ETV Bharat / state

ତ୍ରୁଟିପୂର୍ଣ୍ଣ ମାର୍କିଂକୁ ନେଇ ପୁଣି ତେଜିଲା ଅସନ୍ତୋଷ

ତ୍ରୁଟିପୂର୍ଣ୍ଣ ମାର୍କିଂକୁ ନେଇ ତାତିଲେ ବିଦ୍ୟାର୍ଥୀ । ୯୦ ପ୍ରତିଶତ ଛାତ୍ରଛାତ୍ରୀ ଇଂରାଜୀ ବିଷୟରେ ଅକୃତକାର୍ଯ୍ୟ । ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ଅସନ୍ତୋଷ । ଅଧିକ ପଢ଼ନ୍ତୁ

Student strike over mark evaluation
Student strike infront of Maharaja sriram chandra bhanja deo university
author img

By

Published : Dec 20, 2022, 9:22 AM IST

Student strike infront of Maharaja sriram chandra bhanja deo university

ବାରିପଦା: ତ୍ରୁଟିପୂର୍ଣ୍ଣ ମାର୍କିଂକୁ ନେଇ ପୁଣି ତେଜିଛି ଅସନ୍ତୋଷ । ଯାହାକୁ ନେଇ ଆଜି ପୁନର୍ବାର ବାରିପଦାସ୍ଥିତ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟର ମୁଖ୍ୟ ଫାଟକକୁ ପୁନଶ୍ଚ ବନ୍ଦ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଛାତ୍ରଛାତ୍ରୀ । ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାର ପ୍ରାୟ ୧୦ରୁ ଊର୍ଦ୍ଧ୍ବ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଯୁକ୍ତ ତିନି ଦ୍ୱିତୀୟ ବର୍ଷର ତୃତୀୟ ସେମିଷ୍ଟାର ପରୀକ୍ଷା ଫଳରେ ପ୍ରାୟତଃ ୯୦ ପ୍ରତିଶତ ଛାତ୍ରଛାତ୍ରୀ ଇଂରାଜୀ ବିଷୟରେ ପାସ୍‌ ହୋଇ ନାହାନ୍ତି ।

ପରୀକ୍ଷାରେ ସିଲାବସ ବାହାରୁ ପ୍ରଶ୍ନ ଆସି ଥିଲା । ଯାହା ବାବଦରେ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଅବଗତ କରାଯାଇନଥିଲା। ଏନେଇ ମାର୍କିଂରେ ଗ୍ରେସ ନମ୍ବର ଦିଆଯିବ ବୋଲି କହିଥିଲେ ମଧ୍ୟ ତ୍ରୁଟିପୂର୍ଣ୍ଣ ମାର୍କିଂ କରି ପିଲାଙ୍କୁ ଫେଲ୍ କରାଯାଇଛି । ଏହି ଘଟଣାକୁ ନେଇ ଡିସେମ୍ବର ୧୨ରେ ଅନେକ ସଂଖ୍ୟକ ଛାତ୍ରଛାତ୍ରୀ ବିଶ୍ୱବିଦ୍ୟାଳୟର ସମ୍ମୁଖ ଫାଟକ ବନ୍ଦ କରି ଆନ୍ଦୋଳନ କରିଥିଲେ। ଏହାର ସମାଧାନ ଡିସେମ୍ବର ୧୭ ତାରିଖ ସୁଦ୍ଧା ହେବ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ପରେ ଆନ୍ଦୋଳନ ସ୍ଥଗିତ ରଖିଥିଲେ ।

ତେବେ ସମାଧାନ ନହେବାରୁ ଆଜି ପୁନଶ୍ଚ ମୁଖ୍ୟ ଫାଟକ ବନ୍ଦ କରି ଆନ୍ଦୋଳନ କରିଛନ୍ତି ଛାତ୍ରଛାତ୍ରୀ। ଖବର ଲେଖା ହେବା ପର୍ଯ୍ୟନ୍ତ ସମାଧାନ ନେଇ ଧାରଣା ଦେଇଛନ୍ତି ଛାତ୍ରଛାତ୍ରୀ । ସମାଧାନ ନହେଲେ ଆଗକୁ ଆନ୍ଦୋଳନ ତେଜିବ ବୋଲି ଚେତାବନୀ ଦେଇଛନ୍ତି ।

ଇଟିଭ ଭାରତ, ମୟୂରଭଞ୍ଜ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.