିମିଳିପାଳ ଅଭୟାରଣ୍ୟରେ ଦୁଇ ଦୁଇଟି ଗୁଳିକାଣ୍ଡ ଘଟଣା ଘଟିବା ପରେ ମୟୂରଭଞ୍ଜ ପୋଲିସ ଓ ବନବିଭାଗ ଆକ୍ସନ ମୋଡ୍‌କୁ ଆସିଛି । ଶିକାରୀ ଗୁଳିରେ ଦୁଇ ଜଣ ବନବିଭାଗ କର୍ମଚାରୀଙ୍କ ଜୀବନ ଯିବା ପରେ ବିଭିନ୍ନ ସମୟରେ ପୋଲିସ ଓ ବନବିଭାଗ ମିଳିତ ଭାବେ ଶିମିଳିପାଳ ଅଭୟାରଣ୍ୟ ମଧ୍ୟରେ କୁମ୍ବିଂ ଅପରେସନ କରୁଥିବାର ସୂଚନା ରହିଛି । ଏହି କ୍ରମରେ ପୁଣି ଥରେ ମୟୂରଭଞ୍ଜ ଜିଲ୍ଲା ପୋଲିସକୁ ଏକ ବଡ଼ ସଫଳତା ମିଳି ପାରିଛି ।

ଶିମିଳିପାଳ ଅଭୟାରଣ୍ୟର ପାଦଦେଶ ଗୁଡିକରେ ମଧ୍ୟ କୁମ୍ବିଂ ଅପରେସନକୁ ଜୋରଦାର କରିଛି ପୋଲିସ । ଶିମିଳିପାଳ ଅଭୟାରଣ୍ୟର ପାଦଦେଶରେ ଥିବା ଚନ୍ଦନଚତୁରୀ ଗ୍ରାମ ନିକଟସ୍ଥ ରେଣ୍ଟସାହି ଥାନା ପୋଲିସ ପକ୍ଷରୁ ଚଢାଉ କରାଯାଇଥିଲା । ଚଢ଼ାଉ କରି ତିନି ଜଣ ଶିକାରୀଙ୍କୁ ଗିରଫ କରିଛି ପୋଲିସ । ତାସହିତ ଶିକାରରେ ବ୍ୟବହୃତ ଦୁଇଟି ଦେଶୀ ବନ୍ଧୁକ ମଧ୍ୟ ଜବତ କରାଯାଇଛି ।

ଅଧିକ ପଢ଼ନ୍ତୁ: ଶିମିଳିପାଳରେ ସର୍ଚ୍ଚ ଅପରେସନ ବେଳେ ବନ୍ଧୁକ କାରଖାନା ଠାବ, ଯୁବକ ଗିରଫ

ସେହିପରି ଶିମିଳିପାଳ ପାଦଦେଶରେ ଥିବା ଅନ୍ୟ ଏକ ଗ୍ରାମ କାଶିକୁନ୍ଦଳ ଗାଁ ନିକଟସ୍ଥ ଜଙ୍ଗଲରେ କୁମ୍ବିଂ ଅପରେସନ ବେଳେ ସେଠାରୁ ଏକ ଦେଶୀ ବନ୍ଧୁକ ଜବତ କରିଛି ଉଦଳା ଥାନା ପୋଲିସ । ଏହାକୁ ନେଇ ବଡ଼ସାହି ଥାନା ଓ ଉଦଳା ଥାନାରେ ପୃଥକ ପୃଥକ ଦୁଇଟି ମାମଲା ରୁଜୁ କରାଯାଇଛି । ବଡ଼ସାହି ଥାନା ଚନ୍ଦନଚତୁରୀ ଗ୍ରାମ ନିକଟସ୍ଥ ରେଣ୍ଟସାହିରୁ ଗିରଫ ହୋଇଥିବା ଶିକାରୀ ତିନି ଜଣ ହେଲେ ଯଦୁନାଥ ହାଁସଦା, ଠାକୁର ସିଂ ଓ ମଧୁ ସିଂ । ଏହି ଘଟଣାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ ଯୋଗେ ଘଟଣା ସମ୍ପର୍କରେ ସୂଚନା ଦେଇଛନ୍ତି ମୟୂରଭଞ୍ଜ ଏସପି ବି.ଗଙ୍ଗାଧର ।

ଏହା ବି ପଢନ୍ତୁ: ହାତୀ ଦାନ୍ତ ବିକ୍ରୟ ପାଇଁ ଚାଲିଥିଲା ଡିଲ୍, ମାଡି ବସିଲା ବନବିଭାଗ

ଏସପି ବି.ଗଙ୍ଗାଧର କହିଛନ୍ତି, ‘‘ଦୁଇ ଯବାନଙ୍କୁ ହରାଇବା ପରେ ପୋଲିସ ଓ ବନ ବିଭାଗ ପକ୍ଷରୁ ମିଳିତ ଭାବେ ସର୍ଚ୍ଚ ଅପରେସନ ଜାରି ରହିଛି । ଯେଉଁମାନେ ବେଆଇନ ଭାବେ ଅସ୍ତ୍ରଶସ୍ତ୍ର ରଖିଛନ୍ତି ବା ଦେଶୀ ବନ୍ଧୁକ ତିଆରି କରୁଛନ୍ତି ସେମାନେ ନିଜ ଇଚ୍ଛାରେ ଜୁଲାଇ ମାସ ୩୧ ତାରିଖ ସୁଦ୍ଧା ନିକଟସ୍ଥ ପୋଲିସ ଷ୍ଟେସନରେ ଜମା କରନ୍ତୁ । ଏହାସହ ପୁରସ୍କୃତ ହୁଅନ୍ତୁ ଅଥବା ଗିରଫ ହେବା ପାଇଁ ପ୍ରସ୍ତୁତ ରୁହନ୍ତୁ । ଜିଲ୍ଲାରେ କୌଣସି ପ୍ରକାର ବେଆଇନ କାର୍ଯ୍ୟକଳାପକୁ ଆଉ କ୍ଷମା କରାଯିବ ନାହିଁ ।’’

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.