ETV Bharat / state

ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ସଟଡାଉନ୍ କଲେ ମହିଳା ସରପଞ୍ଚ - ରାଇରଙ୍ଗପୁର

ଧାଙ୍ଗିଡିମୁତା ଗ୍ରାମପଞ୍ଚାୟତର ମହିଳା ସରପଞ୍ଚ ପ୍ରୟୋଗ କଲେ ଜିଲ୍ଲାପାଳ କ୍ଷମତା । ୧୬ ଘଣ୍ଟା ଧାଙ୍ଗିଡିମୁତା ଗ୍ରାମପଞ୍ଚାୟତକୁ ସଟଡାଉନ ଘୋଷଣା କଲେ ମହିଳା ସରପଞ୍ଚ ସୁଲୋଚନା ହେମ୍ବ୍ରମ ।

ମହିଳା ସରପଞ୍ଚ ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ଅଞ୍ଚଳକୁ କଲେ ସଟଡାଉନ୍

author img

By

Published : Jun 7, 2020, 7:08 PM IST

Updated : Jun 7, 2020, 9:32 PM IST

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା କୁସୁମୀ ବ୍ଳକ ଅଧିନ ଧାଙ୍ଗିଡିମୁତା ଗ୍ରାମପଞ୍ଚାୟତର ମହିଳା ସରପଞ୍ଚ ପ୍ରୟୋଗ କଲେ ଜିଲ୍ଲାପାଳ କ୍ଷମତା । ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ସକାଳ ୬ ଟା ସମୟରୁ ରାତି ୧୦ଟା ସମୟ ପର୍ଯ୍ୟନ୍ତ ୧୬ ଘଣ୍ଟା ଧାଙ୍ଗିଡିମୁତା ଗ୍ରାମପଞ୍ଚାୟତକୁ ସଟଡାଉନ ଘୋଷଣା କଲେ ମହିଳା ସରପଞ୍ଚ ସୁଲୋଚନା ହେମ୍ବ୍ରମ ।

ଜିଲ୍ଲାପାଳଙ୍କ କ୍ଷମତା ପ୍ରୟୋଗ କରି ସଟଡାଉନ୍ କଲେ ମହିଳା ସରପଞ୍ଚ

ନିକଟସ୍ଥ ଚାକିଡି ଗ୍ରାମପଞ୍ଚାୟତରେ କିଛି ଦିନ ପୂର୍ବରୁ ଜଣେ ଓ ଶନିବାର ୬ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ରବିବାର ବାଦାମପାହାଡ଼ ସାପ୍ତାହିକ ହାଟ ଥିବାରୁ ଗୋଷ୍ଠୀ ସଂକ୍ରମଣକୁ ଆଶଙ୍କା କରି ସକାଳ 6 ରୁ ରାତି 10 ପର୍ଯ୍ୟନ୍ତ ସଟଡାଉନ ଘୋଷଣା କରିଛନ୍ତି । ତେବେ ସଟଡାଉନ ଘୋଷଣା ଯୋଗୁଁ ସାପ୍ତାହିକ ହାଟ ବନ୍ଦ ରହିବା ସହ ଗାଡି ଚଳାଚଳ ଓ ଦୋକାନ ବଜାର ମଧ୍ୟ ବନ୍ଦ ରହିଛି । ତେବେ ଜଣେ ମହିଳା ସରପଞ୍ଚଙ୍କ ଏପରି ପଦକ୍ଷେପ କୁ ସ୍ଥାନୀୟ ଲୋକେ ସ୍ଵାଗତ ଜଣାଇବା ସହ ତାଙ୍କୁ ଧନ୍ୟବାଦ ଜ୍ଞାପନ କରିଛନ୍ତି ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Last Updated : Jun 7, 2020, 9:32 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.