ETV Bharat / state

ରାସ୍ତାକାମ ଅନୁମତି ପାଇଁ ଡିଏଫ୍‌ଓଙ୍କୁ ଫେରାଦ ହେଲେ ଗ୍ରାମବାସୀ - OMBADC

ଡିଏଫ୍‌ଓ(DFO) ନିକଟରେ ଫେରାଦ ହେଲେ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଅଧିନରେ ଥିବା ଗରଡ଼ାପାଣି ଗ୍ରାମବାସୀ । ଅଧିକ ପଢନ୍ତୁ...

ରାସ୍ତାକାମ ଅନୁମତି ପାଇଁ ଡିଏଫ୍‌ଓଙ୍କୁ ଫେରାଦ ହେଲେ ଗ୍ରାମବାସୀ

author img

By

Published : Nov 28, 2019, 6:56 PM IST

ରାଇରଙ୍ଗପୁର: ରାସ୍ତାକାମ ଅନୁମତି ପାଇଁ ଡିଏଫ୍‌ଓ(DFO) ନିକଟରେ ଫେରାଦ । ପ୍ରଶାସନ ଦୁରଦୃଷ୍ଟିର ଘୋର ଅଭାବ ଓ ଚରମ ଉଦାସୀନତା କାରଣରୁ ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଅଧିନରେ ଥିବା ଗରଡ଼ାପାଣି ଗାଁ ଦୀର୍ଘଦିନରୁ ବାହ୍ୟଜଗତରୁ ସମ୍ପୂର୍ଣ୍ଣ ରୂପେ ବିଛିନ୍ନ ହୋଇ ପଡିଥିଲା ।

ରାସ୍ତାକାମ ଅନୁମତି ପାଇଁ ଡିଏଫ୍‌ଓଙ୍କୁ ଫେରାଦ ହେଲେ ଗ୍ରାମବାସୀ

ତେବେ ଦୀର୍ଘଦିନର ଅପେକ୍ଷା ପରେ ରାଇରଙ୍ଗପୁର ବ୍ଲକର ବିଚ୍ଛିନ୍ନାଞ୍ଚଳ ଗ୍ରାମ ଗରଡାପାଣିରେ ବାସିନ୍ଦାଙ୍କ ପାଇଁ ଓଏମ୍‌ବିଏଡିସି(OMBADC) ଅର୍ଥରେ ରାସ୍ତାକାମ ଚାଲିଥିବା ବେଳେ ଏହାକୁ ବନବିଭାଗ ବନ୍ଦ କରାଇଥିଲେ । ତେବେ ରାସ୍ତାଟି ସଂରକ୍ଷିତ ଜଙ୍ଗଲ ମଧ୍ୟ ଦେଇ ଯାଇଥିବାରୁ ଓଏମ୍‌ବିଏଡିସି ବନବିଭାଗର ଅନୁମତି ନେଇନଥିଲେ । ଯେଉଁକାରଣରୁ ରାସ୍ତାକାମକୁ ବନ୍ଦ କରିଥିଲା ବନବିଭାଗ ।

ଏନେଇ ଗ୍ରାମବାସୀ ଅନୁମତି ପାଇଁ ଡିଏଫ୍‌ଓ(DFO)ଙ୍କୁ ଫେରାଦ ହେବାରୁ ବିଭାଗ ପକ୍ଷରୁ ମିଳିତ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଗାଁକୁ ରାସ୍ତା ନଥିବାରୁ ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ରହିଛନ୍ତି ଗ୍ରାମବାସୀ।

ଆଗାମୀ ଦିନରେ ବନବିଭାଗ ରାସ୍ତାକାମ ପାଇଁ ଅନୁମତି ନଦେଲେ ଆନ୍ଦୋଳନକୁ ଓହ୍ଲାଇବା ନେଇ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।

ରାଇରଙ୍ଗପୁରରୁ ସଞ୍ଜୟ ପରିଡା, ଇଟିଭି ଭାରତ

Intro:ରାଇରଙ୍ଗପୁର : ରାସ୍ତାକାମ ଅନୁମତି ପାଇଁ DFO ଙ୍କୁ ଫେରାଦ, ପ୍ରଶାସନର ଦୁରଦୃଷ୍ଟିର ଘୋର ଅଭାବ ଓ ଚରମ ଉଦାସୀନତା ଯୋଗୁଁ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ ଅଧିନରେ ଥିବା ଗରଡ଼ାପାଣି ଗାଁ ଦୀର୍ଘ ଦିନରୁ ବାହ୍ୟ ଜଗତରୁ ସମ୍ପୂର୍ଣ୍ଣ ଯୋଗାଯୋଗ ବିଛିନ୍ନ ହୋଇ ପଡିଥିଲା । ତେବେ ଦୀର୍ଘଦିନର ଅପେକ୍ଷା ପରେ ରାଇରଙ୍ଗପୁର ବ୍ଲକର ବିଚ୍ଛିନ୍ନାଞ୍ଚଳ ଗ୍ରାମ ଗରଡାପାଣି ରେ ବାସିନ୍ଦାଙ୍କ ପାଇଁ OMBADC ଅର୍ଥରେ ରାସ୍ତାକାମ ଚାଲିଥିବା ବେଳେ ବନବିଭାଗ ବନ୍ଦ କରାଇଥିଲେ । ଏନେଇ ଗ୍ରାମବାସୀ ରାସ୍ତାକାମ ଅନୁମତି ପାଇଁ DFO ଙ୍କୁ ଫେରାଦ ଦେବାରୁ "ବିଭାଗ ପକ୍ଷରୁ ମିଳିତ ତଦନ୍ତ" ସରିବା ପରେ ଅନୁମତି ଦେବା ନେଇ ସୂଚନା ଦେଇଛନ୍ତି । ତେବେ ଗାଁକୁ ରାସ୍ତା ନ ଥିବାରୁ ମୌଳିକ ସୁବିଧା ସୁଯୋଗ ରୁ ବଂଚିତ ରହିଛନ୍ତି ଗ୍ରାମବାସୀ। ଆଗାମୀ ଦିନରେ ବନବିଭାଗ ରାସ୍ତା ଅନୁମତି ନ ଦେଲେ ଆନ୍ଦୋଳନକୁ ଓଲ୍ହେଇବା ନେଇ ଚେତାବନୀ ଦେଇଛନ୍ତି ଗ୍ରାମବାସୀ ।Body:XConclusion:X
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.