ବାରିପଦା: ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟି ସଦସ୍ୟ ଦିନିକିଆ ମୟୂରଭଞ୍ଜ ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି।
ମୟୂରଭଞ୍ଜ ଜିଲ୍ଲା ବାରିପଦା ସର୍କିଟ ହାଉସ ଠାରେ ବିଧାନସଭା କମିଟିର ଅଧ୍ୟକ୍ଷ ଅରବିନ୍ଦ ଢାଲି, ବିଧାୟକ ସତ୍ୟ ନାରାୟଣ ପ୍ରଧାନ, ବିଧାୟକ ନିତ୍ୟାନନ୍ଦ ଗଣ୍ଡ ପହଞ୍ଚି ଜିଲ୍ଲାର ବିଭିନ୍ନ ବିଭାଗର ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ସର୍କିଟ ହାଉସ ଠାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଜିଲ୍ଲାର ହସ୍ତତନ୍ତ ଓ ବୟନ ଶିଳ୍ପ, ସମବାୟ ବିଭାଗ, ଯୋଗାଣ ବିଭାଗର ଅଧିକାରୀ ମାନଙ୍କ ସହ ଆଲୋଚନା କରିଥିଲେ।
ବିଧାନସଭା ଷ୍ଟାଣ୍ଡିଙ୍ଗ କମିଟିର ସଦସ୍ୟ ମାନେ ଜିଲ୍ଲାର ବିଭିନ୍ନ ଲ୍ୟାମ୍ପ ପରିଦର୍ଶନ କରି ଧାନ ମଣ୍ଡିରେ ଚାଷୀ ମାନଙ୍କ ସହ ଆଲୋଚନା କରିବା ସହ ଯୋଗାଣ ବିଭାଗ ଦ୍ଵାରା ରାସନ କାର୍ଡ ମାଧ୍ୟମରେ ଲୋକେ ସାମଗ୍ରୀ ସଠିକ ରୂପେ ପାଉଛନ୍ତି ନା ନାହିଁ ସେ ସବୁ ତଦାରଖ କରିଥିଲେ।
ମୟୂରଭଞ୍ଜରୁ ମୃତ୍ୟୁଞ୍ଜୟ ସେନାପତି, ଇଟିଭି ଭାରତ