ETV Bharat / state

ବିଚ ରାସ୍ତାରେ ଜଳିଗଲା ବୋଲେରୋ, କାରଣ ଅସ୍ପଷ୍ଟ

ବାରିପଦା ସଦର ଥାନା ରଙ୍ଗାମାଟିଆ ନିକଟ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ ପାଖରେ ହୁତୁ ହୁତୁ ହୋଇ ଜଳିଗଲା ବୋଲେରୋ। କାରଣ ଅସ୍ପଷ୍ଟ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ
author img

By

Published : May 1, 2019, 11:52 AM IST

ମୟୂରଭଞ୍ଜ: ହୁତୁ ହୁତୁ ହୋଇ ଜଳିଗଲା ବୋଲେରୋ । ବାରିପଦା ସଦର ଥାନା ରଙ୍ଗାମାଟିଆ ନିକଟ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ ପାଖରେ ଘଟିଛି ଏହି ଘଟଣା। ବୋଲେରୋ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ ବୋଲେରୋରେ କୌଣସି ଯାତ୍ରୀ ବି ନଥିବା ଜଣାପଡିଛି ।

ତେବେ ମଙ୍ଗଳବାର ରାତି 10 ଟାରେ ଏକ ବୋଲେରୋ ଗାଡି ବାରିପଦାରୁ ଚିତ୍ରଡା ରାସ୍ତାରେ ଯାଉଥିଲା । ଦେବେନ୍ଦ୍ରପୁର ଛକରେ ଏକ ଦୁର୍ଘଟଣା ଘଟାଇବା ପରେ ଦ୍ରୁତ ଗତିରେ ଖସି ପଳାଇଥିଲା । ଏହାପରେ ବୋଲେରୋକୁ ପିଛା କରିଥିଲେ କିଛି ଲୋକ । ଏହାପରେ ସେହି ରାସ୍ତାରେ ମେଡିକାଲ କଲେଜ ପାଖରେ ସୁବର୍ଣ୍ଣରେଖା କେନାଲର ପୋଲ କାମ ଚାଲୁଥିବାରୁ ବୋଲେରୋଟି ଖସି ନ ପାରି ଫସି ଯାଇଥିଲା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ମୟୁରଭଞ୍ଜ

ତେବେ ସେହି ବୋଲେରୋ ଗାଡିକୁ କିଏ ନିଆଁ ଲଗାଇ ଦେଇଛି କି କୌଣସି ସର୍ଟସର୍କିଟରୁ ନିଆଁ ଲାଗିଛି ତାହା ଏବେ ସୁଦ୍ଧା ଜଣାପଡି ନାହିଁ । କିନ୍ତୁ ବୋଲେରୋଟି ସମ୍ପୂର୍ଣ୍ଣ ଭାବେ ଜଳି ପୋଡି ପାଉଁଶ ହୋଇଯାଇଛି ।

ଘଟଣାସ୍ଥଳରେ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ନିଆଁ ଲିଭାଇ ଥିବାବେଳେ ବାରିପଦା ସଦର ଥାନା ପୋଲିସ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି ।

ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ

Intro:Body:

shreemayee

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.