ETV Bharat / state

ଠିକା ରେଳ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ - ଠିକା ରେଳ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ

ଠିକା ରେଳ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। ଅଧିକ ପଢନ୍ତୁ...

Suspicious death of a railway worker in mayurbhanja
ଠିକା ରେଳ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ
author img

By

Published : Jan 25, 2021, 10:51 PM IST

ରାଇରଙ୍ଗପୁର : ଠିକା ରେଳ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ । ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ। ମୟୂରଭଞ୍ଜ ଜିଲ୍ଲା ବାଦାମପାହାଡ଼ ଥାନା କୁଲଡ଼ିହା ଅଞ୍ଚଳରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା। ମୃତ ଶ୍ରମିକ ଜଣକ ହେଲେ ବହଳଦା ଥାନା ଅଁଳାଯୋଡି ଗାଁ ଖଡ଼ିଆସାହିର ଶରତ ମହାନ୍ତ।

ଠିକା ରେଳ ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ

ସୂଚନା ଅନୁସାରେ, ବାଦାମପାହାଡ଼ ଥାନା ଅନ୍ତର୍ଗତ କୁଲଡ଼ିହା ଗାଁ ନିକଟରେ ରେଳ ଠିକାଦାର ପାଖରେ ଠିକା ଶ୍ରମିକ ଭାବରେ ଶରତ କାମ କରୁଥିଲେ। ଠିକାଦାରୀ କାର୍ଯ୍ୟର ତଦାରଖ କରୁଥିବା ଜୟନ୍ତ ମହାନ୍ତ ରବିବାର ଲୋକଙ୍କୁ ସକାଳେ ଶରତଙ୍କ ପରିବାରକୁ ଏକ ଫୋନ କଲ ମାଧ୍ୟମରେ ରାଇରଙ୍ଗପୁର ଡାକ୍ତରଖାନା ଆସିବାକୁ କୁହାଯାଇଥିଲା । ପରିବାର ଲୋକେ ମଧ୍ୟ ବିଳମ୍ବ ନ କରି ଡାକ୍ତରଖାନାରେ ଶରତଙ୍କୁ ଗୁରୁତର ଅବସ୍ଥାରେ ପାଇଥିଲେ। ପରେ ଜୟନ୍ତଙ୍କ କଥାରେ ଶରତଙ୍କୁ ଜାମସେଦପୁରସ୍ଥିତ ଟାଟା ମେନ ହସ୍ପିଟାଲକୁ ନେଇଥିଲେ। ଡାକ୍ତର ସେଠାରେ ମୃତ ଘୋଷଣା କରି ଫେରାଇ ଦେଇଥିଲେ। ଏତେ ସବୁ ଭିତରେ ଠିକାଦାର ଦେଖା ନଦେବା ଓ ମୃତ୍ୟୁକୁ ନେଇ ଜୟନ୍ତଙ୍କ କଥାର ତାଳମେଳ ନ ରହିବାରୁ ପରିବାର ଲୋକେ ହତ୍ୟା ସନ୍ଦେହ କରି ବାଦାମପାହାଡ଼ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ମୃତ ଶରତଙ୍କ ଶରୀରରେ କ୍ଷତ ଚିହ୍ନ ଥିବା ସତ୍ବ ପୁଲିସ ତଦନ୍ତରେ ବିଳମ୍ବ କରୁଥିବାରୁ ଦୀର୍ଘ ୧୨ ଘଣ୍ଟା ଧରି ମୃତଦେହ ଘରେ ପଡି ରହିଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ତେବେ ବାଦାମପାହାଡ଼ ଥାନା ପୋଲିସ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ରାଇରଙ୍ଗପୁର ଡାକ୍ତରଖାନା ପଠେଇ ତଦନ୍ତ ଆରମ୍ଭ କରିଛି।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.