ETV Bharat / state

ମୟୁରଭଞ୍ଜ ପୋଲିସକୁ ସଫଳତା, ୬ ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ

author img

By

Published : Sep 1, 2022, 10:51 PM IST

ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ପୋଲିସକୁ ସଫଳତା । ୬ ଜଣ ଆନ୍ତଃରାଜ୍ୟ ଲୁଟେରା ଗିରଫ । ଏଥିସହ ୩ଟି ବନ୍ଧୁକ ସମେତ ମାରଣାସ୍ତ୍ର ଓ ଟଙ୍କା ଜବତ କରିଛି ପୋଲିସ । ଅଧିକ ପଢନ୍ତୁ

Rasagobindapur police arrested looters in mayurbhanj
ମୟୁରଭଞ୍ଜ ପୋଲିସକୁ ସଫଳତା, ୬ ଜଣ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ

ବାରିପଦା: ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଥାନା ପୋଲିସକୁ ମିଳିଛି ବଡ଼ ସଫଳତା । ଛଅ ଜଣ ଆନ୍ତଃରାଜ୍ୟ ଡକାୟତଙ୍କୁ ଗିରଫ କରିଛି ପୋଲିସ ।ମୟୂରଭଞ୍ଜ ଓ ପଶ୍ଚିମବଙ୍ଗ ବୋର୍ଡର ଷ୍ଟେସନ ଅମରଦା ନିକଟରୁ ୬ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରାଯାଇଥିଲା ।

ସୂଚନା ଅନୁଯାୟୀ, ଭୁବନେଶ୍ବରରୁ ଛେଳି ବ୍ୟବସାୟୀ ରାସଗୋବିନ୍ଦପୁର ଏଆରଫିଲ୍ଡ ରାସ୍ତା ହୋଇ କଲିକତା ଯାଉଥିଲେ । ସେହି ସମୟରେ ସୁବାନଡିହ ପାଖରେ ବନ୍ଧୁକ ଦେଖାଇ ଆକ୍ରମଣ କରି ଏକ ଲକ୍ଷ ରୁ ଅଧିକ ଟଙ୍କା ଲୁଟି ନେଇଥିଲେ । ପୋଲିସ ପେଟ୍ରଲିଙ୍ଗ ଗାଡିକୁ ଦେଖି ଲୁଟେରା ମାନେ ଖସି ପଳାଇବା ସମୟରେ ଲୁଟର ଶିକାର ହୋଇଥିବା ବ୍ୟବସାୟୀମାନେ ଲୁଟ ବିଷୟରେ ପୋଲିସକୁ ସବୁ କହିଥିଲେ । ଏନେଇ ସଙ୍ଗେ ସଙ୍ଗେ ରାସଗୋବିନ୍ଦପୁର ପୋଲିସ ଅମରଦା ଫାଣ୍ଡି ଅଧିକାରୀଙ୍କ ସହଯୋଗରେ ଲୁଟେରାମାନଙ୍କୁ ୬ ଆନ୍ତଃରାଜ୍ୟ ଲୁଟେରାଙ୍କୁ ଗିରଫ କରିଥିଲେ।

ତେବେ ଗତକାଲି ଭୁବନେଶ୍ବର କମିଶନରେଟ ପୋଲିସ ରାସଗୋବିନ୍ଦପୁର ପହଞ୍ଚି ତଦନ୍ତ କରି ଫେରି ଯାଇଥିଲେ । ଏନେଇ ବେତନଟୀ SDPO ସୁଦର୍ଶନ ଦାସ ପ୍ରେସମିଟ ମାଧ୍ୟମରେ ସୂଚନା ଦେଇଛନ୍ତି ଯେ, "ବିନପୁର ନୟାଗ୍ରାମର ଶେଖ ଇମ୍ରାନ ୱେଷ୍ଟ ବେଙ୍ଗଲରୁ ଛେଳି ଆଣି ଭୁବନେଶ୍ବରରେ ବିକ୍ରି କରିଥାନ୍ତି । ଶେଖ ଇମ୍ରାନ ଛେଳି ଓ ଟଙ୍କା ଧରି ଫେରୁଥିବା ବେଳେ ହଂସପାଳରୁ ୬ଜଣ ଯୁବକ ଏକ ହୋଣ୍ଡାସିଟି କାରରେ ତାଙ୍କୁ ଫଲୋ କରିଥିଲେ । ଅଭିଯୁକ୍ତମାନେ ଏଆରଫିଲ୍ଡ ପାଖରେ ତାଙ୍କୁ ଅଟକାଇବା ସହ ଆକ୍ରମଣ କରି ଟଙ୍କା ଲୁଟି ନେଇ ପଳାଉଥିଲେ । ଏନେଇ ପୋଲିସ ଖବର ପାଇବା ପରେ ପୋଲିସ ପେଟ୍ରୋଲିଂ ଟିମ ଅଭିଯୁକ୍ତମାନଙ୍କୁ ଚେଜ କରି ଧରିଥିଲା । ସର୍ଚ୍ଚ ବେଳେ ସେମାନଙ୍କ ନିକଟରୁ ତିନୋଟି ବନ୍ଧୁକ ଓ ଅନ୍ୟାନ୍ୟ ମାରଣାସ୍ତ ସମେତ ଲୁଟ ହୋଇଥିବା ଟଙ୍କା ଜବତ କରିଛି । ଧରା ପଡିଥିବା ଏହି ଗ୍ୟାଙ୍ଗର ମୁଖ୍ୟ ହେଉଛି ବାଲିଅନ୍ତା ଥାନା ଅଞ୍ଚଳର ସାଗର କୁମାର ଭୋଇ । ସାଗର କମିଶନରେଟ ପୋଲିସର ମୋଷ୍ଟ ୱାଣ୍ଟେଡ଼ ତାଲିକାରେ ରହିଛି । ଗିରଫ ପରେ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।"

ଗିରଫ ୬ଜଣ ଲୁଟେରାଙ୍କ ମଧ୍ୟରୁ ମାଷ୍ଟର ମାଇଣ୍ଡ ସାଗର ଭୋଇଙ୍କ ନାମରେ ଭୁବନେଶ୍ବର କମିଶନରେଟ ପୋଲିସର ବିଭିନ୍ନ ଥାନାରେ ଏକାଧିକ ମାମଲା ଅଛି, ଅନ୍ୟ ୫ଜଣ ମଧ୍ୟ ପହାଳ ଥାନା ଅଞ୍ଚଳର ହୋଇଥିବା ବେଳେ କମିଶନରେଟ ପୋଲିସର ବିଭିନ୍ନ ଥାନାରେ ଏମାନଙ୍କ ନାଁରେ ମାମଲା ରହିଛି । ଲୁଟେରା ମାନଙ୍କ ଠାରୁ ଗୋଟିଏ ହୋଣ୍ଡା ସିଟି କାର, ନଗଦ ଏକ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ସହିତ ତିନୋଟି ବନ୍ଧୁକ ଓ ଗୋଟିଏ ଲୁହା ରଡକୁ ଜବତ କରିଛି ପୋଲିସ । କେସ ନଂ ୧୯୯/୨୨, ଅଣ୍ଡର ସେକସନ 395,ଆଇପିଏସ 25/27 ଆର୍ମ ଆକ୍ଟ ରେ ମାମଲା ରୁଜୁ କରି ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି ।

ଇଟିଭି ଭାରତ, ବାରିପଦା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.