ETV Bharat / state

webco India କମ୍ପାନୀରେ କାମ କରୁଥିବା ଜଣେ ଓଡିଆଙ୍କୁ ହତ୍ୟା ଅଭିଯୋଗ

author img

By

Published : Sep 7, 2021, 8:16 PM IST

ଜାମସେଦପୁରର webco India Ltdରେ ସୁପରଭାଇଜର ଭାବେ କାମ କରୁଥିବା ମୟୂରଭଞ୍ଜ କୁଚେଇପାଳ ଗ୍ରାମର ବାଇଜୁ ସୋୟଙ୍କ ମୃତ୍ୟୁ । ତାଙ୍କ ହତ୍ୟା କରାଯାଇଥିବା ନେଇ ଅଭିଯୋଗ ଆଣିଲେ ପରିବାର ଲୋକେ । ଅଧିକ ପଢନ୍ତୁ...

webco India କମ୍ପାନୀରେ କାମ କରୁଥିବା ଜଣେ ଓଡିଆଙ୍କୁ ହତ୍ୟା ଅଭିଯୋଗ
webco India କମ୍ପାନୀରେ କାମ କରୁଥିବା ଜଣେ ଓଡିଆଙ୍କୁ ହତ୍ୟା ଅଭିଯୋଗ

ରାଇରଙ୍ଗପୁର: ଝାଡଖଣ୍ଡସ୍ଥିତ ଜାମସେଦପୁରର webco India Ltdରେ ସୁପରଭାଇଜର ଭାବେ କାମ କରୁଥିବା ଜଣେ ଓଡିଆଙ୍କୁ ହତ୍ୟା ଅଭିଯୋଗ । ମୃତକ ମୟୂରଭଞ୍ଜ ଜିଲ୍ଲା ଜାମଦା ଥାନା ଅନ୍ତର୍ଗତ କୁଚେଇପାଳ ଗ୍ରାମର ଲକ୍ଷ୍ମଣ ସୋୟଙ୍କ ପୁଅ ବାଇଜୁ ସୋୟ । ବାଇଜୁଙ୍କୁ ଝାଡଖଣ୍ଡରେ ସଙ୍ଘବଦ୍ଧ ଭାବେ ଆକ୍ରମଣ କରାଯାଇ ହତ୍ୟା କରାଯାଇଥିବାର ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ଲୋକେ ।

ସୂଚନାଯୋଗ୍ୟ, କୁଚେଇପାଳ ଗ୍ରାମର ଶିକ୍ଷକ ଲକ୍ଷ୍ମଣ ସୋୟଙ୍କ ପରିବାର ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ପୁରୁଣାଘାଟୀ ଗ୍ରାମରେ ରହୁନ୍ତି । ଲକ୍ଷ୍ମଣଙ୍କ ପୁଅ ବାଇଜୁ(୩୫) ଜାମସେଦପୁରର webco India କମ୍ପାନୀରେ ସୁପରଭାଇଜର ଭାବେ କାମ କରୁଥିଲେ । ସୋମବାର ବାଇଜୁଙ୍କ ଫୋନରୁ ତାଙ୍କ ପରିବାର ଲୋକଙ୍କୁ ଏକ କଲ୍ ଆସିଥିଲା । କଲରେ କେହି ଜଣେ ବ୍ୟକ୍ତି ବାଇଜୁଙ୍କୁ ଜୀବନରୁ ମାରି ଦେବେ ବୋଲି କହିଥିଲେ । ଫୋନ ଯୋଗେ ଏହି କଥା ଶୁଣିବା ପରେ ପରିବାର ଲୋକେ ଜାମସେଦପୁର ସୁନ୍ଦରନଗରସ୍ଥିତ ନୀଲଡୁଙ୍ଗୁରୀକୁ ଯାଇ ସେଠାରେ ପୁଅକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ ଏବଂ ରାଇରଙ୍ଗପୁର ମେଡିକାଲରେ ଭର୍ତ୍ତି କରିଥିଲେ । ପରେ ବାଇଜୁଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାରିପଦା ପିଆରଏମ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । କିନ୍ତୁ ମଙ୍ଗଳବାର ଭୋର୍ ୪ଟା ୩୦ରେ ତାଙ୍କ ମୃତ୍ୟୁ ଘଟିଥିଲା ।

ମୃତ ବାଇଜୁଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି । ଏନେଇ ମୃତକଙ୍କ ବାପା ହତ୍ୟା ଅଭିଯୋଗ କରିଛନ୍ତି । ସେପଟେ ଜାମଦା ଥାନା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ତେବେ ପୋଲିସ ଏହି ହତ୍ୟା ଘଟଣାକୁ ଗୁରୁତର ସହ ନେଇ ଦୋଷୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣ ଦାବି ହୋଇଛି ।

ରାଇରଙ୍ଗପୁରରୁ ସଞ୍ଜୟ କୁମାର ପରିଡା, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.