ETV Bharat / state

ଭୁଲ ଇଞ୍ଜେକ୍ସନ ଯୋଗୁଁ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ, ନର୍ସିଂହୋମରେ ଉତ୍ତେଜନା - ବାରିପଦା ଖବର

ଘରୋଇ ନର୍ସିଂ ହୋମରେ ଡାକ୍ତର ଓ ନର୍ସଙ୍କ ଅବହେଳାରୁ ଚାଲିଗଲା ଗର୍ଭବତୀଙ୍କ ଜୀବନ। ଭୁଲ ଇଞ୍ଜେକ୍ସନ ଯୋଗୁଁ ଗର୍ଭବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ଅଧିକ ପଢନ୍ତୁ...

Pregnancy women death in private nursing home in baripada
ଭୁଲ ଇଞ୍ଜେକସନ ଯୋଗୁଁ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ,ନର୍ସିଂ ହୋମରେ ଉତ୍ତେଜନା
author img

By

Published : Aug 17, 2021, 6:27 PM IST

ବାରିପଦା: ଘରୋଇ ନର୍ସିଂ ହୋମରେ ଡାକ୍ତର ଓ ନର୍ସଙ୍କ ଅବହେଳାରୁ ଚାଲିଗଲା ଗର୍ଭବତୀଙ୍କ ଜୀବନ। ଭୁଲ ଇଞ୍ଜେକ୍ସନ ଯୋଗୁଁ ଗର୍ଭବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ଏ ଭଳି ଅଘଟଣ ଘଟିଛି ବାରିପଦା ଟାଉନ ଥାନା ଅନ୍ତର୍ଗତ ଘରୋଇ ନର୍ସିଂ ହୋମରେ।

ଭୁଲ ଇଞ୍ଜେକସନ ଯୋଗୁଁ ଗର୍ଭବତୀଙ୍କ ମୃତ୍ୟୁ ଅଭିଯୋଗ,ନର୍ସିଂ ହୋମରେ ଉତ୍ତେଜନା

ସୂଚନା ଅନୁଯାୟୀ ଆଜି ବାରିପଦା ସହର ୱାର୍ଡ ନଂ-୨୪ କଳିକାପୁର ସନ୍ଦୀପ ଦାସଙ୍କ ସ୍ତ୍ରୀ ଆରତୀ ମଣି ଦାସ(୩୨) ଙ୍କୁ ଗର୍ଭ ଯନ୍ତ୍ରଣା ହେବାରୁ ଦୁର୍ଗା ନର୍ସିଂ ହୋମରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ନର୍ସିଂ ହୋମରେ ଡାକ୍ତର ଅଞ୍ଜନ ଷଡଙ୍ଗୀ ଦୀର୍ଘ ଆଠ ମାସ ଧରି ଗର୍ଭବତୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରୁଥିବା ବେଳେ ଆଜି ମଧ୍ୟ ନର୍ସିଂ ହୋମରେ ଗର୍ଭବତୀଙ୍କୁ ଦେଖି ଇଞ୍ଜେକ୍ସନ ଓ ସାଲାଇନ ଦେଇଥିଲେ । ତେବେ କିଛି ସମୟ ପରେ ପୁଣି ଜଣେ ନର୍ସ ଆଉ ଏକ ଇଞ୍ଜେକ୍ସନ ଦେବାପରେ ଗର୍ଭବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ସ୍ୱାମୀ।

ତେବେ ଗର୍ଭବତୀଙ୍କ ମୃତ୍ୟୁ ପରେ ଦୁର୍ଗା ନର୍ସିଂ ହୋମରେ ଉତ୍ତେଜନା ଦେଖାଦେଇଛି। ଘଟଣା ସ୍ଥଳରେ ବାରିପଦା ଟାଉନ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତ ପରିବାର ପକ୍ଷରୁ ଏନେଇ ବାରିପଦା ଟାଉନ ଥାନାରେ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ନର୍ସିଂ ହୋମ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ଭୁଲ ଇଞ୍ଜେକ୍ସନ ଦିଆଯାଇ ନାହିଁ ବୋଲି ସଫେଇ ଦିଆଯାଇଛି।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.